କବିତା · ଡିସେମ୍ବର ୨୩, ୨୦୨୦ · ୧ ମିନିଟ୍ ପଢ଼ା
ତୁମେ ଆଉ ମୁଁ...
ଦୁଇଟି ସମାନ୍ତରାଳ
ସରଳ ରେଖା..
ମିଶିବାନି କେବେ...!
ତୁମେ ମୋ ମନର
ଅମିମାଂସିତ ପ୍ରଶ୍ନ...
ପ୍ରମାଣ ହୋଇ ପାରୁ
ନଥିବା ଉପପାଦ୍ୟ...
ସୀମା ହିନ ଆକାଶ..
ଦୂର ଆକାଶର ନୀଳିମା
ଆଖି ପାଉନି ଚାହିଁବାକୁ
ତୁମେ ମରିଚିକା
ପାଖେ ଥିବା ଭଳି ଲାଗ
ପାଖକୁ ଗଲେ ଘୁଞ୍ଚି ଯାଅ
ତୁମେ ଭାଷା ବାଦଲ
କେଉଁଠି ପିଟି ହେବ
କିଏ ଜାଣେ .
ଚାତକ ଆଖି ର ବର୍ଷା
ତୁମେ...
ତୁମେ ଆକାଶ ର ନିଳିମା
ସାଗରର ଢେଉ
ଜହ୍ନର ଜୋଛନା..
ପାହାଡି ଝରଣା
ଦୂରରୁ ଭାରି ସୁନ୍ଦର..
ଆକାଶ ର ତାରା ପରି
ତୁମେ ଚିକିମିକି....
ଚାନ୍ଦ ପରି ସୁନ୍ଦର..
ସବୁଜ ମନ ଉଦ୍ୟାନରେ
ତୁମେ ଛିଟ ପ୍ରଜାପତି
ରଙ୍ଗିନ ସ୍ୱପ୍ନ ରେ ତୁମେ
ମତୁଆଲି ନିଶା.....
ମନ ଅଗଣାରେ ସୁନ୍ଦର
ରଙ୍ଗୋଲି ...
ଛାଇ ନିଦରେ ତୁମେ
ଝାପସା ଆଲୁଅ ରେ
ଭାରି ଚିହ୍ନା ମୁହଁ.......
ତୁମେ କୁହୁଳା ମନରେ
କ୍ଷିଣ ଅଗ୍ନି ସ୍ଫୁଲିଙ୍ଗ...
କାମନାର ..
ମୁଁ ନିରାଶା ମନରେ
ହତାଶ ମରୁବାଲିରେ
ସିଝୁଥିବା ଏକ ଜୀବନ..
ଶୋଷିଲା ଚାତକ ପକ୍ଷୀ..
ତୃଷାର୍ତ୍ତ ପ୍ରାଣ....
ତପସ୍ୟା ରତ ନିଜ ସାଧନା ପାଇଁ
ପାଷାଣି ଅହଲ୍ୟା ର ନିରଵ
ଅପେକ୍ଷା...
ପ୍ରଭୁ ଙ୍କ ସ୍ପର୍ଶ.. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ