କବିତା · ଜାନୁଆରୀ ୧୧, ୨୦୨୫ · ୩ ମିନିଟ୍ ପଢ଼ା
ବେଳାଭୂମି ୨୧
ଜୀବନଟା ମୋର ମୁକ୍ତ ବେଳାଭୂମି
କେତେ ଜୁଆର ଉଠେ
କେବେ ଛାତି ତଳେ ପୁଣି କେବେ
କୂଳ ଲଙ୍ଘି ସୁନାମି ଆସେ।
ଏଇ ବେଳାଭୂମି ଅଛି ସେମିତି ତ
ସେଦିନୁଁ ଆଜି ଯାଏ
ସମୟ ବଦଳି ଯାଇଛି ବଦଳି
ନାହିଁ ଆଜିଯାଏ ସିଏ।
କେତେ ବାଲିଘର ଗଢି ପୁଣି ଭାଂଗି
ଯାଏ ଲହରି ଛୁଆଁ ରେ
କାହିଁକି ଭାଙ୍ଗିନି ଅଭିମାନ ତୁମ
କାଉଁରୀ ପରଶ ରେ।
ପ୍ରେମର ତାଜମହଲଟା ଗଢିଥିଲି
ମନ ଯମୁନା କୂଳରେ
ତୁମ ପାଇଁ ସାଥି ପ୍ରେମର ମନ୍ଦିର
ହୃଦୟ ବେଳାଭୂମି ରେ
ମୋ ମନ ବେଳାଭୂମି ରେ ଅଛି ତାଜ
ସେମିତି ଆଜି ଯାଏ।
ଗଢିଥିଲି ତୁମ ପାଇଁ ଆଶାର ତାଜ
ତୁମେ କି ବୁଝିଲ ଥରେ
ଛାତି ତଳେ କେତେ କଥା ନୀରବ
ଝଙ୍କାର ତୋଳେ।
ବେସାହାରା ଏଇ ମନ ତଳେ କେବଳ
ତୁମ ପାଦ ଚିହ୍ନ ରହିଗଲା
କ୍ଷତାକ୍ତ ମନରେ ତୁମ ପାଇଁ ସାଥି କିଛି
ବେଦନା ଭରିଗଲା।
ବାଲିର ଚାଜକୁ ତୁମେ
ଭାଂଗି ଗଲା ଜୁଆର ରେ।
କେତେ ବାଲି ଘର ଘ ଭାଙ୍ଗେ
ନୀରବ ମନରେ କେତେ
ସେଠି ଆସେ କେତେ ଉର୍ମି
କାମନା ଜୁଆ ଖେଳୁଥିଲି
କାମନା ଜୁଆରେ ତ ଦିନେ ହାରି ଗଲି
ମନ ବେଳାଭୂମିରେ ଛିଡ଼ାହୋଇ ଥାଏ
ନୀରଵତରେ ଭାବୁକଟିଏ ସାଜି ଥାଏ।
ବୟସ ଡେଣା ଝାଡି ମନପକ୍ଷୀ ଉଡୁଥିଲା
କେବେ ବାଟବଣା ହେଲା ଜାଣିନ ପାରିଲା
ମୁକ୍ତ ମନ ଵେଳାଭୂମିରେ ତୁମେ ଇସ୍ତାହାର
ସେଥିପାଇଁ ଆଦ୍ର ସିନା ବେଳାଭୂମି ମୋର।
ସୁନା ଡେଣା ଝାଡ଼ି ହଳଦୀ ବସନ୍ତ ପରି
ହୈ।ଵନର ନଈ କୂଳେ
ଉଡ଼ି ଉଡ଼ି ପାରି ହେଲା ଜୀବନର ତରୀ
ଉଡ଼ି ଉଡ଼ି ପାରି ହେଲି ଯୈ।ଵନର ନଈ
ଏକା ଚାଲିବାରେ ରାସ୍ତା ମଜା ଲାଗେ ଭାରି
ବେଳେ ବେଳେ ପାଦ ଟାଣେ ଚୋରାବାଲି।
ଭାରି କଷ୍ଟ ଲାଗେ ସାଥି ଏକା ଚାଲିବାକୁ
ଖୋଜେ ମନ ବେଳାଭୂମିରେ ଖାଲି ତୁମକୁ
ତୁମେ ରହି ଯାଅ ଦୂରେ ଦୁରେ ବହୁ ଦୁରେ
ମୁଁ କିନ୍ତୁ ତୁମ ଅପେକ୍ଷାରେ ବେଳାଭୂମି ରେ।
ତୁମରି ସ୍ନେହର ଭ୍ରମରେ ଦରଜ ହୁଏ ଦୂର
ମୋତେ ଲାଗେ ତୁମେ ଏକା
୨୦
ଦେଖିଛୁ କି ବେଳାଭୂମି କହ!
ମୋ ହଜିଲା ସାଥିକୁ
ଏଇଠି ଖେଳୁଥିଲୁ ଦିନେ ଆମେ
ଗାଇ ମିଳନ ଗୀତିକୁ।
ପଚାରିଛକି ତାକୁ କାହିଁକି ସେ
ଗଲା ଅଜଣା ରାଇଜେ
ଅସ୍ତମିତ ସୂର୍ଯ୍ୟ ପରି ପାଉନି ମୋ
ଜୀଵନ ଆକାଶ ରେ।
ହଜିଲା ପ୍ରୀତିର ପାଉଁଜି କେଉଁଠି
ଏଇଠି ଖୋଜି ପାଉନି
ଅସରନ୍ତି ଆଶା ନେଇ ବାନ୍ଧି ଥିଲି
ସେଇ ସମ୍ପର୍କ ଡୋରି।
ମନ ବେଳାଭୂମିରେ ଆସିଥିଲା
ପ୍ରୀତିର ଜୁଆର ତା ପାଇଁ
ହଜେଇ ଦେଲି ପ୍ରୀତିର ପାଉଁଜି
ଆଉ ବାଜୁ ନାହିଁ।
ଭସାଇନେଲା କି ସାଗର ଲହରୀ
ସାଥିରେ ସେ ପାଉଁଜି କୁ
ଦେଇଥିଲା ସାଥୀ ମୋତେ ପ୍ରୀତି
ଉପହାର ପାଦ ପାଉଁଜି କୁ।
ଭଲ ଲାଗେ ତାକୁ ମୋ ପାଦରେ
ବାଜିଲେ ସେ ପାଉଁଜି
ସେଥିପାଇଁ ଖୋଜୁଅଛି ତାକୁ ଆସି
ନିଇତି ଏଇଠି।
ସେ ଶବ୍ଦ ଗାଉ ଥିଲା ପ୍ରୀତି ଗଜଲ
ପ୍ରେମର ନାମ ନେଇ
ମୋ ରୁଣୁଝୁଣୁ ପାଉଁଜି ଶବ୍ଦରେ
ଆମ ପ୍ରେମ ହସୁଥାଇ।
ଖୋଜୁଛି ନୀରବ ବେଳାଭୂମି ରେ
ସେଇ ବାଲିଗଢା ତାଜମହଲ
ଲହରୀ ଛୁଆଁ ରେ ଭାସିଲା ଵୋଧେ
ସେ ପ୍ରେମର ଦେଉଳ।
ମୋ ମନ ବେଳାଭୂମି ଛୁଇଁ ଦେଇ
କିଏ ଆସି କହିଦିଏ
ମୁଁ ଅଛି ସେଇଠି ବେଳାଭୂମି ରେ
ସ୍ମୃତି ହୋଇ ଆଜି ଯାଏ।
କାହିଁକି ଖୋଜିବି ସ୍ମୃତି କୁ ଧୋକା
ମୋତେ ଦିଏ ସବୁବେଳେ
ମିଛିରେ ସେ ଆସେ ମନ ବେଳାଭୂମି
ସବୁ ବେଳେ ନୀରବରେ।
ଭାରି କଷ୍ଟ ଦିଏ ପ୍ରୀତିର ଅବୁଝା
ଆମର ସେ କାହାଣୀଟା
ଯାହାକୁ ଲେଖିଥିଲି ମୁଁ ଆଜି ନାହିଁ
ସେ ହଜିଲା ସମୟଟା।
ସେ କାହାଣୀ ପଢ଼ିବାକୁ ଆସେ ଆଜି
ବେଳାଭୂମି ଗୋପନରେ
କହିବୁନି ତାକୁ ମୁଁ ପଡେ ତା ଚିଠି
ଏଇ ବିଜନ ଵେଳାରେ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ