ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମଣିମା ଶୁଣିମା ହେଉ ଗୁହାରି ମୋର
ଅଥଳ ସାଗରେ ଆଜି ଜୀବନ ଅସ୍ଥିର
ସଂସାର ସାଗରେ ବୁଡ଼ିଗଲି ହେ ନାଥ
ଉଦ୍ଧାର ବାସୁଦେବ ହେ ପ୍ରଭୁ ଜଗନ୍ନାଥ।
ମଣିମା ଶୁଣିମା ହେଉ ଗୁହାରୀ ମୋର
ବୁଡିଯାଉଛି ସଂସାର ନାବ କୂଳକୁ କର
ଧର୍ମ କାନ୍ଦୁଛି ଦାଣ୍ଡରେ ପ୍ରଭୁ ଧର୍ମ କାନ୍ଦୁଛି
ଅଧର୍ମ କଳିରେ ଅଟ୍ଟହାସ୍ୟ କରି ଚାଲିଛି।
ପାପ ପଙ୍କରେ ମଣିଷ ବୁଡି ବୁଡି ଯାଉଛି
ମହତ ଜନର ସ୍ଥାନ ଏଇଠି ହଜି ଯାଉଛି
ବ୍ୟଭିଚାର ବଢିଗଲା ଏ ମଣିଷ ଭିତରେ
ଏବେ ଏଇ ଜୀବନ ସନ୍ଦେହ ଘେରରେ।
ଭାବ ବନ୍ଧନ ୪୨
ଈର୍ଷା କାତରତାରେ ମଣିଷ ଜଳି ଯାଉଛି
ଜୀବନଟା ଯନ୍ତ୍ରଣାରେ ଛଟପଟ ହେଉଛି
ଧର୍ମ ବୁଡିଗଲାଣି ଲାଗେ ଅଧର୍ମର ହାଟ
ହରି ନାମ ଧରୁ ନାହିଁ ଆଉ କାହାର ତୁଣ୍ଡ।
ଗୀତା ଭାଗବତରେ ମନଟା ଲାଗୁନି ଆଉ
ମଦ ମାଂସରେ ବୁଡି ପଛକେ ପ୍ରାଣ ଯାଉ
ଭଲ ଲାଗୁନାହିଁ ଭଲ କଥା କାହାକୁ ଆଉ
ମଣିମା ଏତିକି ଗୁହାରି ଶୁଣିବାର ହେଉ।
ଧର୍ମ ରହୁ ଯୁଗ ଯୁଗରେ ହେ ମହାବାହୁ
ଧର୍ମର ଜୟ ଜୟକାର ସଂସାରେ ହେଉ
ସତ୍ୟ ନ୍ୟାୟରେ ଜୀବନଟା ଚାଲି ଥାଉ
ମଣିମା ଶୁଣିମା ମୋର ଗୁହାରୀ ହେଉ।
ଭାବ ବନ୍ଧନ ୪୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ