କବିତା · ନଭେମ୍ବର ୨୪, ୨୦୨୩ · ୧ ମିନିଟ୍ ପଢ଼ା
ସମ୍ପର୍କ...୨
କେବେ ଛଳଛଳ ଉଛୁଳା ନଈଟିଏ
କେଵେ ଆଗକୁ ସେ ବୋହି ଯାଏ..
କେବେ ଆକାଶର ଜହ୍ନ ପରି ଛନଛନ
ଭାରି ସୁନ୍ଦର ମନକୁ ମୋହି ନିଏ
ଜୋର ରେ ଭିଡିଦେଲେ ସମ୍ପର୍କ ର ରଜ୍ଜୁ
ଛିଣ୍ଡି ଯାଏ..
ଅତି କୋମଳ ରେ ଧରିଲେ ଖସି ଯାଏ...
ଧରିପାରିଲେ ଅତି ଆଦରରେ
ଵନ୍ଧା ପଡ଼ିଯାଏ ସେ ପଣତ ପାଖରେ...
ସମ୍ପର୍କ.....!
ଦୁଇ ମନର ହୃଦୟ ର ସେତୁ ଟିଏ
ଦରକାର ନାହିଁ ପଥର ସିମେଣ୍ଟ ବସ୍ତା ଟିଏ
ମମତାର ରଜ୍ଜୁ ରେ ବନ୍ଧା ଯାଇଥାଏ..
ଅନାବିଳ ସେ ମମତା ର ଵନ୍ଧନ
ଭାରି ମିଠା ଲାଗେ ସମ୍ପର୍କ .........
ଥାଏ ଯଦି ସେଥିରେ ନିଜର ଆଉ
ଆଦର ଭାଵ..।
ସମ୍ପର୍କ...
ହେଉ ହେଉ ସେ ପରା ହୋଇଯାଏ
କା ସାଥିରେ କେତେବେଳେ ମନ
କେଉଁଠି ମିଶିଯାଏ..
ନଥାଉ ରକ୍ତର ସଂପର୍କ ,ସେ ହୃଦୟ ରେ
ଅତି ଆପଣାର....
ରଖିପାରିଲେ ଠିକ୍ ରେ ଜୀବନ ହସିଉଠେ..
ସମ୍ପର୍କ..!
ନାହିଁ ସ୍ଥାନ ସେଠି ଛଳନା ଅହଂ ଙ୍କାର ର
ଜଣେ ଆନ କୁ ସମ୍ମାନ ଦେଲେ ସମ୍ପର୍କର
ମଧୁରତା ବଢେ..
ପ୍ରତାରଣାର ନାହିଁ ସେଠି ସ୍ଥାନ..
ମିଶୁଥାଏ ସଦା ଦୁଇଟି ମନ...।
ସମ୍ପର୍କ ..!
ବଢିଯାଏ ବିଶ୍ୱାସ ଭରସା ଆଉ ମମତାରେ ...
ଚୁନା ହୁଏ ମିଥ୍ୟା ପ୍ରତାରଣା ଧୋକା
ଆଉ ଗର୍ବ ଅହଂ କାର ରେ ....ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ