କବିତା · ଜାନୁଆରୀ ୮, ୨୦୨୨ · ୨ ମିନିଟ୍ ପଢ଼ା
ରଙ୍ଗ ତୂଳୀ୧
ଚିତ୍ର କର ଟିଏ ହୋଇ
ଆସ ସାଥୀ! ଧରି ରଙ୍ଗ ତୂଳି..।
ଏ ଜିବନ ର ସାଧା କାଗଜରେ
ଦିଅ ରଙ୍ଗ ସଵୁ ଭରି...
ରଙ୍ଗ ତୂଳି ସାଥେ ନେଇ
ଆଙ୍କି ଦିଅ ଛବିଟିଏ ସାଥୀ
ଠିକ୍ ତୁମ ପରି..
ଗୋଲାପଠୁ ରଙ୍ଗ ଆଣି
ତା ଦେହରେ ଦିଅ ଵୋଳି।
ରଙ୍ଗ ରଙ୍ଗ ଫଗୁଣ କୁ
ଦିଅ ତା କଵରୀ ରେ ଭରି
ଅନ୍ଧାର ଠୁ କାଳିମା ଆଣି
ଦିଅ ତା କେଶ ରଙ୍ଗ କରି
କୃଷ୍ଣ ଚୂଡା ର ବଧୂଲି ଓଠରେ
ଦିଅ ମୋନାଲିସା ହସ ଭରି
ଜୀବନ୍ତ ଜୀବନ୍ତ କରି ଦିଅ ସାଥୀ
ଲାଗୁ ଠିକ୍ ତୁମ ପରି।
ଆସ ଚିତ୍ର କର ରଙ୍ଗ ତୂଳି ଧରି
ଏ ଜୀବନ କୁ ଦିଅ ସପ୍ତ ରଙ୍ଗ ରେ ଭରି..
ରଜନୀଗନ୍ଧା ର ବାସ ଭରି ଦିଅ
ଵାସୁ ତା ଦେହ ଫୁଲ ପରି....।
ସାଧା ଜୀବନ ଟା ଜଳି ରହିଛି
ବୈଶାଖ ଝାଞ୍ଜି ରେ..
ଭିଜାଇ ଦିଅ ସାଥୀ ରଙ୍ଗ ରଙ୍ଗ
ଫଗୁଣ ରେ..
ମୃଦୁ ମଳୟ ଛୁଆଁ ରେ ଦିଅ
ସିହରଣ ଭରି...
ଆସ ସାଥୀ ଚିତ୍ର କର ଟିଏ ହୋଇ
ଆମ ପ୍ରେମର ଗାଥା ଶୁଣିବା ପାଇଁ
ଆଙ୍କି ଦିଅ ଛବି ରହୁ ସ୍ତୁତି ଟିଏ ହୋଇ
ତୁମ ରଙ୍ଗ ତୂଳି ନେଇ ଯାଇ ସାଥୀ
ଦେବ ଦରିଆ ରେ ଫିଙ୍ଗି
ଆଉ ଆଙ୍କିବନି ଛବି ଟିଏ କେବେ
ରହିବ ଆମରି ସ୍ତୁତି ହୋଇ ସାଖି ସ୍ୱର୍ଣ୍ଣ..
ତ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ