କବିତା · ମଇ ୨୪, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୫
ସ୍ମୃତି ତୁମେ ଏ ଜୀବନ ର ଗୀତଟିଏ
ଗୁଣୁଗୁଣୁ ଯିଏ ଛାତି ତଳେ ହେଉଥାଏ
ସ୍ମୃତି ତୁମେ ଅଲିଭା ଦାଗଟିଏ
ଦେଖାଯାଅନି,ହୃଦୟ ରେ ବଡ଼ କ୍ଷତଟିଏ
ସ୍ମୃତି ତୁମେ ମୋ ସୁନା ଝରା ଅତିତ
ସୋରିଷ ଫୁଲ ର କ୍ଷେତ
ସ୍ମୁତି ତୁମେ ମୋ ଵାଲ୍ୟ ଜୀବନ
ସଢେଇ ଖେଳ ସିଲଟ ଖଡ଼ି ପିଲା ବେଳର
ସ୍ମୃତି ତୁମେ କିଶୋରୀ ଟିଏ ଏମନର
ଵୋହୁଚୋରି ଖେଳ ବହି ବସ୍ତାନି ସାଙ୍ଗ ସାଥି
ମେଳ ଜୀବନର
ସ୍ମୃତି ତୁମେ, ତୁମେ ମୋର ଯୈ।ବନ
ପ୍ରେମର ଫଗୁଣ ପ୍ରିତି ଛୁଆଁ ଜୀବନର
ପ୍ରେମ ରଙ୍ଗରେ ରଙ୍ଗାୟିତ କର ଜୀବନ
ସ୍ମୃତି ତୁମେ ପ୍ରେମିକ ଟିଏ ମୋର
ଇନ୍ଦ୍ର ଧନୁ ର ସପ୍ତ ରଙ୍ଗ ବୋଳିଦିଅ
ଏ ମନରେ , ରଙ୍ଗିନ ସ୍ୱପ୍ନ ଟିଏମୋ ଆଖିର...
ଓଦା ସର ସର କର ତୁମେ ଆସ ଯେବେ
ଭିଜାଇ ଦିଅ ତନୁ ମନ ଦେହେ ଭରି ସିହରଣ
ସ୍ମୃତି ତୁମେ ଫୁଲଟିଏ ମୋ ହୃଦୟ ର
ଭାରି ସତେଜ ଗୋଲାପ ଏ ମନର
ସ୍ମୁତି ତୁମେ ମୋ ସ୍ୱର ର ରାଗିଣୀ
ଆଖିର ଟୋପା ଟୋପା କରୁଣ ଚାହାଁଣୀ
ମୋ ଜୀବନ ଵୀଣାର ବିରହ ଝଙ୍କାର
ବୁକୁ ତଳର କୋହ ମନର ଜ୍ୱଳନ
ପୁଣି ତୃପ୍ତି ଜୀବନର ମଧୁର ମିଳନ
ସ୍ମୃତି ତୁମେ କେତେ ବେଳେ କେମିତି
ହେଉ ବିରହ କି ମିଳନର ସ୍ମୃତି
ଜାଳୁଥାଅ ଛାତି କୁ ଅଦେଖା ଜୁଇ ରେ
ନିତି ନିତି... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ