ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ହେ ଭଗବାନ !
ସଂସାର କର ପ୍ରଭୁ ମଧୁମୟ
ଏ ଜୀବନ ହେଉ ପୁଲକିତ ନାଥ
ଦୁଃଖ ହେଉ ପ୍ରଶମିତ।
ବାର ମାସରେ ତେର ପରବ ପରା
ଜଗାର ମାନବୀୟ ଲୀଳା ସୃଷ୍ଟିରେ
ଘୋଷ ଯାତରା ଆଗରୁ କାଳିଆର
ଚନ୍ଦନ ଯାତରା
ଥରେ ଦେଖିବାକୁ ମନ ବଳେ।
ନରେନ୍ଦ୍ର ପୁଷ୍କରିଣୀରେ ଭକତ ଭିଡ
ଦେଖିବାକୁ ଜଗାର ବେଶ
ଭାବ ବନ୍ଧନ ୬୩
ଚାପ ଖେଳୁଛ ହେ କଳା ନାଉରୀ
ହେବାକୁ ତାପ ମୁକ୍ତ
ଭକ୍ତକୁ ଦୟା କର ହେ ନାଥ ହେଉ
ସେ ଚାପ ମୁକ୍ତ।
ଦର୍ଶନ ଦିଅ ଚାପରେ
କୋଟି ଜନ୍ମ ପୁଣ୍ୟ ବଳେ
ଭକ୍ତର ଦୁଃଖ କର ଦୂର ମୀନତି
ତବ ଶ୍ରୀଚରଣରେ।
ଆନନ୍ଦ ଭରିଦିଅ ସଂସାର ରେ
ହେ ଆନନ୍ଦମୟ
କଳିରେ ଦାରୁବ୍ରହ୍ମ ଏକୋଇଶି
ଦିନରେ କେତେ ବେଶ
ମୋହନ ବଂଶୀରେ ଜଗତକୁ
କର ବଶୀଭୂତ।
ତୁମେ ସିନା ଏକୋଇଶି ଦିନ
ନନ୍ଦା ଭଦ୍ରା ନାବରେ
ଅଗରୁ, ଚୁଆ, କସ୍ତୁରୀ ବୋଳି
ନାବ ଖେଳ ତୁମେ ଭିନ୍ନ ଭିନ୍ନ
ବେଶେ ରାଜକୀୟ ଠାଣୀରେ।
ଜୀବନ ଖେଳୁଛି ଚକା ଭଉଁରୀ
ଦୁଃଖ ସାଗର ମଝିରେ
ଉଦ୍ଧାର ଉଦ୍ଧାର ହେ ରାଧା ମାଧବ
ଜୀବନ ଭେଳା ବୁଡିଲା ବେଳେ।
ଭାବ ବନ୍ଧନ ୬୪
ମଙ୍ଗଳମୟ ହେ ପଦ୍ମ ଲୋଚନ
ବାସୁଦେବ ନାରାୟଣ
ସୃଷ୍ଟିରେ ଜୀବନ ଅସହ୍ୟ ହେଲା
ସ୍ରଷ୍ଟାହେ ରକ୍ଷାକର।
ପାଦପଦ୍ମରେ ଜାଗା ଟିକେ
ଦେବ ହେ ଜଗତସାଇଁ
ଆଉ ଜୀବନରେ କିଛି ମୋର
ଲୋଡ଼ା ନାହିଁ।
ଚାପେଚ ମଧୁସୂଦନ
ଭୂଦେବୀ ଶ୍ରୀଦେବୀ ଦେବୀ ସାଥେ
ଦଶ ଚଳନ୍ତି ଦେବତା ସାଥିରେ
ଯାଆନ୍ତି ନାବ ପାଖେ
ପଞ୍ଚମହାଦେବତାଙ୍କ ସହ
କରନ୍ତି ଲୀଳା ଗୀତେ
ଚାପ ଖେଳ ଦୃଶ୍ୟ ଅତି
ମନୋରମ ଦର୍ଶନ ଆନନ୍ଦ ଚିତ୍ତେ ।
ଭାବ ବନ୍ଧନ ୬୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ