କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସମ୍ପର୍କ ୧୬
ଦୁଇଟି ମନର ଆବେଗ
ଛାତି ତଳେ ଦୁଇଟି ମୁହଁ
ଵୁଡିଆଣି ଜାଲ ପରି
ଛନ୍ଦି ହୋଇ ଯାଏ ଜୀବନ।
କେଉଁଠି ଆରମ୍ଭ କେଉଁଠି
ହୁଏ ଶେଷ ଜଣାନାହିଁ
କେବେ ଅଣନିଃଶ୍ବାସୀ କରିଦିଏ
କେବେ ହୃଦୟ ତରଳାଇ ଦିଏ
କେବେ ଆତୁର କେବେ ଭୟାତୁର ।
କେବେ ମନ ଆନ୍ଦୋଳିତ କରେ
ସମ୍ପର୍କ
ଜୋର୍ କରି ଧରିଲେ ଛିଣ୍ଡି ଯାଏ
ହାଲକା ରେ ଖସିଯାଏ
ମମତାରେ ମଜ୍ଜଭୂତ ହୁଏ
ମାନ ଅଭିମାନ ଲାଭ କ୍ଷତିର
ହିସାବ ନ ଥାଏ
ସ୍ୱ।ର୍ଥ ଠାରୁ ବହୁ ଉର୍ଦ୍ଧ୍ବ ରେ
ଛଳନା ପ୍ରତାରଣା ର ସ୍ଥାନ ନାହିଁ
ନେବା ଅପେକ୍ଷା ଦେବାରେ
ଅନେକ ଆନନ୍ଦ ଥାଏ
କିଛି ଆଶାକରେ ଯାଏନି
ସମ୍ପର୍କ
ପୂର୍ବ ଜନ୍ମ ର କର୍ମଫଳ ରେ
ଭଲ ମଣିଷ ସହିତ ହୃଦୟ
ଯୋଡି ହୋଇଯାଏ
ମିଠା ମିଠା ଲାଗେ ଜୀବନ
ମନର କଥା ଖୋଲିଯାଏ
ହୃଦୟର ଭାଷା ଜଣେ ପଢିନିଏ
ଦୁଇଟି ହୃଦୟ ର ମିଳନ
କେବେ ଭାଙ୍ଗେ ନାହିଁ ମଜଭୁତ
ବିଶ୍ୱାସ ଆଉ ଭରସା ରେ...
ଯେଉଁଠି ଛଳନା ଥାଏ
ନିଶ୍ଚୟ ସେ ସମ୍ପର୍କ ର ତାଜ
ଭୁଷୁଡି ଯାଏ
ଆବିଳତା ରଖି କେହି ନିଜର
ହୋଇ ପାରେନା...
ଧୋକାଵାଜ ମନ ନେଇ କେହି
କେବେ ସମ୍ପର୍କ ରଖିପାରେନା
ସମ୍ପର୍କ
ସେତ ଦୁଇଟି ମନର ମିଳନ
ଦୁଇଟି ହୃଦୟ ର ସ୍ପନ୍ଦନ
ଦୁଇଟି ଜୀବନ ର ବିଶ୍ୱାସ
ଦୁଇଟି ମନର ଭରସା
ବଞ୍ଚି ବାର ରାହା....
ସଂସାର ପଥରେ ଆଶାଵାଡି
ଜୀବନର ମିଠା ଅନୁଭବ....
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ