କବିତା · ଜାନୁଆରୀ ୯, ୨୦୨୨ · ୨ ମିନିଟ୍ ପଢ଼ା
ଆସ ହେ ସାଥୀ ଚିତ୍ର କର ହୋଇ...
ଆଙ୍କି ଦିଅ ମନ ଖୋଲା ଏକ ଛବି..
କେମିତି ରଖିଛ ହୃଦୟ ରେ ତୁମର
ମୁଁ ପାରୁ ନାହିଁ କେବେ ଦେଖି....।
ତୁମେ ଆସିଲେ ସତ ମୁଁ କହୁଛି
ସବୁ ରଙ୍ଗ ଦେବି ଧୋଇ...
ତୁମ ପ୍ରେମ ରଙ୍ଗ ସବୁଠୁ ସୁନ୍ଦର
ଥିବ ମୋ ହୃଦୟ ରେ ରହି....।
କେବେ ଠୁ ଅଛି ତୁମ ପ୍ରତୀକ୍ଷା ରେ
ଏଇ ମୋ ଶୂନ୍ୟ ହୃଦୟ
ବୁଝି ପାରୁନ ବୋଲି ତୁମେ ମୋ
ପାଖେ ଫିକା ଫଗୁଣ....
ଅଦିନ ମେଘ ହୋଇ ବରଷି ଯାଅ
ମୁଁ ଯେ ଚାତକ ପକ୍ଷୀ
କେବେଠୁ ଭିଜିବାକୁ ଇଛା ମୋର
ପାରୁନି ଆଜି ବି ଭିଜି...
ତୁମ ମନ ରେ କେମିତିକା ଚିତ୍ର
ଦିଅ ଥରେ ଆସି ଆଙ୍କି..
ସାରା ଜୀବନ ବୋଳି ହେବିନି ରଙ୍ଗ
ରହିବ ତୁମ ପ୍ରେମ ସାଖି
ଯଦି ଭଲ ଲାଗିଲାନି ମୋ ଆଖିର
କଜ୍ଜଳ ଧାର..
ଚାହିଁ ଦିଅ ମୋତେ ଥରେ ଆଖି ମିଶାଇ
ଲିଭାଇଦେବି ଆଖିର କଜ୍ଜଳ ମୋର
ମଥାର ସିନ୍ଥି ଖୋଲି ଦେଵି ସାଥୀ
ତୁମେ ଯଦି କହିଦେବ...
ହେଲେ କଥା ଦିଅ ତୁମେ ସାରା ଜୀବନ
ଏ ହୃଦୟ ରେ ରହିଥିବ....
ଲିଭାଇ ଦେବି ସବୁ ରଙ୍ଗ ମୋର
ତୁମରି ରଙ୍ଗ ଆଉ ତୂଳିରେ ଆଙ୍କିବ
ସୁନ୍ଦର ଛବି...
ଯେଉଁ ଛବିରେ ସାରା ଜୀବନ ମୁଁ
ତୁମ ଆଖିରେ ରହି ଯିବି .. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ