କବିତା · ଜାନୁଆରୀ ୧୨, ୨୦୨୫ · ୨ ମିନିଟ୍ ପଢ଼ା
ବେଳାଭୂମି ୨୧
ଏଇ ଜୀବନ ବେଳାଭୂମି ରେ କେତେ
ଉର୍ମି ଖାସ୍ ତୁମପାଇଁ
ତୁମେ କି ବୁଝିବ! ତୁମେ ଚୁମି ଯାଅ
ଆଉ କାହା ବେଳାଭୂଇଁ ..।
ଶୂନ୍ୟ ଆଜି ଏଇ ମନ ବେଳାଭୂମି
ତୁମେ ସାଥେ ନାହିଁ ବୋଲି
ତୁମ ପାଇଁ ସିନା ନୀଳ ଢେଉ ମାଳା
ତୁମେ ନାହଁ ମନ ଖାଲି ଖାଲି।
ଚାହଁଛି ଏଇ ବେଳାଭୂମି ରେ ଆଜି
ଆଖି ମୋ ପାଉ ନାହିଁ
ତୁମେ ଅଛ କେଉଁ ଦିଗ୍ ବଳୟକୁ
ଛୁଇଁ ଜାଣିହୁଏ ନାହିଁ।
ଏତେ କୋଳାହଳ ମନ ବେଳାଭୂମି
ତଥାପି ଲାଗେ ଖାଁ ଖାଁ
ସାଗର ବୁକୁ ରେ କେତେ ଶାମୁକା କି
ଲାଉ ଅଛି ମୋତି ଵିନା।
ତୁମ ପାଇଁ ସିନା ନିତି ମନେ କେତେ
ଜୁଆର ଆସି ଛୁଇଁ ଯାଏ
ତୁମେ ନାହଁ ଯଦି ମୋ ସାଥିରେ ଆଉ
କି ଲାଭ ବେଳାଭୂମି ରେ।
ଗଢିଥିଲି ବାଲିଘର ଦିନେ ଏଇ
ବେଳାଭୂମିରେ ତୁମପାଇଁ
ଆମ ପ୍ରେମ ସାଖି ସିନା ବେଳାଭୂମି
ତାକୁ ଭୂଲି ପାରେ ନାହିଁ।
ସୁନାସୁନା ବାଲି ରୂପା ଚାନ୍ଦିନୀ ରେ
ଲେଖୁଥିଲି ତୁମ ନାମ
ଭାରି ଭଲ ଲାଗୁଥିଲା ତୁମେ ଯେଵେ
ମୋ ସାଥିରେ ରହିଥିଲ।
ସପନର ସୈ।ଦାଗର ତୁମେ ଆସି
ଥିଲ ସପନ ହାଟରେ
ଜାଣେ ନାହିଁ କେମିତି ଭେଟ ହେଲା
ଏଇଠି ତୁମ ସାଥିରେ।
ତୁମ ସାଥେ ବାନ୍ଧି ଦେଲି ସମ୍ପର୍କର
ଡୋରି ବାକି କେଉଁ ଜନ୍ମର
ମୋ ମନ ବେଳାଭୂମି ରେ ତୁମେ
ସିନା ଏକା ଯାଦୁକର।
କାହିଁକି କେଜାଣି ଏମନରେ ତୁମେ
ଟାଣିଦେଲ ଏକ ରେଖା
ଛୁଇଁ ପାରୁ ନାହିଁ ସାଥୀ ଲାଗେ ଭାରି
ଏକା ଏକା ନିର୍ଜନତା।
ଆଜି ସ୍ମୃତିର ଶାମୁକା ଖୋଜେ ଶୋଇ
ଏଇ ବାଲି ଶେଯେରେ
ପାଦ ଚିହ୍ନ ହଜିଲା ଆଜି ସାଉଁଟି
ପାରୁନି ସ୍ମୃତି ସତରେ।
ଭାରି ଭଲ ଲାଗୁଥିଲା ତୁମ ସାଥେ
ବେଳାଭୂମି ଚାଲୁଥିଲେ
ଲେଖୁଥିଲି କେତେ କବିତା ସପନ
ଦେଖି ବାଲି ଶେଯରେ ।
ଏକା ଏକା ଭାରି ଏକା ଆଜି ଏଇ
ଜୀବନ ଅପରାହ୍ନ ରେ
ଭାରି କଷ୍ଟ ହୁଏ ଏଜୀଵନ ବେଳାଭୂମି
ରେ ଏକା ଚାଲିବା ରେ।
ଆସ ଥରେ ସାଥି ମନ ବେଳାଭୂମି
ଚୁମି ଦେଇ ନିରୋଳାରେ
ଆସୁ ଲହରି ଓଦା ହେଉ ବେଳାଭୂମି
ତୁମ ଛୁଇଁ ଦେବାରେ।
ଡ଼ ସ୍ୱର୍ଣ୍ଣ ଲତା ଯାଜପୁର ......
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ