କବିତା · ଜାନୁଆରୀ ୧୯, ୨୦୨୦ · ୧ ମିନିଟ୍ ପଢ଼ା
୫୪..ଜୟ ଜଗନ୍ନାଥ...
ସର୍ବ ମୂଳେ ତୁମେ ହେ ଜଗନ୍ନାଥ
କରେ ତୁମକୁ କୋଟି ପ୍ରଣିପାତ
ଅନେକ ରୂପରେ ଗୋଟେ ତୁମେ
ଦାରୁବ୍ରହ୍ମ. ।
୫୫ ତୁମେ ନିରାକାର ହେ ଜଗନ୍ନାଥ
ସର୍ବ ବ୍ୟାପ୍ତ ସର୍ବ ଘଟେ ତୁମେ
ନାରାୟଣ...
ତୁମେ ପ୍ରଭୁ ସର୍ବ ନାମ ତୁମେ
ଅନେକ ଆଖି ର ଜ୍ୟୋତି ରେ
ହେ ଚକାନୟନ....
୫୬ ଭାବରେ ବନ୍ଧା ତୁମ ଭାବରେ ଠାକୁର
ସୃଷ୍ଟି ର ଅୟମାରମ୍ଭ ପ୍ରଳୟର
ତାଣ୍ଡବଲୀଳା ରେ ତୁମେ ଜଗନ୍ନାଥ
ମହୋଦଧି କୂଳେ ଶ୍ରୀକ୍ଷେତ୍ର ରେ
ନିଳାଦ୍ରୀ ଶୈଳେ ବିଜେ ହେ
ପତିତ ନାଶନ ପତିତପାବନ....
୫୭ ଦୟାକର ହେ ଦୟାର ସାଗର
ଏ ସଂସାର ହେଉ ସୁନା ର ସଂସାର
ହେ କ୍ଷମାଧିଶ କ୍ଷମା କର ପାପିଜନଙ୍କୁ
ସକାଳୁ ସନ୍ଧ୍ୟା ଫୁଟିଥାଉ ତୁମ ଗଢା
ସଂସାର ରେ ମମତାର ଫୁଲ...
୫୮ ପ୍ରିତି ସାଗରରେ ଭାସୁଥାଉ ମଣିଷ ହୃଦୟ
ସକଳ ଶକ୍ତି ର ଆଧାର ହେ ନାରାୟଣ
ତୁମ ଗଢ଼ା ସଂସାର କୁ ତୁମେ ରକ୍ଷା କର
ସକାଳ ପ୍ରଣତି ରେ ଏତିକି ମାଗୁଣି ମୋର
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହେ ଜଗନ୍ନାଥ .. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ