ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କାହିଁକି ଦିଅ ବେଦନା ଭରି ହରି
ଟିକି ହୃଦୟରେ ମୋର
ତୁମେ କି ଜାଣନା ପ୍ରଭୁ କେବେଠୁ
ଭାଙ୍ଗିଛି ହୃଦୟ ଘର।
ଯନ୍ତ୍ରଣା ପରେ ଯନ୍ତ୍ରଣା ଦିଅ ତୁମେ
ଭରି ଏଇ ହୃଦୟରେ
କେତେ ଧୈର୍ଯ୍ୟ ଅଛି ଆଉ ମୋର
ଭଙ୍ଗା ହୃଦୟରେ।
ତୁମେ ଅସୀମ ଅନନ୍ତ ମହୋଷଧି
ହେ ଭଗବାନ
ଅସମ୍ଭବକୁ ସମ୍ଭବ କର
ମହାପ୍ରଭୁ ଜଗନ୍ନାଥ।
ଜୀବନ ଭାସୁଛି ଲୁହର ସାଗରରେ
ଆଖିରୁ ସରି ଆସେ ଲୁହ
ହୃଦୟ ଭାଂଗିଲା ମନ ବି ଭାଂଗିଲା
କେମିତି ବଞ୍ଚିବି କୁହ।
ଭାବ ବନ୍ଧନ ୫୯
ତୁମେ ମୋର ସଖା ସମ୍ପର୍କର ସେତୁ
ଗଢିଛି ତୁମପାଇଁ
ତୁମେ ରଖ ନାଥ ହୃଦୟରୁ ଡାକେ
ସଦା ମୁହିଁ।
ରୋଗୀଟିଏ କରିଦିଅ ଭୋଗୀଟିଏ କର
ସବୁ ତ ତୁମରି ଇଛା
ତୁମ ଇଛାରେ ବଞ୍ଚିବା ପ୍ରଭୁ ହେ
ଏହା ମୋର ଇଛା।
ମୁଁ ଜାଣେନା କିସ ଘଟୁଛି ଏଇ
ଜୀବନରେ ମୋର
ଏତିକି ଜାଣିଛି ମୋ ଅନୁଭବରେ
ତୁମେ ଅଛ ଭଗବାନ।
ସକାଳୁ ତୁମ ନାମ ନେଲେ
ଏ ତନମନ ପବିତ୍ର ହୁଏ
ମୋ ଚାରିପାଖରେ ଏ ହୃଦୟରେ ତୁମେ
ପ୍ରଭୁ ଆଉ କେହି ନୁହେଁ।
ମୋ ଲୁହ ତୁମକୁ ଭଲଲାଗେ ତେଣୁ ତ
ମୁଁ ଲୁହ ସାଗରରେ ବୁଡିଗଲି
ତୁମ ଇଛା ଉଦ୍ଧାରିବ କିନା ମୁଁ କିନ୍ତୁ ତୁମ
ପାଦେ ଶରଣ ଗଲି।
ଭାବ ବନ୍ଧନ ୬୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ