କବିତା · ଡିସେମ୍ବର ୨୩, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୬୩...
ଛିହ୍ନ ଏହି ମନ ଵୀଣାରେ କାହିଁ
ତୋଳେ ,ଭିନ୍ନ କେଉଁ ରାଗିଣୀ...
ସେ ରାଗିଣୀ ରେ ମୁଁ ହଜିଯାଏ ପୁଣି....
ବିରହ ଝଙ୍କାର ରେ ଵିହୋଳିତ ମନ ହୁଏ...
ଅତିତକୁ ବେଳେ ବେଳେ ଫେରିଯାଏ...
କାହିଁ କେତେ ସ୍ମୁତି ଅତିତ ଡାଏରୀ ରେ
ଗୋଟି ଗୋଟି କରି ସବୁ ପଢିବାକୁ ଇଚ୍ଛା ହୁଏ
ସ୍ମୁତି ତ ଏମିତି ସତେ ହଳଦୀ ଗୁରୁଗୁରୁ
ସୋରିଷ ଫୁଲ ର କ୍ଷେତ....
ଭାରି ସୁନ୍ଦର ସେ ମୋ ସୁନା ଝରା ଅତିତ...
ମନକୁ ମୋହିଥାଏ ଭାରି ସୁନ୍ଦର ସେ ଦିଶୁଥାଏ..
ସ୍ମୃତି ତ ଏମିତି ସତେ ମନ ବଗିଚାରେ
ଗୋଲାପ ଫୁଲ ଟିଏ
ସକାଳୁ ଫୁଟି ସଞ୍ଜକୁ ମଉଳିଯାଏ....
ତଥାପି ଭାରି ସୁନ୍ଦର ଫୁଲ ଟିଏ....
ସେ ଗୋଲାପ ରେ ପ୍ରେମର ଫଗୁଣ ଥାଏ...
ସ୍ମୁତି ସତେ ଝରା ଶେଫାଳି ଫୁଲ ଟିଏ
ଶୀତ କାକରରେ ଭିଜି ବାସ ଵାଣ୍ଟୁଥାଏ
ସୂରୁଜ ଛୁଆଁ ରେ ସେ ଝାଉଁଳି ଯାଏ
ଭାବନା ହଜିଲେ ସ୍ମୃତି ବି ହଜିଯାଏ.....
ନିଦ ନିଦ ଆଖିରେ ନିରୋଳା ରେ
ସ୍ମୁତି ହୃଦୟ କାନ୍ଥ ରେ ଝଟକୁ ଥାଏ
ମୁକ୍ତା ହାର ପରି ହୃଦୟ ରେ ଲମ୍ବିଥାଏ
ମନ ଆଇନାରେ ଚକ୍ ଚକ୍ ଭାରି ଦିସୁଥାଏ
ସ୍ମୁତି ଆସୁଥାଆ ଏମିତି ମୋ ମନରେ
ମନେ ଥାଉ କିଛି କିଛି ସାଥୀ ଭାବନାରେ
ଅତିତ ହେଲେ ବି ମୋ ମନର ସୁନା ଫୁଲ
ଦେଇ ପାରିବେନି କେହି ସ୍ମୃତି ର ମୂଲ...🌹♥️ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ