କବିତା · ଅଗଷ୍ଟ ୬, ୨୦୨୪ · ୨ ମିନିଟ୍ ପଢ଼ା
୧/ଜୟ ଜଗନ୍ନାଥ
ଶୀର୍ଷକ "ଆର୍ତ୍ତତ୍ରାଣ ମହାବାହୁ"
ଆର୍ତ୍ତତ୍ରାଣ ହେ ମହାବାହୁ!
ଦୁଃଖଦେଲ ଦୁଃଖନାଶନ କହିବି କାହାକୁ ଆଉ
ଭାସିଗଲି ଭବ ଜଳରେ ତୁମେ ପ୍ରଭୂ ଥାଉଥାଉ
ଆରତନାଶନ ହେ ଦୁଃଖ ଶୁଣ ବାରେ ମୋର
ତୁମେ ଥାଉଥାଉ ହେଵିକି ଅନାଥ ନାରାୟଣ ।
ବଳିଗଲା ଦୁଃଖ ବେଳୁ ବେଳୁ ହେ ଜଗନ୍ନାଥ
ପତିତ ଉଦ୍ଧାର ପାଇଁ ତୁମେ ସିନା ପତିତପାବନ
ଆରତେ ଡାକି ଥିଲା ଗଜ ଉଦ୍ଧାରଣ କରିଦେଲ
ଆରତେ ଡାକିଲା ମୃଗୁଣୀ ନିଆଁରୁ ଉଦ୍ଧାରି ଥିଲ
ଆହେ ନୀଳଶୈଳ ମୋ ଆରତ ଡ଼ାକ କି ନଶୁଣ।
ଦୁଇ ହାତ ଟେକି ସମର୍ପିତ ହୋଇଥିଲେ ପାଞ୍ଚାଳୀ
କୋଟି ବସ୍ତ୍ର ଦେଇଥିଲ ମାନ ରଖିଲେ ଚକ୍ରପାଣି
ବଳରାମ ଡାକିଲା ରଥ ଅଧା ବାଟେ ଗଲା ଅଟକି
କୁଵୁଜାକୁ କଲ ଦିବ୍ୟ ସୁନ୍ଦରୀ ଡାକୁଥିଲା ବୋଲି।
ଯୁଗେ ଯୁଗେ ଆସ ଅଵତରି କେବଳ ଭକତ ପାଇଁ
ପାପି ନାଶି ତପି ଉଦ୍ଧାର ତୁମେ ହେ ଜଗତ ସାଇଁ
ତପସ୍ୟାରେ ମୁଗ୍ଧ ହୋଇ ଧୃବକୁ ତାରାଟିଏ କରିଲ
ବନ୍ଧୁ ମହାନ୍ତିକୁ ଖୁସିରେ ଭୋଗ ଥାଳି ଦେଇ ଦେଲ।
କି ତପକଲା ଦାସିଆ ବାଉରୀ ଶ୍ରୀଫଳ ହସ୍ତୁ ନେଲ
ସୁଦାମା ଲୁହକୁ ସହି ନପାରି ବନ୍ଧୁ ମର୍ଯ୍ୟାଦା ଦେଲ
ଆରତେ ଡାକେ ଦାବାନିସି ତୁମରି ନାମକୁ ଲେଖି
ଶୁଣିପାରୁ ନାହଁ ଠାକୁର ଲେଖିନିକି ରାଧାଭାବ ରଖି।
ମୀରାର ଭାବ କାହୁଁ ପାଇବି ମୁଁ ଯେ ଅଟେ ସଂସାରୀ
ପ୍ରେମ ଭକ୍ତିର ଭାବ ଜାଣିନାହିଁ ଡାକେ ତୁମ ନାମ ଧରି
ଆର୍ତ୍ତତ୍ରାଣ ହେ ମହାବାହୁ ରଖିବକି ଭୂଜ ତଳେ ତୁମ
ଧୂଳି ଟିକେ ପଛେ କର ମହାପ୍ରଭୁ ନାହଁ ମନେ ଦୁଃଖ
ଚାହିଁ ଦିଅ ହେ ଆଡ଼ ନୟନେ ସରି ଯାଉ ମନସ୍ତାପ।
ଆର୍ତ୍ତତ୍ରାଣ ହେମହାବାହୁ ଯୁଗେ ଯୁଗେ ତୁମ ଯଶ ରହୁ
ଆରତନାଶନ କର ଆର୍ତ୍ତତ୍ରାଣ ଏତିକି ମାଗୁଣି ଥାଉ
ତୁମ ନାମଲେଖି ଲେଖି ଏ ମନର ଦୁଃଖ ସରି ଯାଉ
ତୁଣ୍ଡ ମୋର ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହୁ ଥାଉ।
ଜୟ ଜଗନ୍ନାଥ 🙏🏼 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ