କବିତା · ଡିସେମ୍ବର ୨୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୬୪..
ଜୀବନ ର ଅପରାହ୍ନ ରେ
କେବେ କେବେ ସ୍ମୁତି ଆସେ
ସେ ଭାବନାରେ ସାଥୀ
ତୁମକୁ ମୁଁ ଭେଟେ...
ଆଜି ସିନା ମନ ସିଲଟ ଟା
ସଫା ହୋଇଗଲା...
କାଲି ସେ ସିଲଟ ରେ କେତେ
କାହାଣୀ ଲେଖା ଥିଲା...
କେତେ ବାଟ ଆସିଲାଣି
ସମୟର ଚକ..
କେତେ କଥା ଛାତିରେ
ଅଛି ହୋଇ ଅସ୍ପଷ୍ଟ ଦାଗ..
ଭୂଲି କି ହୁଏ ସେ ଅଭୂଲା ସ୍ମୃତି କୁ
କହିକି ହୁଏ ମନର କଥା କାହାକୁ
ମନେ ପଡେ ବେଳ ଅବେଳରେ
ତୁମ କଥା...
ନୀରବରେ ଲେଖିଦିଏ ତୁମ ପାଇଁ
କିଛି କବିତା..
ଏଣୁତେଣୁ ଭାବନାରେ ତୁମକୁ ଭାଵୁଥାଏ
ନିଶବ୍ଦ ଏଇ ରାତ୍ରୀ ରେ ତୁମକୁ ଭେଟୁଥାଏ
ଗୁଣୁ ଗୁଣୁ ହୋଇ କିଛି କଥା ଦିଏ କହି
କଥା ହେଉ ହେଉ ରାତି ଯାଏ ପାହି....
ହୃଦୟ କାନ୍ଥ ରେ ତୁମରି ଛବି ରହି ଥାଏ
ହେଉ ରାତି ଵା ସକାଳ ତୁମକୁ ଭେଟୁଥାଏ...
ଅତିତ ଡାଏରୀ ରେ ସ୍ମୁତି ର ଫର୍ଦ ଅଛି
ବେଳେବେଳେ ଏ ମନ ତାକୁ ହିଁ ପଢୁଛି....
ହେଉ ପଛେ ବୟସର ଅପରାହ୍ନ
ତୁମ ସହ କଥା ହେବାକୁ ଲାଗେ ଭାରି ଭଲ... ସ୍ୱର୍ଣ୍ଣ 🌹
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ