ଲୋଡ୍ ହେଉଛି…
ଲୋଡ୍ ହେଉଛି…
ଭାବ ବନ୍ଧନ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଭାବ ବନ୍ଧନ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୪୭ ଅଧ୍ୟାୟ
ଭାବ ବନ୍ଧନ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
ଭରିଦିଅ ଆନନ୍ଦ
କୋଟି କୋଟି ମୋର ବିନମ୍ର ପ୍ରଣତି ଘେନ ହେ ନାଥ। ଜୀବନ ହେଉ ପୁଲକିତ ସକାଳ ଧୂପରେ ଆସ ଜଗନ୍ନାଥ ସଞ୍ଜ ଦୀପରେ ଆସ ହୃଦୟ ସିଂହାସନ ଶୂନ୍ୟ ଲାଗେ ତୁମ ବିନା ହେ ନାଥ।
ଖୋଲା
ଅଧ୍ୟାୟ ୨
ଆର୍ତ୍ତତ୍ରାଣ ମହାବାହୁ
ଆର୍ତ୍ତତ୍ରାଣ ହେ ମହାବାହୁ! ଦୁଃଖଦେଲ ଦୁଃଖନାଶନ ହେ ଯଦି କହିବି କାହାକୁ ଆଉ ? ଭାସିଗଲି ଭବ ଜଳରେ ଠାକୁରେ ତୁମେ ପ୍ରଭୁ ଥାଉଥାଉ ।
ଖୋଲା
ଅଧ୍ୟାୟ ୩
ଆବାହନ
ପାହିଲା ରଜନୀ ହେଲା ପ୍ରଭାତ ଅନନ୍ତ ପ୍ରଣତି ତୁମ ଛନ୍ଦା ପଦେ ସମର୍ପିତ କରେ ହେ ଦୀନନାଥ !
ଖୋଲା
ଅଧ୍ୟାୟ ୪
ସଂସାର ନାବର ପୁରୁଷ ନାଉରୀ
ସଂସାର ନାବର ଜଣେ ପୁରୁଷ ନାଉରୀ ବାହି ନିଏ ନାବ ଢାଳି କରୁଣାର ବାରି ଆହୁଲା ମାରଇ ଦୁଃଖ ସୁଖର କାତରେ ସେହି ଏକ ଯୋଗଜନ୍ମା ପୁରୁଷ ସଂସାରେ।
ଖୋଲା
ଅଧ୍ୟାୟ ୫
ଥକା ମନ
ସକାଳ ପ୍ରଣତି ଘେନ ହେ ନାଥ ! ତୁମ ପୟରେ ମୁଁ ସମର୍ପିତ।
ଖୋଲା
ଅଧ୍ୟାୟ ୬
ତୁମ ସ୍ୱରୂପ
ତୁମ ସ୍ୱରୂପ କିଏ ଜାଣି ନାହିଁ ସଂସାରେ ନାହିଁ ରୂପ ଏଇ କଳି ଯୁଗରେ ନୀଳମାଧବ ହେ ଭାସିଭାସି ଆସି ରହି ଗଲ ନୀଳ ଦରିଆ କୂଳ ନୀଳକନ୍ଦରେ ଅନୁଭବର ଠାକୁର ଅଛ ଅନୁଭବରେ ଅତ୍ର ତତ୍ର ସବୁଠି ପୁଣି ଜୀବ ଭିତରେ।
ଖୋଲା
ଅଧ୍ୟାୟ ୭
ଭାବର ଠାକୁର
ଭାବ ବିନୋଦିଆ ହେ କଳା ଠାକୁର ଭାବେ ପାଶେ ଥାଅ ରହି ସେଥିପାଇଁ ସିନା ଭକ୍ତ ଡାକୁ ଥାଏ କଥା ବୁଝ ଭାବଗ୍ରାହୀ।
ଖୋଲା
ଅଧ୍ୟାୟ ୮
ସବୁ ତୁମ ଇଛା
କୋଟି ପ୍ରଣତି ହେ ଜଗନ୍ନାଥ ଜଗନ୍ନାଥ ହେ ମାୟା ସଂସାରରେ ଯାହା ବି ଘଟୁଛି ସବୁତ ତୁମରି ଇଛା ତୁମରି ଇଛାକୁ ସନମାନ ଦେଇ ସଂସାରେ ମଣିଷ ବଞ୍ଚିବା କଥା...।
ଖୋଲା
ଅଧ୍ୟାୟ ୯
ସପନେ ଆସ ନାଥ
ପାପି ବୋଲି ଦେଖା ନଦେଲ ନାହିଁ ସପନରେ ଥରେ ଆସ ଧନ୍ୟ ହେଉ ଲଭି ମଣିଷ ଜନମ ପାଇ ତୁମ ଦିବ୍ୟ ପରଶ।
ଖୋଲା
ଅଧ୍ୟାୟ ୧୦
କାଳିଆ ଜହ୍ନ
ସଜନୀ ଲୋ ..! ଶ୍ରୀକ୍ଷେତ୍ରେ ଉଇଁଛି ପରା କାଳିଆ ଜହ୍ନ ଦେଉଳେ ଝଲସି ଉଠେ ରନôସିଂହାସନ କେତେ ତୋଫା ସତେ କେଡ଼େ ସୁନ୍ଦର କଳା ଶ୍ରୀମୁଖରେ ନାଲି ନାଲି ଅଧର।
ଖୋଲା
ଅଧ୍ୟାୟ ୧୧
ଘୁଙ୍ଗୁର ହଜିଗଲା
ସକାଳ ପ୍ରଣତି ଘେନ ହେ ନାଥ ଏ ଆତ୍ମା ତୁମ ପାଖେ ସମର୍ପିତ।
ଖୋଲା
ଅଧ୍ୟାୟ ୧୨
ମଣିମା ଶୁଣିମା ହେଉ
ମଣିମା ଶୁଣିମା ହେଉ ଗୁହାରି ମୋର ଅଥଳ ସାଗରେ ଆଜି ଜୀବନ ଅସ୍ଥିର ସଂସାର ସାଗରେ ବୁଡ଼ିଗଲି ହେ ନାଥ ଉଦ୍ଧାର ବାସୁଦେବ ହେ ପ୍ରଭୁ ଜଗନ୍ନାଥ।
ଖୋଲା
ଅଧ୍ୟାୟ ୧୩
ତୁମେ ଅଛ ବୋଲି
ନାଥ ହେ ତୁମେ ଅଛ ବୋଲି ମୋର ସତ୍ତା ଏଇ ଦୁନିଆରେ ସୁଖ ଦୁଃଖର ସମୁଦ୍ର ତୁମ ପାଇଁ ସିନା ଲଙ୍ଘି ପାରେ ।
ଖୋଲା
ଅଧ୍ୟାୟ ୧୪
ଆସିବକି କାଳିଆ
ଭକତି ଫୁଲରେ ଆଞ୍ଜୁଳା ଭରି ହାତ ଯୋଡି ସକାଳ ପ୍ରଣତି କରି ଭାବର ମଲ୍ଲି ଫୁଲ ହାର ଗୁନ୍ଥିଦେଇ ଡାକୁଛି ପ୍ରଭୁ ଆତ୍ମା ପ୍ରଦୀପ ଜାଳି ଆସିବକି ଦରଶନ ଦେବା ପାଇଁ।
ଖୋଲା
ଅଧ୍ୟାୟ ୧୫
ଦାରୁବ୍ରହ୍ମ ହେ...
ଦାରୁବ୍ରହ୍ମ ହେ ! ତୁମ ରୂପକୁ କିଏ ବର୍ଣ୍ଣିପାରିବ ସତେ ଆହା କି ସୁନ୍ଦର ତୁମ ରୂପ କଳିରେ ଚକା ଚକା ଆଖି କଳା ବଦନରେ ମୃଦୁ ମୃଦୁ ହସ ନାଲି ନାଲି ଅଧରେ। ଧନ୍ୟ ସେଇ ବିନ୍ଧାଣୀ ଗଢିଲା ତୁମକୁ ହାତ ନାହିଁ ଗୋଡ ନାହିଁ ଖାଲି ମୁହଁକୁ ସେ ମୁହଁରେ ଏତେ କଳା ଭରିଦେଇଛି ସେ କଳାରେ ନିତି ଭକ୍ତ ହଜି ଯାଉଛି। ସେ ମୁହଁରେ ଏତେ ଯାଦୁ ଭରି ରହିଛି ଥରେ ଯେ ଚାହିଁଲେ ଭାବରେ ହଜିଛି ଭକ୍ତି ଭରିଯାଏ ଆପେ ଏ ହୃଦୟରେ ମନ ହଜେ…
ଖୋଲା
ଅଧ୍ୟାୟ ୧୬
ଚାରି ଦୁଆର
ଚାରି ଦୁଆର ଖୋଲି ଦେଲ ପ୍ରଭୁ ଭକତ ପାଇଁ କେଉଁ ଦୁଆର ଦେଇ ଯିବି ଦେଖା ହେବ ଗୋସାଇଁ । ଗହଳ ଚହଳ ଲାଗିଛି ନାଥ ଠେଲା ଠେଲି ବହୁତ ଅସୁସ୍ଥ ଶରୀରରେ କେମିତି ଯିବି ଭେଟ କରି ଠାକୁର । ପଞ୍ଚମ ଦୁଆର ଖୋଲିଦିଅ ନାଥ ଭକତ ଡାକ ଶୁଭୁଥିବ ଏଇଠୁ ଡାକିଲେ ସେଇଠି ଶୁଣିବ ଢାଳିବ କରୁଣା ତବ। ଆସୁଛି ଆଗକୁ ରଥ ଯାତରା ବଡ ଦାଣ୍ଡରେ ଚାହିଁ ଥିବି ସେଇଠି ଦେଖିବି କଳା ଶ୍ରୀମୁଖକୁ ମନ କଥା କହୁଥିବି। ମନ…
ଖୋଲା
ଅଧ୍ୟାୟ ୧୭
ଶୋଇ ପଡିଛକି ହେ କଳା ଠାକୁର
ଶୋଇ ପଡିଛକି ହେ କଳା ଠାକୁର ଡାକି ଡାକି କଣ୍ଠ ଶୁଖିଗଲା ମୋର କାଲି ଯାଇଥିଲି ନାଥ ତୁମ ମନ୍ଦିର ଦୁଃଖ କାହାଣୀ କହିବାକୁ ମୋର। ହାରିଲି କେତେ ମୁଁ ଜିତିଛି କେତେ କରିବାକୁ ହିସାବ ଜୀବନ ଅଙ୍କର ଆପଣାର କିଏ ପର ମୋର କିଏ ଚିହ୍ନି ପାରିଲିନିତ ସମ୍ପର୍କକୁ ମୋର। ମନ ଇଛା ଏଣୁ ତେଣୁ କିଛି କହିଲି ଶୁଣିଲ କିନା ନାଥ ଜାଣି ନପାରିଲି ସଂସାର ନାବ ଟଳମଳ ହୋଇଲା ଯନ୍ତ୍ରଣା ଦେହରେ ବଢିବଢି ଗଲା। ସହି ପାରୁନି ଏଇ…
ଖୋଲା
ଅଧ୍ୟାୟ ୧୮
ସକାଳ ଧୂପରେ ସଞ୍ଜ ସଳିତାରେ ତୁମେ
ସକାଳ ଧୂପରେ ତୁମେରେ କାଳିଆ ସଞ୍ଜ ସଳିତାରେ ତୁମେ ଏମନ ଅଗଣାରେ ତୁମେରେ କାଳିଆ ମୋ ହୃଦୟ ବେଦୀରେ ତୁମେ। ଠାକୁର ଘରର ଘଣ୍ଟି ଶଙ୍ଖ ଧ୍ୱନିରେ ତୁଳସୀ ଚଉଁରା ମୂଳେ ତୁମେ ଓଁ କାର ଧ୍ୱନିରେ ତୁମେରେ କାଳିଆ ମନ୍ତ୍ର ଉଚ୍ଚାରଣରେ ଆସ ତୁମେ। ମନର ଆବେଗରେ ତୁମେ ରହିଥାଅ ମୋ ଅନୁଭବରେ ତୁମେ ମୋ ଆଖି ଯୁଆଡ଼େ ଯାଏ ଆଗରେ ଦେଖା ଯାଅ ଖାଲି ତୁମେ। ଶୁଷ୍କ ମରୁଭୂମି ଅବା ଅଥଳ ସାଗରେ ଶୂନ୍ୟ ବ୍ରହ୍ମାଣ୍ଡରେ ଥାଅ ତୁମେ ରହିଥାଅ…
ଖୋଲା
ଅଧ୍ୟାୟ ୧୯
ହୃଦୟର ଠାକୁର
ନାଥ ହେ ମୋ ହୃଦୟ ଠାକୁର ତୁମର କି ହୃଦୟ ନାହିଁ ଅଛି ଯଦି ନାଥ ତୁମର ହୃଦୟ ଏଇ ହୃଦୟକୁ ଭାଂଗ କାହିଁ। ମଣିଷର ଏଇ ଶରୀରକୁ ଗଢିଲ ନାଥ ରକ୍ତ ମାଂସକୁ ନେଇ ତୁମେ ଆସିଲ ଦାରୁବ୍ରହ୍ମ ରୂପରେ ନିମ କାଠରେ ଗଢା ହୋଇ। ତୁମକୁ କଷ୍ଟ ହେବ କାହିଁ ତୁମେ ତ ଦାରୁବ୍ରହ୍ମ ରୂପର ତେଣୁ କରି ସିନା ବୁଝୁନା କେତେ କଷ୍ଟ ଲେଖନୀରେ ତୁମର..। ଅବୁଝା ରହିଲା ଅଛିଣ୍ଡା ଗଣିତ ମୋ ସମାଧାନ ହେଲା ନାହିଁ ଜୀବନ ସରିବ ଜୀବନ…
ଖୋଲା
ଅଧ୍ୟାୟ ୨୦
କାହିଁକି ଦିଅ ବେଦନା ଭରି
କାହିଁକି ଦିଅ ବେଦନା ଭରି ହରି ଟିକି ହୃଦୟରେ ମୋର ତୁମେ କି ଜାଣନା ପ୍ରଭୁ କେବେଠୁ ଭାଙ୍ଗିଛି ହୃଦୟ ଘର। ଯନ୍ତ୍ରଣା ପରେ ଯନ୍ତ୍ରଣା ଦିଅ ତୁମେ ଭରି ଏଇ ହୃଦୟରେ କେତେ ଧୈର୍ଯ୍ୟ ଅଛି ଆଉ ମୋର ଭଙ୍ଗା ହୃଦୟରେ। ତୁମେ ଅସୀମ ଅନନ୍ତ ମହୋଷଧି ହେ ଭଗବାନ ଅସମ୍ଭବକୁ ସମ୍ଭବ କର ମହାପ୍ରଭୁ ଜଗନ୍ନାଥ। ଜୀବନ ଭାସୁଛି ଲୁହର ସାଗରରେ ଆଖିରୁ ସରି ଆସେ ଲୁହ ହୃଦୟ ଭାଂଗିଲା ମନ ବି ଭାଂଗିଲା କେମିତି ବଞ୍ଚିବି କୁହ।
ଖୋଲା
ଅଧ୍ୟାୟ ୨୧
ନୀଳ ସିନ୍ଧୁ ତଟେ
ନୀଳାଦ୍ରି ନାଥ। ନୀଳ ସିନ୍ଧୁ ତଟେ ନୀଳାଦ୍ରିନାଥ ଲୀଳାମୟଙ୍କର ଲୀଳା ଦେଖେ ଏଇ ଜଗତ.. ବାର ମାସେ ତାଙ୍କର ତେର ଯାତ ଦେଖେ ଜଗତ ହୋଇ ଆନନ୍ଦିତ।
ଖୋଲା
ଅଧ୍ୟାୟ ୨୨
ଚାପେଚ ମଧୁସୂଦନ
ସକାଳ ପ୍ରଣତି ଘେନ ହେ ଭଗବାନ ! ସଂସାର କର ପ୍ରଭୁ ମଧୁମୟ ଏ ଜୀବନ ହେଉ ପୁଲକିତ ନାଥ ଦୁଃଖ ହେଉ ପ୍ରଶମିତ।
ଖୋଲା
ଅଧ୍ୟାୟ ୨୩
ଭାବର ଠାକୁର
ଭାବଗ୍ରାହୀ ହେ ! ଭାବର ଠାକୁର ବୋଲି ମୋ’ ଭାବନାରେ ନିତି ଆସୁଥାଅ ମୋ ଚିନ୍ତା ଚେତନାରେ ରହି ହୃଦୟ ସିଂହାସନେ ବସିଥାଅ। ଭାବରେ ଡାକିଲେ ତୁମେ ଆସି ଯାଅ ଭକତ ପାଖେ ଭକ୍ତିର ପୁଷ୍ପାଞ୍ଜଳି ନିଅ ଭକତ ହସ୍ତେ। ଭାବରେ ଡାକିଲା ବୋଲି ଯୁଗେ ଯୁଗେ ଭକ୍ତର ହେଲ ନିଜର ଅନନ୍ତ ଶୟନରୁ ଉଠିଯାଅ ଭକତ ଉଦ୍ଧାର ପାଇଁ ଜନାର୍ଦ୍ଦନ। ହୃଦୟ ଖୋଲି ଦୁଇ ହାତ ଟେକି ସମର୍ପିତ ହେଲା ବୋଲି ପାଞ୍ଚାଳି ମାନ ରଖିଲ କୋଟି ବସ୍ତ୍ର ଦେଇ କୁରୁ…
ଖୋଲା
ଅଧ୍ୟାୟ ୨୪
ସର୍ବ ମୂଳେ ତୁମେ ଜଗନ୍ନାଥ
କୋଟି ପ୍ରଣତି ହେ ଜଗନ୍ନାଥ ସର୍ବ ମୂଳରେ ତୁମେ ଗୋବିନ୍ଦ ସୁଖ ବରଷା ତୁମେ କରି ଥାଅ ଅଦିନ ବରଷାରେ ଭିଜାଇ ଦିଅ ଚାରିପାଖରେ ମୋ ଅନୁଭବରେ କେବଳ ତୁମେ ଅଛ ଜଗନ୍ନାଥ। ସୁଖରେ ଥିଲେ ମୁଁ ତୁମକୁ ଡାକେ ଦୁଃଖରେ ଥିଲେ ଆହୁଲା ମାଗେ ଏ ହାତ ପାପୁଲିର ଗାର ଭିତରେ ଅଛ କପାଳର ଭାଗ୍ୟ ରେଖାରେ। ଜୀବର ଜନ୍ମ ଆଉ ମୃତୁ୍ୟ ଭିତରେ ପାପ ଆଉ ଏ ମଣିଷର ପୁଣ୍ୟରେ ସବୁଠି ତୁମେ ଦେଖା ଯାଇ ଥାଅ ତୁମ କରୁଣା ନାବେ ଭସାଇ…
ଖୋଲା
ଅଧ୍ୟାୟ ୨୫
ସବୁ ତୁମ ଇଛା
ସବୁ ତୁମ ଇଛା ହେ କାଳିଆ ସବୁ ତୁମ ଇଛା ଦୁଃଖ ଦିଅ ତୁମେ ସୁଖ ଦିଅ ତୁମେ ମନ ଇଛା। କେବେ ହସାଅ କେବେ କନ୍ଦାଇ କରିଦେଲ ଅଭିନେତ୍ରୀ ଅଭିନୟ କରି ସରିଲା ବେଳ କେବେ ମିଳିବ ମୁକ୍ତି। ଥକିଗଲା ମନ ଥକି ଗଲା ପ୍ରାଣ ଥକିଗଲା ଏଇ ଜୀବନ ମନୋବଳ ମୋ ଭାଙ୍ଗିଗଲା ନାଥ ଦିଅ ହେ ପାଦେ ଶରଣ। ଲେଖିଛ କେମିତି ଏ ଭାଗ୍ୟକୁ କେଉଁ ଲେଖନୀ ଧରି ଆଉ ଲିଭି ପାରୁନି ସେ ଲେଖା ଗଲିଣି ମୁଁ ସରି।
ଖୋଲା
ଅଧ୍ୟାୟ ୨୬
ଦୟା କର ହେ ନାଥ
କୋଟି ପ୍ରଣତି କରୁଛି ଘେନ ନାଥ ତୁମରି ଦୟାରେ ହେ ପ୍ରଭୁ ଜଗନ୍ନାଥ ଚାଲିଥାଉ ସଂସାରେ ଜୀବନ ରଥ ତୁମ ନାମରେ ସରୁ କଣ୍ଟକିତ ପଥ। ଫରଫର ଉଡୁଥାଉ ନେତ ମନ୍ଦିରେ ଭକତ ଚାହିଁ ଥାଉ କରୁଣା ଆଶାରେ ଅରୁଣ ସ୍ତମ୍ଭ ପାଖେ ହାତ ଟେକିଲେ ଝରଝର ଝରିପଡୁ କରୁଣା ଠାକୁରେ। ନିରାଶ ମନରେ ତୁମେ ଆଶା ସଞ୍ଚାର ଭଂଗାମନେ ତୁମେ ଧୈର୍ଯ୍ୟର ପାହାଡ଼ ଦୁର୍ବଳ ମନରେ ତୁମେ ଅସୀମ ଶକତି ଆଶାର ସଳିତା ମନରେ ଜଳାଅ ନିତି। ଥାଅ…
ଖୋଲା
ଅଧ୍ୟାୟ ୨୭
ଲୋଡ଼ା ନାହିଁ ଆଉ
କିଛି ଲୋଡ଼ା ନାହିଁ ହେ କାଳିଆ ଇଛା ନିର୍ମାଲ୍ୟ ଟିକେ ମିଳିଯାଉ ଜୀବ ଗଲା ବେଳେ ତୁମରି ନାମ ରେ ମୋର ଜୁଇ ଜଳୁଥାଉ। ରାମ ନାମ ହରି ନାମ ଏ କାନରେ ଗୁଞ୍ଜରିତ ହେଉ ଥାଉ ତୁମର ରୂପକୁ ମୋର ନୟନରେ ଶେଷ ଦର୍ଶନ କରୁଥାଉ। ହିସାବ ଲୋଡ଼ା ନାହିଁ ହେ ଠାକୁର ପାପ ପୁଣ୍ୟ ସବୁ ତୁମର କର୍ମର ଫଳ ମାଗୁନି ହେ ଠାକୁର ପାଦ ତଳେ ଜାଗା ଦିଅ ଈଶ୍ୱର। ଅଣ ନିଃଶ୍ୱାସୀ ହୋଇ ଗଲି କାଳିଆ ତୁମ ଦେବା ବୋଝ ବୋହି ପାରୁନି ଠାକୁର…
ଖୋଲା
ଅଧ୍ୟାୟ ୨୮
କୋଟି ପ୍ରଣତିରେ ସମର୍ପିତ ବିଶ୍ୱପିତା
ସକାଳ ହେଲା ନିଦ ମୋର ଭାଙ୍ଗିଲା ଆଖି ଖୋଲିଲେ ଚକାନୟନ ଦିଶିଗଲା ଜୟ ଶ୍ରୀ ଜଗନ୍ନାଥ ତୁଣ୍ଡ ମୋର ଗାଇଲା ବଂଶୀର ସୁମଧୁର ସ୍ୱର ଗୁଞ୍ଜରିତ ହେଲା। ତନ ମନ ପବିତ୍ର କର ହେ ପ୍ରଭୁ ଜଗନ୍ନାଥ ତୁଣ୍ଡ ମାର୍ଜିତ କର ଜୀବନ ହେଉ ପୁଲକିତ ଏ ସଂସାର ସୁନ୍ଦର ମଧୁମୟ କରି ଗଢିଲ ପ୍ରତି ମଣିଷକୁ ସୁନ୍ଦର ହୃଦୟ ମନ ଦେଲ। ସେ ମନରେ ନରହୁ ଅହଂଭାବ ହେ ଠାକୁର ସେ ହୃଦୟରେ ଫୁଟାଇ ଥାଅ ମମତା ଫୁଲ ହସୁ ଏଇ ଦୁନିଆ…
ଖୋଲା
ଅଧ୍ୟାୟ ୨୯
ହେ ସୌଦାଗର
କୋଟି ପ୍ରଣତି ଘେନ ହେ ଜଗନ୍ନାଥ ଆତ୍ମା ପରମାତ୍ମା ପାଖରେ ସମର୍ପିତ କଳିରେ ପ୍ରତ୍ୟକ୍ଷ ଦେବତା ହେ ନାଥ ପାପି ନାରୀଟି ଖୋଜୁଛି ପୁଣ୍ୟର ପଥ। ବେଳୁ ବେଳୁ ଜୀବନଟା ଯନ୍ତ୍ରଣା ଦିଏ ତୁମ ନାମାମୃତରେ ଆତ୍ମା ଶାନ୍ତି ହୁଏ ମରିଚିକା ପଥରେ ଧାଇଁ ମନ ହାଲିଆ ଶାନ୍ତିର ତୁଳସୀ ପାଣି ମିଳୁହେ କାଳିଆ। ଚୋରା ବାଲିରେ ପୋତି ହେଲା ପାଦ ଚାଲିବାକୁ ସଂସାର ପଥରେ ବଳନାହିଁ ତ କ୍ଷୀଣ ହେଲା ଶରୀର ଉଦାମତା ନାହିଁ ତୁମ ବିନା ମନ ଆଉ କିଛି ଚାହେଁ…
ଖୋଲା
ଅଧ୍ୟାୟ ୩୦
ଭକ୍ତିଫୁଲ କଲି ସମର୍ପିତ
କୋଟି କୋଟି ପ୍ରଣତି ହେ ଜଗନ୍ନାଥ ଭକ୍ତିଫୁଲ ତୁମପାଦେ କଲି ସମର୍ପିତ ସୁମନ ପରି ଜୀବନ ହେଉ ମହକିତ।
ଖୋଲା
ଅଧ୍ୟାୟ ୩୧
ପରମ ବ୍ରହ୍ମ ଜଗନ୍ନାଥ ବୈକୁଣ୍ଠ ବିହାରୀ
ହେ ଜଗନ୍ନାଥ ତୁମେ ପରମ ବ୍ରହ୍ମ ବୈକୁଣ୍ଠ ବିହାରି ତୁମେ ସନାତନ ବାସୁଦେବ ତୁମେ ହେ ନାରାୟଣ ତୁମେ ପରମପିତା ତୁମେ ଦାରୁବ୍ରହ୍ମ ।
ଖୋଲା
ଅଧ୍ୟାୟ ୩୨
ସକାଳ ପ୍ରଣତି ଘେନ ମାଧବ
ସକାଳ ପ୍ରଣତି ଘେନହେ ମାଧବ ସମର୍ପିତ ତୁମ ପାଦ ତଳେ ମହାବାହୁ ହେ ହୀନ ମଣିଷକୁ ରଖ ତୁମ ଭୁଜ ତଳେ। ମଧୁମୟ ହେ ମନକୁ ହଜାଇ ଦିଅ ତୁମ ମଧୁର ବଂଶୀ ସ୍ୱରରେ ଆନନ୍ଦ ମୁଖର କର ସଂସାରକୁ ଆନନ୍ଦମୟ ହେ। ପୂଜା ଜାଣିନାହିଁ ମନ୍ତ୍ର ଜାଣିନାହିଁ ଜାଣି ନାହିଁ ତୁମ ଗୂଢ ତତ୍ତ୍ୱ ଏତିକି ବୁଝିଛି ପ୍ରଭୁ ଜଣେ ଅଛି ରଖିବାକୁ ଏଇ ସଂସାର। ତା'ର ଇଛାରେ ଆସେ ଚନ୍ଦ୍ର ସୂର୍ଯ୍ୟ ଏଇ ପୃଥିବୀକୁ ଋତୁ ବଦଳେ ଏଇ ସଂସାରରେ…
ଖୋଲା
ଅଧ୍ୟାୟ ୩୩
ହେ କୃଷ୍ଣ ହେ ଗୋବିନ୍ଦ
ଜୟ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୃରାରୀ ହେ ନାଥ ନାରାୟଣ ବାସୁଦେବ ତୁମ ପାଦ ପଦ୍ମରେ କୋଟି ନମଃ ନମଃ।
ଖୋଲା
ଅଧ୍ୟାୟ ୩୪
ସବୁଠି ତୁମେ
ଯୁଆଡ଼େ ଚାହୁଁଛି ଦେଖୁଛି ତୁମକୁ ତୁମେ ତ ସର୍ବବ୍ୟାପ୍ତ ଜଳରେ ସ୍ଥଳରେ ଆକାଶେ ତୁମେ କୀଟଠୁ ବ୍ରହ୍ମାଣ୍ଡଯାକ।
ଖୋଲା
ଅଧ୍ୟାୟ ୩୫
ନୀରବ କାହିଁକି ନାଥ
କୋଟି ପ୍ରଣତି ଘେନ ହେ ନାଥ ଜଗନ୍ନାଥ ହେ ତୁମେ ପରମ ବ୍ରହ୍ମ ଚକା ଚକା ଆଖିରେ ସବୁ ଦେଖୁଛ ନାଲି ଅଧରରେ ଚାପା ଚାପା ହସୁଛ ନୀରବରେ ବସି କାହିଁକି ଚାହିଁ ଅଛ ।
ଖୋଲା
ଅଧ୍ୟାୟ ୩୬
କଳାବଦନ
ସକାଳୁ ସଞ୍ଜ ଥରେ ନ ଦେଖିଲେ କଳାବଦନକୁ କାହିଁକି ଭଲ ଲାଗେନା ଜମା ଏଇ ମୋ ମନକୁ। କଳା ବଦନକୁ ଚାହିଁ ଦେଲେ ଥରେ ହୃଦୟରୁ ଭକତି ଫୁଲ ଝରେ ତୁଳସୀ ବାସରେ ମନରେ ମହକ ଭରେ। କଳା ବଦନର ରଙ୍ଗ ଅଧରର ସେ ମନ କିଣା ହସ ସେ ହସ ଦେଖିବାକୁ ପାଗଳ ମନ ସକାଳୁ ସଞ୍ଜ। ରାତି ପାହିଲେ କର୍ମମୟ ଜୀବନର ଆରମ୍ଭ ହୁଏ ରାତି ଆସିଗଲେ ଜଞ୍ଜାଳ ଜୀବନରୁ ମୁକତି ପାଏ।
ଖୋଲା
ଅଧ୍ୟାୟ ୩୭
ତୁମେ ଯେବେ ଆସ!
କଳା ଠାକୁର ହେ ତୁମେ ଯେବେ ଆସ ସକାଳୁ ସକାଳୁ ଆଖି ପଲକକୁ ମନ ଅଗଣାରେ ତୁଳସୀ ତୁଳସୀ ବାସ ଦେଖି ତୁମର ଦିବ୍ୟ ରୂପକୁ।
ଖୋଲା
ଅଧ୍ୟାୟ ୩୮
ଦୟାସାଗର ହରି
ଆହେ ଗୋଲକ ବିହାରୀ ଦୟାର ସାଗର ହରି ତୁମ ଦୟାରେ ଏ ଦିନ ଯାଉ ପ୍ରଭୁ ମୋର ସରି। ଭଙ୍ଗା ମନରେ କେତେ ଯେ ସପନ ଦେଖିବି ଆଉ ସୁନା ଜୀବନ ଚୂନା ହେଲା ତୁମେ ପ୍ରଭୁ ଥାଉ ଥାଉ। ନାରୀ ଜନମ କଷଣ ଏତେ ତୁମେ କାହିଁକି ଭରିଦେଲ ସମୟ ସରିଯାଏ ସିନା ସରୁ ନାହିଁ ଏ ସଂସାର ଖେଳ। ଧୈର୍ଯ୍ୟର ପଣତ ଚିରି ଚିରି ଆସେ ହୃଦୟ କାନ୍ଥରୁ ମୋର ପାଞ୍ଚାଳୀ ପରି କୋଟି ବସ୍ତ୍ର ପ୍ରଭୁ ହେ ଲଜ୍ଜା ନିବାରଣ କର ।
ଖୋଲା
ଅଧ୍ୟାୟ ୩୯
ସକାଳ ପ୍ରଣତି ଘେନ ହେ ଜଗନ୍ନାଥ
ସକାଳ ପ୍ରଣତି ଘେନ ହେ ଜଗନ୍ନାଥ ମନ ରହୁ ସଦା ତୁମ ପାଖେ ସମର୍ପିତ । ସୁଖ ନିଦ୍ରା ଭାଙ୍ଗି ଗଲା ପରେ ଦୁଃଖର ଚାଦର ମନକୁ ବଢେ ମଇଳା ଚାଦର କାଢିବା ପାଇଁ ତୁମକୁ ପ୍ରଭୁ ହେ ସ୍ମରଣ କରେ ଦରଜ ମନେ ପରା ତୁମେ ଶାନ୍ତିର ମଲମ ଭଙ୍ଗା ହୃଦୟେରେ ତୁମେ ଦୃଢ଼ ପ୍ରାଚୀର।
ଖୋଲା
ଅଧ୍ୟାୟ ୪୦
ଭାବ ବନ୍ଧନ
ଭାବରେ ବାନ୍ଧ ହେ ଜଗନ୍ନାଥ ତୁମରି ଅଭାବେ ହୋଇଲି ଅନ୍ଧ ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ ତୁମ ଭାବନାରେ ଏମନକୁ ବାନ୍ଧ। ଆତ୍ମା ପଞ୍ଜୁରୀରେ ମାୟାର ଶିକୁଳି ଛଟପଟ ଆତ୍ମା ପକ୍ଷୀ ନ ବାହାରି ଓଲଟ ବୃକ୍ଷରେ ଲୋଟଣୀ ପାରା ଖେଳୁଛି ଦୋଳି ଏ ଜୀବନ ପରା। ଛିଡ଼ି ଯିବ ଦୋଳି ଖେଳ ସରିଯିବ ମନ ପକ୍ଷୀ ପରମାତ୍ମାକୁ ଖୋଜିବ ଉଡ଼ି ଉଡ଼ି ଯିବ ପରା ଶୂନ୍ୟକୁ ଗୁଡ଼ି ଗୁଡି ଛିଣ୍ଡି ଗଲେ ଯିବୁ ତଳେ ପଡି। ଭାବର ଠାକୁର ହେ କଳା ଠାକୁର ତୁମ କଳା…
ଖୋଲା
ଅଧ୍ୟାୟ ୪୧
ତୁମକୁ ଆତୁରେ ଡାକେ
କୋଟି ପ୍ରଣତି ଘେନ ହେ ଭଗବାନ ରହୁ ତୁମରି ଶ୍ରୀ ଚରଣରେ ମନ ଅବସ ହାତରେ ଲେଖେ ଭଜନ ଇଛା ମୋର ମିଳିଯାଉ ଧରମ ।
ଖୋଲା
ଅଧ୍ୟାୟ ୪୨
ହେ କଳା ସାଆନ୍ତ !
କଳା ସାଆନ୍ତ ଟିକେ ଦୁଃଖ ଶୁଣନ୍ତ ତୁମେ ଥାଉ ଥାଉ ମୁଁ ହେଲି ଅନାଥ ତୁମେ ଦାନି ପରା ମୁଁ ଭିକାରୀ ଜଣେ ହାତ ପାତେ ନିତି ତୁମରି ଛାମୁରେ।
ଖୋଲା
ଅଧ୍ୟାୟ ୪୩
ସମର୍ପିତ
କୋଟି ପ୍ରଣତି ଘେନ ହେ ନାଥ ମନ ତୁମ ପାଦରେ ସମର୍ପିତ।
ଖୋଲା
ଅଧ୍ୟାୟ ୪୪
ଦୀପଟିଏ କର ମୋତେ
ଦୀପଟିଏ ମୋତେ କରି ଦିଅ ପ୍ରଭୁ ତୁମ ଆଗେ ନିତି ଜଳୁଥିବ । ଜଳି ଜଳି ପ୍ରଭୁ ତୁମ ପାଇଁ ଏ ଜୀବନଟା ସାରି ଦେବିି।
ଖୋଲା
ଅଧ୍ୟାୟ ୪୫
ବାଜୁନି ବଂଶୀ କଦମ୍ବ ମୂଳରେ
ବାଜୁନି ବଂଶୀ ଆଉ ଯମୁନା କୂଳରେ ନାହିଁ ଆଉ କେଳି ସେ କୁଞ୍ଜ ବନରେ ଦାରୁବ୍ରହ୍ମ ରୂପ ନେଲ କଳି ଯୁଗରେ ମାନବୀୟ ଲୀଳା ପ୍ରକାଶିଲ ଠାକୁରେ।
ଖୋଲା
ଅଧ୍ୟାୟ ୪୬
ଦୁଃଖ ଦରିଆରେ ଭାସିଭାସି ଯାଏ
ଦୁଃଖ ଦରିଆରେ ଭାସିଭାସି ଯାଏ ଏଇ ଜୀବନ ତରୀ ମହୋଦଧିରେ ପଡିଗଲେ ଥରେ ହୋଇ ଯାଆନ୍ତା ପାରି।
ଖୋଲା
ଅଧ୍ୟାୟ ୪୭
ମିଶିବି ତୁମ ପାଦ ଧୂଳିରେ
କି ଯାଦୁ ଅଛି ନାଥ ତୁମ ପାଖରେ ମନ ଟାଣି ହୁଏ ଆପେ ସକାଳେ ରଖ ହରି ବୋଲି କହିଦେଲେ ଥରେ ଆପେ ଆପେ ଜୀବନେ ମଧୁ ଝରେ। ହରି ନାମରେ କି ରସ ଅଛି ଲୋ ସଖି ପାନ କଲା ବାଲା ଏକା ଜାଣିଛି କେତେ ମିଠା ସତେ ଏଇ ନାମରେ ପାରି ହୁଏ ମନ ଡଙ୍ଗା ଧୀରେ ଧୀରେ। ହରି ହରି ସେଇ ହରି ଏକା କରିବେ ପାପ ପଙ୍କରୁ ପାରି ସେ ଚାହିଁଲେ ଉଦ୍ଧାର ହୋଇବ ଦୁଃଖ ସାଗରକୁ ଜୀବନ ତରି।
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍