କବିତା · ମଇ ୨୯, ୨୦୨୪ · ୧ ମିନିଟ୍ ପଢ଼ା
ସମ୍ପର୍କ...21
ଅନେକ ସମ୍ପର୍କ ଭିତରେ ତୁମେ
ଯେ ନିଆରା ମୋ ପାଇଁ
ଅନେକ ଭିଡ ଭିତରେ ତୁମକୁ
ଖୋଜୁଛି ମୁହିଁ।
କେଉଁ ଜନ୍ମର ସାଥି ଟିଏ ତୁମେ
ଏ ଜନ୍ମରେ ବନ୍ଧୁ ଟିଏ
ମୋ ମନ କଥାକୁ ବୁଝିପାରେ
ଅତି ସହଜରେ ଯିଏ।
କେଉଁଠୁ ଆଣି ସମ୍ପର୍କ କେଉଁଠି
ପହଞ୍ଚାଇ ଦିଏ
ସତେ ସମୁଦ୍ର ର ନୀଳ ତରଙ୍ଗ
ଏଇ ସମ୍ପର୍କ ଡୋରି ଟିଏ।
ନଥାଉ ରକ୍ତ ସମ୍ପର୍କ ତଥାପି ବନ୍ଧୁ
ତୁମେ ମୋ ନିଜର
ନଥାଉ ପରିଚୟ ଏଇ ସଂସାରେ
ତଥାପି ସମ୍ପର୍କ ହୃଦୟର।
ମୋ ଆଖିରୁ ଲୁହ ଝରିଲେ ତୁମଠୁ
ଝରେ ଲହୁ
ମୋ ମନର ଆଘାତକୁ ସହି ପାରନି
ଯେତେ ଖୁସି ତୁମ ପାଖେ ଥାଉ।
ଟିକେ ଦେହ ଖରାପ ହେଲେ ତୁମେ
ଅସ୍ତ ବ୍ୟସ୍ତ ହୋଇ ଯାଅ
ବାରମ୍ବାର ପଚାରି ଭଲ ମନ୍ଦ ମୋର
ବୁଝି ଥାଅ।
ଏଇତ ଆପଣା ପଣ ଆମ ଭିତରେ
କାହିଁକି ମୁଁ ଜାଣେ ନାହିଁ
ଖୋଜୁଛି ସମ୍ପର୍କ ଡୋରି କେଉଁ ଜନ୍ମରୁ
ଆଜିଯାଏ ପାଉ ନାହିଁ।
ସ୍ୱର୍ଣ୍ଣ ଲତା ଲେଙ୍କା /ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ