ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ହେ ନାଥ
ଏ ଆତ୍ମା ତୁମ ପାଖେ ସମର୍ପିତ।
ବାଟ ଚାଲୁ ଚାଲୁ ପ୍ରଭୁ ହେ
ଚୋରା ବାଲିରେ ପାଦ ପୋତିଲି
ପାଦର ଘୁଙ୍ଗୁର ନାଥ ହେ ଆଜି
କାହିଁକି ଆଜି ବାଜୁନି।
ମନର ବଂଶୀ ବିରହ ବେଦନା
ତୋଳୁଛି ମନ ଯମୁନା କୂଳେ
ରାଧାର ଘୁଙ୍ଗୁର ହଜିଛି କେଉଁଠି
ରାଧା ଗୁମାନ ମାରେ।
କେମିତି ନାଚିବ ଦେବଦାସୀ
ତୁମ ନାଟମଣ୍ଡପରେ
ଘୁଙ୍ଗୁର ବିନା କି ନାଟ ମଣ୍ଡପରେ
ନାଚ ହୋଇପାରେ।
ଭାବ ବନ୍ଧନ ୪୦
ଆତ୍ମା ପକ୍ଷୀଟା ବାଉଳି ହୁଏ
କେଣେ ଯିବ ବାଟବଣା ହୋଇ
କଳ୍ପବଟରେ ବସା ବାନ୍ଧେ ତୁମ
ପାଖେ ସମର୍ପିତ ହୋଇ।
ଆଗରେ ପଛରେ ପ୍ରଭୁ ଦିଶେ
ଖାଲି ଅନ୍ଧାର
ଆହେ ଜ୍ୟୋତିର୍ମୟ ଦିଅ ଦିବ୍ୟ
ଆଲୋକ ତୁମର ।
ବାଜୁନି ବଂଶୀ ଆଉ ମନ ଯମୁନା କୂଳରେ
ଶୁଭୁନି ଘୁଙ୍ଗୁର ଆଉ ଏଇ ମନ କୁଞ୍ଜବନରେ।
ଜୀବନ ଲାଗେ ଭାରି ଫିକା ଫିକା
ଫଗୁଣ ବାଟ ଭାଙ୍ଗିଲା
ସବୁରଙ୍ଗ ମିଶି ଯାଇ ପ୍ରଭୁ ହେ
ଜୀବନ କଳାରଙ୍ଗ ହୋଇଲା।
ଭଲ ଲାଗେ ତୁମର ସେ କଳାରଙ୍ଗ
ହେ କାଳିଆ
କଳା ଶ୍ରୀମୁଖରେ ତୁମେ ହସୁଥାଅ
ପୂନେଇଁ ଜହ୍ନ ଭଳିଆ।
ଫେରାଇ ଦିଅ ଘୁଙ୍ଗୁର ହେ ନାଥ
ନାଚୁଥାଉ ମନ ଗାଇ ତୁମ ଗୀତ
ଥକି ନଯାଉ ପାଦ ଚାଲିଚାଲି ପଥ
ବାଜୁ ଘୁଙ୍ଗୁର ପ୍ରଭୁ ହୋଇ ସମର୍ପିତ ।
ଭାବ ବନ୍ଧନ ୪୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ