କବିତା · ଅଗଷ୍ଟ ୧୨, ୨୦୨୨ · ୧ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏1
ସନ୍ଧ୍ୟା ଆଳତୀ ରେ କୋଟି ଦଣ୍ଡବତ 🙏
ହେ କୃଷ୍ଣ ଗୋବିନ୍ଦ ହରେ ମୂରାରୀ
ହେ ନାଥ ନାରାୟଣ...
ତୁମେ ଜଗନ୍ନାଥ ତୁମେ ଜଗନ୍ନାଥ
ତୁମେ ଭଗବାନ ତୁମ ହାତେ ଗଢା ମୁଁ ନାରୀ
ଟିଏ ମାତ୍ର.....
ତୁମ ପାଦେ ସମର୍ପିତ ମଣିଷ ଜୀବନ ଜାଣ।
ମୋର ମୋର ହୋଇ ସମୟ ସରି ଆସିଲା
ମୋହ ଛାଡ଼ିଲେ ମଣିଷ ତୁମକୁ ଖୋଜିଲା।
ସଂସାର ଜଞ୍ଜାଳ ରୁ ତ୍ରାହି ନାହିଁ ଭଗବାନ
କେମିତି ନାରୀ ଟିଏ ଲେଖିବ ତୁମରି ଜଣାଣ
ତଥାପି ମନ ବୁଝେନା ହେ ନାଥ
ଯାହା ହେଲେ ବି ମୁଁ ଜଣେ ମଣିଷ
ତୁମକୁ ନ ଭଜି ମୁକତି କାହିଁ
ତୁମ ନାମ ନ ଧରିଲେ ଭଲ ଲାଗେ ନାହିଁ...।
ତୁମେ ସିନା ବସିଛ ଭକତ ମେଳିରେ
ମୁଁ ନାରୀ ଟିଏ ଅସହାୟ ସମୟ କାଟେ
ମନ ଦେଇ ତୁମରି ପୟରେ..।
ଭଲ ଲାଗେନା ଏ ମିଛ ସଂସାର
ମିଛ ସଂସାର ରେ ତୁମେ ଏକା ସାର
ଓଲଟ ବୃକ୍ଷ ରେ ବାନ୍ଧିଛ ଘର
ମଣିଷ କିଛି ଵୁଝି ପାରୁନି ହେ ଠଣ ଠାକୁର
ମୁଁ କି ବୁଝିବି ଛାର ମଣିଷ ମାତର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ