କବିତା · ଫେବୃଆରୀ ୨୪, ୨୦୨୫ · ୧ ମିନିଟ୍ ପଢ଼ା
ବେଳାଭୂମି ୩୪
କାଲି ଫୁଲ ଫଗୁଣ ରେ ତୁମେ
ଆସିଥିଲ ମନବନ
ଆଜି କାହିଁକି ଜାଳି ଦେଲ ତୁମେ
ସବୁ ଗୋଲାପ ଵଣ।
ମନ ବେଳାଭୂମିରେ ଏକୁଟିଆ
ପଚାରେ ତୁମକୁ ଆଜି
କାହିଁକି ଆସିଥିଲ ସାଥି ଛଳନାର
ମୁଖା ମୋ ପାଖେ ପିନ୍ଧି।
ବେଳାଭୂମିର ତଟରେ ସେଇ ପାଦ
ଚିହ୍ନ ଭାରି କଷ୍ଟ ଦିଏ
ଲିଭାଇ ପାରୁନି କାହିଁକି ତାକୁ ମନ
ଭାରି ଅବୁଝା ହୁଏ।
ବେଳାଭୂମି ଆଜି ଭଲ ଲାଗେ ନାହିଁ
ତୁମେ ପାଖେ ନାହଁ ବୋଲି
ସବୁ ଜୁଆର ଫେରିଯାଏ ଦୁଃଖରେ
ହତାଶା ଯାଉଛି ଭରି।।
ନୀଳ ନୀଳ ଲହରୀ ମାଳା ରେ ସ୍ମୃତି
ସବୁ ଭାସି ଭାସି ଆସେ
ଛୁଇଁ ଦେଲେ ଲହରୀକୁ ଖାଲି ତୁମେ
ତୁମେ ଲହରୀ ବାସେ।
ତା ଶୀହରଣ ଲାଗେ ହୃଦୟ ରେ
ତୁମ ଶୀହରଣ ପରି
ଲହରୀ ଛୁଆଁ ଲଗାଏ କେତେ ନିଆଁ
ତୁମେ କି ପାରିବ ଜାଣି।
ଦୂରରୁ ଦୂରରୁ କେତେ ଛୁଆଁ ଦୁଇ
ହୃଦୟ ମିଶି ଥିଲେ
ପ୍ରେମ କି ରହିବ ପ୍ରତାରଣା ଛଳନା
ହୃଦୟ ରେ ଭରି ଥିଲେ।
ତୁମେ ଅଛ ବୋଲି ସିନା ବେଳାଭୂମି
ପୂରିଲା ପୂରିଲା ଲାଗେ
ତୁମ ଟିକେ ଋଷିଗଲେ ଏ ମନ ବେଳା
ଭୂମିରେ ଅଶାନ୍ତ ଝଡ ଆସେ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ