କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ସେତ ହଜିଯାଇଥିବା
ଅତିତର ମିଠା ମିଠା ପ୍ରିତି।
କେବେ ଦିଏ ପ୍ରତାରଣା
ପୁଣି କେବେ ଥାଏ କୋହ
ରେ ଭର୍ତ୍ତି...
ପୁଣି କେବେ କରେ ପ୍ରିତି
ରେ ମସଗୁଲ....
ଦିଏ ପୁଣି ମନରେ
ବ୍ୟାକୁଳତା ସ୍ଥିତି।
ସ୍ମୃତି,ସେ ତ ଅଲିଭା
ଅବୁଝା ପ୍ରିତି....
ଗାଏ ସେ ତ ଜୀବନ ର ଛନ୍ଦ
ହୀନ ଗିତି।
ସେ ତ ହୃଦୟ ର ସ୍ପନ୍ଦନ
ଆଉ ଜ୍ୱଳନର ସ୍ଥିତି
କେବେ ଭୂଲି ହୁଏ ପୁଣି
କେବେ ଭୂଲି ହୁଏନା।
ଦିନ କରୁ ଧିମା ଧିମା
ରାତି କରୁ ରଙ୍ଗିନ୍
ସ୍ମୃତି ତୁ ତ ହୃଦୟେ ସାଇତା
ଶାମୁକା ଭିତର ମୁକ୍ତା।
ହେଲେ ତୁ ଏମିତି କାହିଁକି କରୁ
ବଞ୍ଚି ଯାଉଛି ଥାଉ
ଜୀବନ କୁ ମାରୁ ....
ଆସୁ ଯେବେ ତୋ ସାଥେ
ଆସେ ଧୋକା ଟା ସାମ୍ନା କୁ
ଦେଖାଯାଏ ତୋ ଭିତରେ
ସନ୍ଦେହ ନିଆଁ ରେ
ଜଳୁଥିବା ଜୀବନ କୁ
ସ୍ମୃତି,ତୁ କେବେ ଆସେନି
ବାରମ୍ବାର କାହାର ମନକୁ
ଜଳାଇ ଦେନି କାହାର ଜୀବନ କୁ .....
......................... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ