ଅଧ୍ୟାୟ ୪୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଦୁଃଖ ଦରିଆରେ ଭାସିଭାସି ଯାଏ
ଏଇ ଜୀବନ ତରୀ
ମହୋଦଧିରେ ପଡିଗଲେ ଥରେ
ହୋଇ ଯାଆନ୍ତା ପାରି।
ଭାସିଯାଏ ଜୀବନ ତରୀ ମୁଁ ଦିଗ
ହୀନ ପଥିକ
କଳା ନାଉରୀ ହେ ଦିଗ ଦେଖାଅ
କୂଳରେ ଲାଗୁ ନାବ।
ଜାଣେନା ତୁମର ମନ୍ତ୍ର ଶ୍ଳୋକ ନିତି
ହାତ ଯୋଡି ପଦେ କହେ
ରଖିଲେ ରଖିବ ମାରିଲେ ମାରିବ
ତୁମ ଇଛାକୁ ସମ୍ମାନ ଦିଏ।
ଜୀବନ ଚକ ଘୂରୁଛି କେବେ ସୁଖ
କେବେ ଦୁଃଖ
ସବୁ ସୁଖ ଦୁଃଖ ଭୁଲିଯାଏ ମୁହିଁ
ଦେଖି ତୁମ କଳା ଶ୍ରୀମୁଖ।
ଭାବ ବନ୍ଧନ ୧୧୫
କି ଯାଦୁ ଅଛି ତୁମ ଆଖିରେ ଜାଣି
ପାରେନା କେହି
ଦେଖିଦେଲେ ଥରେ ଆପେ ଲୁହ
ଯାଏ ସବୁ ବୋହି।
ସେହି କଳା ଶ୍ରୀମୁଖରେ ସବୁ ଶିରି
ଲୁଚି ଅଛି
ବୁଝିଗଲାବାଲା ଏକା ସିନା ତୁମର
ଗୂଢ ରହସ୍ୟ ଜାଣିଛି।
କିଏ କହେ ନାହିଁ ଠାକୁର ଏ ଜଗତ
ରେ ଦୁଃଖ ଶୁଣେ ନାହିଁ
କିଏ କହେ ଡାକିଲେ ତାକୁ ବେଶୀ
ବେଶୀ ଦୁଃଖ ଦେଇଥାଇ।
ମୁଁ କହି୍ୱି ନାଥ ତୁମ ବିନା ଆନ ଏ
ଜଗତରେ କିଛି ନାହିଁ
ଯୁଆଡ଼େ ଯାହା ଦେଖିଲେ ସେଥିରେ
ତୁମେ ହସ ଦିଶୁଥାଇ।
ପୁଣ୍ୟ ଆଖିରେ ଚାହିଁ ଦେଲେ ଥରେ
ତୁମେ ଚାହିଁ ଦିଅ
ପାପି ମନ କାହୁଁ ବା ବୁଝିବ ତୁମର
ସେ ଗୂଢ଼ ରହସ୍ୟ ମାନ।
ମାୟା ସଂସାରେ ମାୟାଧର ମାୟାର
ପଟି ବାନ୍ଧି ଥାଏ
ସତ୍ୟ ପରା ସଂସାରରେ ମିଛ ଆଢ଼ୁ
ଆଳରେ ଲୁଚିଯାଏ।
ଭାବ ବନ୍ଧନ ୧୧୬
ଧନ ସମ୍ପତ୍ତିରେ ବୁଡି ଯାଏ ମଣିଷ
ତୁମକୁ ମାନେ ନାହିଁ
ବିପଦ ପଡିଲେ ଆଖି ଖୋଲି ଯାଏ
ତୁମ ପାଖକୁ ଯାଏ ଧାଇଁ।
କ୍ଷମାର ସାଗର କ୍ଷମାଧୀଶହେ ହରି
କରିଦିଅ କ୍ଷମା ତୁମେ
ଭକତ ଆଖିର ଲୁହ ସହି ପାର ନାହିଁ
ବୋଲି ଭକତ ବାନ୍ଧବ ତୁମେ।
ଭକତ ପାଇଁ ସିଂହ ଦୁଆର ଖୋଲା
ସବୁ ବେଳେ
ଭକତ ପାଇଁ ଆନନ୍ଦ ବଜାର ଖୋଲି
ଦେଇଛ ଠାକୁରେ।
ଭକତକୁ ଚାହିଁ ରତ୍ନବେଦୀରେ ବସି
ମୁରୁକି ହସୁଛ
ସବୁ ଶୁଣି ନୀରବରେ ରହି ଭକତକୁ
ଉଦ୍ଧାର କରୁଛ।
ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ
ଅନନ୍ତ ଅପାର
ମୁଁ ଛାର ନାରୀ କଳିକି ପାରିବି ପ୍ରଭୁ
ତୁମ ଲୀଳାକୁ କୋଟି ପ୍ରଣାମ।
ଦିନ ଆରମ୍ଭରେ ସବୁ ସୁଖ ଭରିଦିଅ
ସବୁରୀ ଜୀବନେ
ତୁମ ନାମରେ ଦିନ ଶୁଭ ହେଉ କଟି
ଯାଉ ଗ୍ରହହେ ଠାକୁରେ।
ଭାବ ବନ୍ଧନ ୧୧୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ