କବିତା · ଫେବୃଆରୀ ୨୩, ୨୦୨୫ · ୧ ମିନିଟ୍ ପଢ଼ା
ବେଳାଭୂମି ୩୩
ତୁମ ପାଇଁ ନିତି ଅପେକ୍ଷା ମୋର
ଏଇ ବେଳାଭୂମି ତଟ୍ଟେ
ଆସିବକି ସାଥି ଏଇ ଅପରାହ୍ନରେ
ସୂରୁଜ ଡୁବିବା ସାଥେ।
ନ ହେଲା ନାହିଁ ପ୍ରେମ ଫଗୁଣ ରେ
ତୁମ ସାଥେ ବଞ୍ଚିବାକୁ
ବୈଶାଖ ତାତିରେ ଜୀଵନ ଜୁଇରେ
ଆସ ହାତ ଧରିବାକୁ।
ଜଳୁଛି ଜୀଵନ ଅହରହ ଲୁଣି ଲୁହ
ସବୁ ପିଇ ପିଇ ଏଠି
ଫେରିବା ବେଳେ ମୁଁ ଦିଅ ଟୋପେ
ମଧୁର ଜଳକୁ ଛିଞ୍ଚି।
ଅପେକ୍ଷା ତୁମକୁ ନିତି କରୁ ଥିବି ଏ
ଜୀବନ ବେଳାଭୂମିରେ
କେଵେନା କେଵେ ଆସିବ ତୁମେ
ପାଖକୁ ଏମନ ମୋ କୁହେ।
ଅହଲ୍ୟା ଆଉ ଶ୍ରମଣା ପରି ନିତି
ଅପେକ୍ଷା ରେ ମୁଁ ଅଛି
ଯେବେ ଆସିବ ଆସ ତୁମେ ସାଥି
ମନ ଦୁଆର ଖୋଲା ଅଛି।
ଵିରହିଣୀ ରାଧାପରି ଵୀରହି ହୋଇ
ସାରା ଜୀଵନ ରହି ଯିବି
ମୀରା ପରି ନିତି ତୁମକୁ ଖୋଜି
ଧ୍ୟାନ ମଗ୍ନ ହେଉ ଥିଵି।
ଏଇ ନୀରବ ମନ ବେଳାଭୂମି ସାଖି
ଜୀଵନ ତମାମ ରହିବ
ତୁମ ପାଇଁ ମୋର ଅପେକ୍ଷା କେତେ
ଏ ଓଦା ଓଦା ବାଲି କହିବ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ