ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆର୍ତ୍ତତ୍ରାଣ ହେ ମହାବାହୁ!
ଦୁଃଖଦେଲ ଦୁଃଖନାଶନ ହେ ଯଦି
କହିବି କାହାକୁ ଆଉ ?
ଭାସିଗଲି ଭବ ଜଳରେ ଠାକୁରେ
ତୁମେ ପ୍ରଭୁ ଥାଉଥାଉ ।
ଆରତନାଶନ ହେ !
ଦୁଃଖ ମୋର ବାରେ ଶୁଣ।
ତୁମେ ଥାଉଥାଉ ହେବି କି ଅନାଥ
କୁହ ତୁମେ ନାରାୟଣ ।
ବଳିଗଲା ଦୁଃଖ ବେଳକୁ ବେଳ
ହେ ଜଗନ୍ନାଥ !
ପତିତ ଉଦ୍ଧାର ପାଇଁ ତୁମେ ଉନ୍ମୁକ୍ତ ହସ୍ତ।
ଆରତେ ଡାକିଲା ଗଜ ଜଳେ ଥାଇ
ଉଦ୍ଧାରଣ କରିଦେଲ ।
ଭାବ ବନ୍ଧନ ୧୬
ଆରତେ ଡାକିଲା ମୃଗୁଣୀ ନିଆଁରୁ
ତୁମେ ହିଁ ଉଦ୍ଧାରି ଥିଲ।
ଦୁଇ ହାତ ଟେକି ସମର୍ପିତ
ହୋଇଥିଲେ ପାଞ୍ଚାଳୀ ।
କୋଟି ବସ୍ତ୍ର ଦେଇଥିଲ ମାନ ରଖିଥିଲ
ହେ ବନମାଳୀ ।
ବଳରାମ ଡାକରେ ସେଦିନ
ରଥ ଅଧା ବାଟେ ଗଲା ଅଟକି
କୁବୁଜାକୁ କଲ ଅନିନ୍ଦ୍ୟ ସୁନ୍ଦରୀ
ବାହୁକୁ ଟେକି।
ଯୁଗେ ଯୁଗେ ତୁମେ ଆସ ଅବତରି ଭକତ ପାଇଁ ।
ପାପି ନାଶି ତପି ଉଦ୍ଧାର କର ହେ
ଜଗତ ସାଇଁ।
ତପସ୍ୟାରେ ମୁଗ୍ଧ ହୋଇଛ ଧ୍ରୁବକୁ ତାରାଟିଏ କରିଅଛ।
ବନ୍ଧୁ ମହାନ୍ତିକୁ ବନ୍ଧୁ ପଣ ରଖି
ଭୋଗ ଥାଳି ଦେଇଅଛ।
କି ତପକଲା ଭକତ ଦାସିଆ
ତା' ଶ୍ରୀଫଳ ହସ୍ତେ ନେଲ।
ସୁଦାମା ଲୁହକୁ ସହି ପାରିଲନି
ବନ୍ଧୁର ମର୍ଯ୍ୟାଦା ଦେଲ।
ଭାବ ବନ୍ଧନ ୧୭
ଆରତେ ଡାକୁଛି ଦିବା ନିଶି
ତୁମ ନାମକୁ ଲେଖି।
ଶୁଣିପାରୁ ନାହଁ ଠାକୁର ମୋ ଡାକ
କୁହ କାହିଁକି ?
ମୀରାର ଭାବକୁ କାହୁଁ ବା ପାଇବି
ଅଟେ ସଂସାରୀ ।
ପ୍ରେମ ଓ ଭକ୍ତିର ଭାବ ଜାଣିନାହିଁ
ନାମ ସୁମରି।
ଆରତତ୍ରାଣ ହେ ମହାବାହୁ ସତେ
ରଖିବକି ଭୁଜ ତଳେ !
ଧୂଳି ଟିକେ ପଛେ କର ମହାପ୍ରଭୁ
ନାହିଁ ମନେ ଦୁଃଖ ତିଳେ।
ଚାହିଁ ଦିଅ ଥରେ ଆଡ଼ ନୟନରେ
ସରି ଯାଉ ମନସ୍ତାପ।
ଆର୍ତ୍ତତ୍ରାଣ ମହାବାହୁ ଯୁଗେ ଯୁଗେ
ରହି ଥାଉ ତୁମ ଟେକ।
ଆରତନାଶନ କର ଆର୍ତ୍ତତ୍ରାଣ
ଏତିକି ମାଗୁଣି ଥାଉ।
ତୁମ ନାମଲେଖି ଲେଖି ଏ ମନର ଦୁଃଖ
ଧୀରେ ଧୀରେ ସରି ଯାଉ ।
ତୁଣ୍ଡ ମୋର ସଦା ଜୟ ଜଗନ୍ନାଥ
ଜୟ ଜଗନ୍ନାଥ କହୁ।
ଭାବ ବନ୍ଧନ ୧୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ