କବିତା · ଅକ୍ଟୋବର ୪, ୨୦୨୧ · ୧ ମିନିଟ୍ ପଢ଼ା
ତୁମେ..୧୪
ହଁ ତୁମେ ..!
ସେଦିନ ଦେଇଥିଲି ମୋ ମନେ
ମହୁଲି ନିଶା ଭରି..
ସେ ନିଶାରେ ଆଜି ଯାଏ ହୁଏ ମୁଁ ଘାରି..
ଦେଇଥିଲ ଅତର ମିଶା ଏକ ଗୋଲାପି ଚିଠି
ଏବେ ବି ମୋ ପାଖରେ ସାଇତା ତୁମ ଚିଠି
ଗଲାଣି ଲୁହରେ ଭିଜି ଭିଜି..
ଦେଇଥିଲେ ଆଶ୍ୱାସନା ମୋତେ
କେତେ ନିଜର ନଜିର ଭାବ ଥିଲା ସତେ..
ଦେଖାଇଥିଲ ଦୂର ଦିଗ୍ଵ ବଳୟ ତଳେ
ତୁମ ଗାଁ..
ଦେଖିଥିଲି ତୁମ ଗାଁ ରେ ମୋ ଦୁନିଆ
ଦେଇ ଥିଲ ହୃଦୟ ରେ ଯାଗା ଟିକେ
ସେ ଟିକେ ଯାଗା ମୋତେ ସ୍ବର୍ଗ ପରି ଲାଗେ..
ତୁମେ ହୃଦୟ କାନ୍ଥରେ ଲେଖିଲ ତୁମ ନାଁ
ପୁଣି ଲିଭାଇ ଦେବ କେମିତି ମୁଁ ଜାଣେନା...
ଶୁଣିଥିଲି ତୁମ ଗାଁ ରେ
ନିଜର କରି ରଖିବ ହୃଦୟ କାନ୍ଥେ
ତାକୁ ଆଜି ଯାଏ ପଡେ ଦିନ ରାତି
..!ସେଦିନ ଦେଖା ହୋଇ ଥିଲ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ