କବିତା · ନଭେମ୍ବର ୨୪, ୨୦୨୩ · ୨ ମିନିଟ୍ ପଢ଼ା
ସମ୍ପର୍କ (୩)
ତୁମ ମୋ ଭିତରେ ସମ୍ପର୍କ
ହୃଦୟ ସହ ହୃଦୟ ର ମିଳନ
ନାହିଁ ସେଠି କିଛି ଭେଦଭାବ
ସମାଜର ବାଛବିଚାର....
ନୀରବ ରେ କିଛି କୁହେ ଏ ହୃଦୟକୁ
ତୁମକୁ ଶୁଭିଯାଏ ସେଠି
ଏମନର ଭାବନା ଛୁଇଁ ଯାଏ ତୁମକୁ
ତୁମ ଭାବନା ଛୁଇଁ ଯାଏ ମୋତେ...।
ଏଇ ତ ସମ୍ପର୍କ..!
ଦୂର ଆକାଶରେ ଚାନ୍ଦ ଛୁଇଁ ଯାଏ
ପଙ୍କ ପୋଖରି ର କଇଁ କୁ..
ସୂର୍ଯ୍ୟ ଘୂରାଏ ତା ଇଛାରେ ପୃଥିବୀର
ସୂର୍ଯ୍ୟ ମୁଖି କୁ
ସୂର୍ଯ୍ୟ ର ଆଗମନରେ ପଦ୍ମ ଫୁଟେ
ନଦୀ ଆପେ ଆପେ ସାଗର କୁ ଖୋଜି
ଧାଇଁ ଯାଏ..।
ଏଇତ ସମ୍ପର୍କ..
କେଉଁ ଆବାହମାନ କାଳରୁ ରହିଆସିଛି...
ଫଗୁଣ ସହ ରଙ୍ଗ ଆଉ ଫୁଲ ସହ ଭ୍ରମର
ପ୍ରେମରେ ଭରପୂର ହୃଦୟ ସେଥିପାଇଁ ତ
ଛାତି ରେ ସ୍ପନ୍ଦନ...
ହୃଦୟ ଭାବ ମନର ଅନାବନା ଭାବନା
ଏମାନଙ୍କ ର ସମ୍ପର୍କ ଯେ ବିଧି ନିର୍ଦିଷ୍ଟ...।
ସମ୍ପର୍କ!
ତୁମେ ମୋ ସମ୍ପର୍କ ଯେ ଆମ ମନର
ଭାବନା ,ହୃଦୟ ର ମିଳନ ଛାତିର ସ୍ପନ୍ଦନ..
ଆଖି ଵୁଜିଦେଲେ ସେଇ ସମ୍ପର୍କ ରଦ୍ୱାହି
ରେ ତୁମେ ପରା ଚାଲିଆସ.ହୃଦୟରେ
ଘର କରି ରହି ଯାଅ..
ଚୁପିଚୁପି ମୋ କାନରେ କହିଦିଅ କିଛି
ସମ୍ପର୍କର ପରିଭାଷା ମୋତେ ବୁଝାଇ ଦିଅ।
ସମ୍ପର୍କ...
ସେଇ ସମ୍ପର୍କ ପାଇଁ ମୁଁ ତୁମକୁ ଖୋଜି ଯାଏ
ଆକାଶରୁ ପୃଥିବୀ. ଖୋଜେ ଏଣେତେଣେ
ସବୁଆଡେ ମୋ ଚାରି ପାଖରେ...
ମୋ ହୃଦୟ ର ଚାରି କାନ୍ଥରେ ପାଏ ତୁମକୁ
ତୁମେ ଯେ ନିଜର କେବଳ ମୋର
ହଁ କେବଳ ମୋର,ସମ୍ପର୍କ କୁହେ ତୁମେ ଯେ
ମୋର.....।
ଛାତିରେ ହାତ ମାରିଦେଲେ ତୁମେ ଧରି ନିଅ
ଆଖି ମୁଦିଦେଲେ ତୁମେ ଦେଖା ଯାଅ
ହୃଦୟ କୁ ପଚାରିଲେ କୁହେ ତୁମେ ମୋର
ଅତି ଆପଣାର.ଅନୁଭଵ ରେ ସମ୍ପର୍କ ଭାରି
ମିଠା,ସମ୍ପର୍କ ର ରଜ୍ଜୁ ବହୁତ ଶକ୍ତ
ଧରି ପାରିଲେ ରହିଯାଏ ଆଜୀବନ।
ସମ୍ପର୍କ ସତେ ସୁନ୍ଦର ଗୋଲାପ ଟିଏ ଫୁଟେ
ମନ ଵଗିଚାରେ ................. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ