ଅଧ୍ୟାୟ ୪୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କି ଯାଦୁ ଅଛି ନାଥ ତୁମ ପାଖରେ
ମନ ଟାଣି ହୁଏ ଆପେ ସକାଳେ
ରଖ ହରି ବୋଲି କହିଦେଲେ ଥରେ
ଆପେ ଆପେ ଜୀବନେ ମଧୁ ଝରେ।
ହରି ନାମରେ କି ରସ ଅଛି ଲୋ ସଖି
ପାନ କଲା ବାଲା ଏକା ଜାଣିଛି
କେତେ ମିଠା ସତେ ଏଇ ନାମରେ
ପାରି ହୁଏ ମନ ଡଙ୍ଗା ଧୀରେ ଧୀରେ।
ହରି ହରି ସେଇ ହରି ଏକା କରିବେ
ପାପ ପଙ୍କରୁ ପାରି
ସେ ଚାହିଁଲେ ଉଦ୍ଧାର ହୋଇବ ଦୁଃଖ
ସାଗରକୁ ଜୀବନ ତରି।
ଭାବ ବନ୍ଧନ ୧୧୮
ଧୀରେ ଧୀରେ ମନ ଦେଲୋ ସଖି ତାଙ୍କୁ
ମନ ରଖିଥା ତାଙ୍କ ପାଦପଦ୍ମକୁ
ସେଇ ଏକା ପୁରୁଷ ଜଣେ ସଂସାରରେ
ସଭିଙ୍କର ମନ ସେ ଜିଣି ପାରେ।
ବଡ଼ ନାଟୁଆ ସେଇ ପରା ନଟଖଟିଆ
ବୁଝି ପାରିବୁନି ତାଙ୍କର ମାୟା
ମାୟାଧର ସିଏ ଏଇ ସଂସାରରେ
ମାୟାର ପଟି ବାନ୍ଧିଛନ୍ତି ସଭିଙ୍କ ଆଖିରେ
ମିଛ ମାୟାର ସପନ ଆଖିରେ ଘାରି
ପରୀକ୍ଷା କରନ୍ତି ସେ ଗିରିଧାରୀ।
ସଖିଲୋ!
ମନ ହଜାଇଲି ସେଇ ଭାବର ଯମୁନା କୂଳରେ
ଖୋଜୁଛି ରାଇକୁ ନିତି ସଞ୍ଜ ସକାଳେ
ରଖିଛି ମଲ୍ଲି ହାର ଗୁନ୍ଥି ତାଙ୍କ ପାଇଁ
ମନ କଦମ୍ବ ମୂଳରେ ବଂଶୀ ବାଜୁଛି ରହି ରହି।
ଦିନେ ଭେଟିବି ତାଙ୍କୁ କୁଞ୍ଜ ବନରେ
ଯୁଗଳ ମୂର୍ତ୍ତି ଥିବେ କେଳୀ କୁଞ୍ଜରେ
ଛୁଇଁ ଦେବି ପଦ୍ମ ପାଦକୁ ଥରେ ଭକ୍ତିରେ
ଧୀରେ ଧୀରେ ଆଖିବୁଜିବି ଆନନ୍ଦରେ।
ଆଖି ପବିତ୍ର ତନ ମନ ପବିତ୍ର ହେବ
କୃଷ୍ଣ ପାଦେ ଲୟ ରହି ଥିବ
ସଖିଲୋ ଜୀବ ଯିବ ବୈକୁଣ୍ଠପୁର
କୃଷ୍ଣ ପ୍ରୀତି ଯଦି ମନରେ ଥିବ ମୋହର।
ସତେ କି ହୋଇବ ହରିର ଦୟା
ହଟିଯିବ ମନରୁ ଏଇ ମୋହ ମାୟା
ଭାବ ବନ୍ଧନ ୧୧୯
ମୋକ୍ଷ ହେବ ଆତ୍ମା ହରି ନାମରେ
ଜୀବ ଯିବ ଫେରି ରହିବ ହରି ପାଦରେ।
ସଖିଲୋ !
ବଡ଼ ପୁଣ୍ୟ ହରି ସେବିଲେ
ପୁଣ୍ୟ କାର୍ତ୍ତିକ ମାସରେ
ସେଇ ହରି ଜଗନ୍ନାଥ ଏଇ କଳି ଯୁଗରେ
ଜୟ ଜଗଦୀଶ ହରେ,
ମନ ନିତି ହରିକୁ ସ୍ମରେ
ତୁମେ ଏକା ମନ କଥା ଜାଣ ହେ ଗୋବିନ୍ଦ
କି ଅଛି ହାତ ପାପୁଲିରେ ମୋର ଭବିଷ୍ୟତ
କଟାକଟା ଏଇ ମୋର ପାପୁଲି ଗାରରେ
ରଖିଥାଅ ପ୍ରଭୁ ମିଶିବି ତୁମ ପାଦ ଧୂଳିରେ।
ଭାବ ବନ୍ଧନ ୧୨୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ