କବିତା · ଜାନୁଆରୀ ୭, ୨୦୨୨ · ୧ ମିନିଟ୍ ପଢ଼ା
ତୁମେ..୧୫
ଆଖି ଯେବେ ମୋର ଅଧା ମୁଦି
ହୋଇଯାଏ..
ଛାଇ ଛାଇ ସେ ନିଦ ତୁମପାଖକୁ
ନେଇ ଯାଏ..।
ସ୍ୱପ୍ନ ଯେବେ ଆସି ଅଳସ ଭାଙ୍ଗେ
ଏ ଆଖିରେ
ତୁମ ସ୍ୱପ୍ନ ରେ ଵିଭୋର ମୋର ଏ
ମନ ହୋଇଯାଏ..।
ନିଘୋଡ଼ ନିଦରେ ଶୋଇଗଲାପରେ
ତୁମ ସ୍ମୃତି ଆସି ଆଖି ମାରେ...
ନିଦ ବାଉଳା ରେ ତୁମ ସାଥେ
ଏଣୁ ତେଣୁ କିଛି କଥା ହେଉଥାଏ…।
ଏ ହୃଦୟ ଟା ଦେଇଦେଲା ପରେ
ଶୂନ୍ୟ ହୃଦୟ ରେ ତୁମ ଛାଇ ରହିଯାଏ
କାହିଁକି ଏମିତି ନିତି ମନଟା ଅବୁଝାରେ
ଗୁଣୁ ଗୁଣୁ ହୋଇ ତୁମ ଗୀତ ଗାଉଥାଏ..।
ଏ ଆଖିକୁ ନିଦ ଚୁମି ଦେଲା ପରେ..
ସାରା ରାତି ମୁଁ ଚାନ୍ଦିନୀ ରେ ଭିଜୁଥାଏ
ମହମହ ସେ କସ୍ତୁରୀ ବାସ୍ନା ରେ
ନିଜେକୁ ନିଜେ ମୁଁ ମୋ ଚାରିପାଖେ
ଖୋଜୁଥାଏ...।
ଶେଫାଳୀ ପରି ମୁଁ ପଡେ ଝାଉଁଳି
ନୀଦ ଫେରିଗଲା ପରେ...
ନଥାଅ ତୁମେ ପାଶେ ମୋର ସାଥୀ
ମନରେ ଦରଦ ଭରି ଯାଏ........
ହାଏ ରେ କେତେ ତୁମେ ଜାଳ ରେ
ରହି ରହି ଏ ଛାତି ତଳେ ..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ