କବିତା · ମଇ ୭, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ...୬
ତୁମେ ଅଛ କେତେ ଦୂରେ
ମୁଁ ଜାଣେନା...
ନିତି ମୋ ହୃଦୟ ବିନା ତୁମକୁ
କେଉଁଠି ଖୋଜେ ନା..।
ନ ଥାଅ ମୋ ପାଶେ ପଛେ
ନ ହୋଇ ଥାଅ ନିଜର.....
ତଥାପି ଏ ହୃଦୟ ରେ
ତୁମେ ଯେ ଆପଣାର..।
ସୂରୁଜ ଉଇଁଲେ ତୁମେ
ଆସ ସୁନେଲି କିରଣେ ....
ସୁନ୍ଦର ଫୁଲ ରେ ଆଉ
ପକ୍ଷୀ ର କାକଳିମା ରେ....
ଅସ୍ତ ହେଲେ ସୁରୁଜ
ତୁମେ ଥାଅ ଅନ୍ଧାର ଭିତ ରେ...।
ନିଝୁମ ରାତି ର ନିରଦତା ରେ
ମୋ ଛାତିର ସ୍ପନ୍ଦନ ରେ
ଅନୁଭବରେ ଆସି ଥାଅ ତୁମେ...
ହୃଦୟ ର ପ୍ରତି ପରସ୍ତ ରେ ତୁମେ
କାହିଁକି କହିବାକୁ ଭଲ ଲାଗେ
ତୁମେ...।
ସତେ କେତେ ମିଠା ସେ ଶବ୍ଦ
ଅତି ଆପଣା ର ଭାବ....
ଏମିତି ତୁମେ ଏ ଛାତି ତଳେ ଥାଅ
ନିତି ଚୁପିଚୁପି ମୋ ହୃଦୟ ସହ
କଥା ହେଉଥାଅ...।
ତୁମ ବିନା ଅଧୁରା ମୋ ସପନ
ତୁମ ବିନା ଅଧୁରା ଏ କବିତା..
ତୁମେ ମୋ ଭାବ ତୁମେ ମୋ ଶବ୍ଦ
ତୁମେ ମୋ ପ୍ରିତି ତୁମେ ମୋ ରଙ୍ଗ।
ତୁମକୁ ଭାବିଦେଲେ ତୁମେ ପ୍ରେମ
ପକ୍ଷୀ ହୋଇ ମୋ ମନ ଆକାଶେ
ଉଡିଯାଅ..
ତୁମକୁ ଖୋଜିଲେ ତୁମେ ନିମିଷେ
ସିହରଣରେ ଆସି ଯାଅ..
ଆଖି ଵୁଜିଲେ ମୋ ଓଠ ଛୁଇଁ ଦିଅ..
ତୁମକୁ ଗାଇଦେଲେ ତୁମେ ସୁରିଲା
ଓଠରେ ଗୀତ ଟିଏ ହୋଇ ଯାଅ..
ମୋ ମନ ଖାତାରେ ରହି ଯାଅ
ତୁମକୁ ଧରିବାକୁ ଇଛା କଲେ ତୁମେ
ପ୍ରଗଳ୍ଭା ନଦୀ ହୋଇ ବୋହି ଯାଅ..
ତୁମକୁ ଡାକିଲେ ତୁମେ ଆସି ମୋ
ଆଖି ଆଇନାରେ ଝଟକି ଯାଅ..।
ସତରେ ତୁମେ ..! ମୋ ପାଇଁ ଚଗଲି
ଫଗୁଣ...
ଖାଲି ଝୁମାଇ ଦିଅ ମୋତେ ରାତି ଦିନ
ତୁମ ପାଇଁ କେତେ ଯେ ଦହନଏ ହୃଦୟ
ତଥାପି ତୁମ ବିନା କାହିଁକି ଲାଗେନି ଭଲ
ହଁ ତୁମ ବିନା ଲାଗେନି ଭଲ ..।. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ