ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ନାଥ ହେ ମୋ ହୃଦୟ ଠାକୁର
ତୁମର କି ହୃଦୟ ନାହିଁ
ଅଛି ଯଦି ନାଥ ତୁମର ହୃଦୟ
ଏଇ ହୃଦୟକୁ ଭାଂଗ କାହିଁ।
ମଣିଷର ଏଇ ଶରୀରକୁ ଗଢିଲ
ନାଥ ରକ୍ତ ମାଂସକୁ ନେଇ
ତୁମେ ଆସିଲ ଦାରୁବ୍ରହ୍ମ ରୂପରେ
ନିମ କାଠରେ ଗଢା ହୋଇ।
ତୁମକୁ କଷ୍ଟ ହେବ କାହିଁ
ତୁମେ ତ ଦାରୁବ୍ରହ୍ମ ରୂପର
ତେଣୁ କରି ସିନା ବୁଝୁନା କେତେ
କଷ୍ଟ ଲେଖନୀରେ ତୁମର..।
ଅବୁଝା ରହିଲା ଅଛିଣ୍ଡା ଗଣିତ ମୋ
ସମାଧାନ ହେଲା ନାହିଁ
ଜୀବନ ସରିବ ଜୀବନ ଗଣିତକୁ
ବୁଝିପାରିଲି ନାହିଁ।
ତୁମ ଦେବା ଦାନ ଏଇମୋ ଜୀବନ
ତୁମକୁ ସମର୍ପି ଦେଲି
ଭକ୍ତି ନିବେଦନରେ ଦିନକୁ ଶୁଭମୟ
କର ବୋଲି ମାଗିଦେଲି ।
ଭାବ ବନ୍ଧନ ୫୭
ଶୁଭ ଦୃଷ୍ଟିରେ ତୁମର ସବୁ ଜୀବନର
ଅଶୁଭ ନାଶ ହେଉ
ଜୀବନ ରାସ୍ତା ପ୍ରଭୁ ତୁମ ଦୟାରେ
ସହଜ ସୁଗମ ହେଉ।
କେଉଁ ଜନମର କର୍ମ ଫଳକୁ ତୁମେ
ଏଇ ଜନମରେ ହିସାବ କଲ
ବୁଝିବା ଆଗରୁ ଏଇ ଜୀବନକୁ ପ୍ରଭୁ
ହେ ଅବୁଝା କରି ଦେଲ।
ଜାଣେନା ପ୍ରଭୁ ହେ ଜୀବନର ସଂଜ୍ଞା
ଆଜି ଯାଏ ମୁହିଁ
ଖୋଜୁଛି ଜୀବନର ମାନେ ବୁଝି ମୁଁ
ପାଇଲି ନାହିଁ।
ସାତ ଜନ୍ମର କର୍ମ ଫଳକୁ ତୁମେ କି
ମିଶାଇ ଦେଲ
ଏଇ ଜନମରେ ସବୁ ଦୁଃଖସୁଖ ସମ
ଭାବେ ବାଣ୍ଟି ଦେଲ।
କାଳିଆରେ ଦୁଃଖ ଜମା ସରୁ ନାହିଁ
ଏଇ ଜୀବନ ଫଳକୁ ନେଇ
ଜାଣିଛି ସବୁ ଯାହା ଘଟେ ତୁମ ଇଛା
ନିମିତ୍ତମାତ୍ର ମୁହିଁ।
ନିତି ଘୋଷିବି ତୁଣ୍ଡରେ ତୁମ ନାମକୁ
ମୋର ସବୁ ପାପ ନାଶ ପାଇଁ
ଜୀବନ ଯିବ ଜୟ ଜଗନ୍ନାଥ ଜୟ
ଜଗନ୍ନାଥ କହି କହି।
ଭାବ ବନ୍ଧନ ୫୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ