କବିତା · ଅକ୍ଟୋବର ୪, ୨୦୨୫ · ୧ ମିନିଟ୍ ପଢ଼ା
୧୩/ଜୟ ଜଗନ୍ନାଥ 🙏🏼
କୋଟି ଦଣ୍ଡବତ ଘେନ ହେ ଜଗନ୍ନାଥ
ଶୀର୍ଷକ "ମଣିମା ଶୁଣିମା ହେଉ"
ମଣିମା ଶୁଣିବା ହେଉ ଗୁହାରି ମୋର
ଅଥଳ ସାଗରେ ଆଜି ଜୀବନ ଅସ୍ଥିର
ସଂସାର ସାଗରେ ବୁଡି ଗଲି ହେ ନାଥ
ଉଦ୍ଧାର ବାସୁଦେବ ହେ ପ୍ରଭୁ ଜଗନ୍ନାଥ।
ମଣିମା ଶୁଣିବା ହେଉ ଗୁହାରୀ ମୋର
ଵୁଡିଯାଉଛି ସଂସାର ନାବ କୂଳକୁ କର
ଧର୍ମ କାନ୍ଦୁଛି ଦାଣ୍ଡରେ ପ୍ରଭୁ ଧର୍ମ କାନ୍ଦୁଛି
ଅଧର୍ମ କଳିରେ ଅଟ୍ଟହାସ୍ୟ କରି ଚାଲିଛି।
ପାପ ପଙ୍କରେ ମଣିଷ ଵୁଡି ବୁଡି ଯାଉଛି
ମହତ ଜନର ସ୍ଥାନ ଏଇଠି ହଜି ଯାଉଛି
ବ୍ୟଭିଚାର ବଢିଗଲା ଏ ମଣିଷ ଭିତରେ
ଏବେ ଏଇ ଜୀବନ ସନ୍ଦେହ ଘେରରେ।
ଇର୍ଷା କାତରତାରେ ମଣିଷ ଜଳି ଯାଉଛି
ଜୀଵନଟା ଯନ୍ତ୍ରଣାରେ ଛଟପଟ ହେଉଛି
ଧର୍ମ ବୁଡିଗଲାଣି ଲାଗେ ଅଧର୍ମ ର ହାଟ
ହରି ନାମ ଧରୁ ନାହିଁ ଆଉ କାହାର ତୁଣ୍ଡ।
ଗୀତା ଭାଗବତରେ ମନଟା ଲାଗୁନି ଆଉ
ମଦ ମାଂସରେ ବୁଡି ପଛକେ ପ୍ରାଣ ଯାଉ
ଭଲ ଲାଗୁନାହିଁ ଭଲ କଥା କାହାକୁ ଆଉ
ମଣିମା ଏତିକି ଗୁହାରି ଶୁଣିବାର ହେଉ।
ଧର୍ମ ରହୁ ଯୁଗ ଯୁଗରେ ହେ ମହାବାହୁ
ଧର୍ମର ଜୟ ଜୟକାର ସଂସାରେ ହେଉ
ସତ୍ୟ ନ୍ୟାୟରେ ଜୀଵନଟା ଚାଲି ଥାଉ
ମଣିମା ଶୁଣିବା ମୋର ଗୁହାରୀ ହେଉ।
ଜୟ ଜଗନ୍ନାଥ 🙏🏼 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ