କବିତା · ଅପ୍ରେଲ ୫, ୨୦୨୩ · ୫ ମିନିଟ୍ ପଢ଼ା
ବେଳାଭୂମି ୧
ବେଳାଭୂମି ପରେ ବସି ଖୋଜୁଛି
ତୁମରି ସ୍ତୁତି ସାଥୀ...
ଅବେଳରେ କାହିକି ଆଜି ତୁମେ
ମନେ ପଡ ବେଶୀ।
ଖିଆଲି ମନର ଭାବପ୍ରବଣତାରେ
ତୁମେ ଆସ ପାଖେ ଚାଲି
ମିଠା ଏ ପବନର ମିଠା ଛୁଆଁ ରେ
ମିଠା ଅନୁଭବ ଦିଏ ଖାଲି।
ଏ ଲହରୀ ରେ ଭାସି ଭାସି ଆସେ
କେତେ କଥା ଅତିତର
ଛୁଇଁ ଦେଲେ ଲହରୀ ଯେ କହିଦିଏ
କେତେ ବେଦନା ଏ ହୃଦୟର।
କେତେ ଥର ଆମେ ଗଢିଥିଲେ ମିଶି
ଏଇଠି ବାଲିଘର
ଏଇ ଲହରୀ ଆସି ଭାଙ୍ଗିଲା ବହୁବାର
ଆମ ଘର.।
ସେଦିନ ଦୁଇଟି ମନ ଗଢି ଥିଲା ପ୍ରେମର
ତାଜମହଲ ଟିଏ
ଯେଉଁ ତାଜମହଲ ଗାଉଥାଏ ଦୁଇଟି
ମନର ପ୍ରେମ ଗୀତଟିଏ।
ଲହରୀ ଆସି ଭାଙ୍ଗିଦେଲା କାହିଁକି ସେ
ବାଲି ଘର
ତାସ୍ ର ଘର ପରି ଭୁଷୁଡି ଗଲା ସ୍ମୃତି ର
ସ୍ମାରକୀ ଆମର।
ଆସିଛି ଆଜି ଖୋଜିବାକୁ ମୋଅତିତକୁ
ସତେ କି ଆଜି ଲହରୀ କହିଦେବ
ହଜିଲା ଠିକଣାକୁ ।
କାହିଁକି ଆଜି ଏ ମନ ଭାରି ଅମାନିଆ
ହୋଇ ଯାଏ
ଏ ଲହରୀ ଛୁଇଁ ଦେଲେ ମୋତେ ତୁମେ
ଛୁଇଁଲା ପରି ଲାଗି ଯାଏ।
କେତେ ହସ୍ତାକ୍ଷର ଲିଭିଛି ଏଇଠି ଏଇ
ବାଲୁକା ଶେଯରେ
କେତେ ପାଦ ଚିହ୍ନ ଅସ୍ପଷ୍ଟ ଏଇ ବାଲୁକା
ଭିତରେ..।
ଓଦା ଓଦା ମନ ଓଦା ଏ ଦେହ ଓଦା
ଏ ଵେଳାଭୂମି
ଓଦା କରିଦିଏ ମନ ଅତିତ ର ଅଭୂଲା
ସ୍ମୃତି ପୁଣି।
ଫେରାଇ ଦେ ରେ ଲହରୀ ମାଳା ସବୁ
ଫେରିଗଲା ପରି..
ଯାହା ନେଇ ଥାଉ ସଭିଏଁ କହନ୍ତି ଦେଉ
ତୁ ଫେରାଇ ପୁଣି।
ନେଇଛୁ ମୋ ଅତିତକୁ ରଙ୍ଗ ମିଶା
ଫଗୁଣକୁ ..
ନେଇଛୁ ଭସାଇ ତୋ ସ୍ରୋତରେ ମୋ
ସୁନା ଅତିତକୁ।
ସାଗର ତୋଳେ ଅତୀତର ମଧୁର ମୂର୍ଚ୍ଛନା
ଶୁଭିଯାଏ ମୋତେ ତୁମେ ଡାକ ପରା
ଅଙ୍କାବଙ୍କା ଏଇ ଜୀବନ ରାସ୍ତା ରେ
କେଉଁଠି ହଜିଲି ମୁଁ
ଖୋଜୁଛି ଆଜିଯାଏ ଏଇଠି ତୁମକୁ
ଯେବେ ଆସେ ବେଳାଭୂମି କୁ।
ଆଜି ଏ ନୀରବ ମନ ବେଳାଭୂମିରେ
ମୁଁ ଏକା ଏକା..
ଫେରାଇଦେରେ ସାଥୀ କୁ ମୋର
ହେଇଯାଉ ଥରେ ଦେଖା...।
ଫଗୁଣ ଆସୁ ରଙ୍ଗ ର ଅଵିର ଧରି
ମାଖି ଦେଉ ରଙ୍ଗ ସୁନେଲି ସପନ ଆସୁ
ମୋ ଆଖିକୁ ଫେରି... ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ବେଳାଭୂମି ୨
ଭୂଲିକି ଗଲ ସାଥୀ ମୋର
କାହିଁକି ଆଜି ମୁଁ ଭାବ ବିହ୍ୱଳ..
ଵେଳା ଭୂମି ଛୁଇଁ ଦେଲେ କିଏ
ମୋତେ ଟାଣି ନିଏ...
ଧୀରେଧୀରେ ମୋତେ ଛୁଇଁ
ଧୀରେ କିଛି କହିଦିଏ।
ନାଚି ନାଚି ନୀଳ ଲହରୀ ମାଳା
ପାଖକୁ ଆସିଯାଏ
ମୋତେ ଚୁମା ଦେଇ ମିଠା ସୀହରଣ
ଭରିଦିଏ..
ସେଦିନ ପରି ଆଜି ବି ମିଠା ଏ ପବନ
ସେଦିନ ପରି ଆଜି ଗୀତ ଗାଏ ଫଗୁଣ
ସେଦିନ ପରି ଆଜିବି ଭିଜିଏ ଶ୍ରାବଣ
କାହିଁକି କେଜାଣି ଆଜି ଏ ରଙ୍ଗ ଫିକା
ତୁମେ ନାହଁ ବୋଲି ପାଶେ ମୋର
ସାଗର ବି ଆନମନା.....
ଗୁରୁଗମ୍ଭିର ଗର୍ଜନ ରେ କଣ ଯେ ସେ କୁହେ
ଆସୁଥାଏ ମାଡି କୂଳକୁ ପୁଣି ଲେଉଟି ଯାଏ
ମୋ ପରି ବୋଧେ ସେ ପାଏନା ତା ପ୍ରେମକୁ
ଆସୁଥାଏ ପାଇବା ଆଶାରେ ଫେରିଯାଏ କୂଳରୁ
ଆସିଛି ଆଜି ଖୋଜିବାକୁ ମୋ ସାଥୀ କୁ
ତୁମେ କି ସାଖି ନାହଁ ବେଳାଭୂମି
ସେ ଦିନେ ଆମେ
ଲେଖିଥିଲୁ ଓଦା ବାଲିରେ ଦୁଇଟି ନାଁ
କେମିତି ଲିଭିଲା ଖୋଜୁଛି ଆଜି ମୁଁ
ସେ ସ୍ମୃତି ର ଗାଁ..
ସ୍ତୁତି ଆରପଟେ ତୁମେ ସାଥୀ ମୋର
ଏପଟେ ମୁଁ
ହେଉ ପଛେ କ୍ଷଣଟିଏ ମିଶିଥିଲେ ଆମେ
ସାଗର ଛୁଇଁ ଛୁଇଁ..
ଲହରୀ ରେ ଏକା ସାଥେ ବୁଡିଥିଲେ ଆମେ
ସତ ନ ହେଲେ ବି ତୋଳିଥିଲେ
ସ୍ୱପ୍ନ ରେ ଆମେ ତାଜମହଲ।
ଦେଖିବାକୁ ଇଛା ଥରେ ସେ ଅତିତକୁ
ସେକି ଫେରିବ ସେ ପରା ଗଲା ଦିନକୁ
ଅତିତ ଫେରେନା ବୋଲି ତ ବିରହ ଜୀବନ
ଅତିତ ଆଜି ଭଙ୍ଗା ମନର ସପନ..
ତାସ୍ ର ଘର ପରି ଭୁଷୁଡି ପଡିଲା ଆମ
ହାତ ଗଢା ଘର
କରିଦେଲା ପର ଏଇ ସମୟ ସେଦିନ
ଆଜି ଆସିଛି ବୋଲି ଲହରୀ ଦେଉଛି
ଦେହକୁଛୁଇଁ
ସେ ସୀହରଣ ନାହିଁ ମନେ ତଥାପି ମନ
ଯାଏ ଚହଲି
ଖୋଜୁଛି ଏ ମନ ମିଠା ପଵନରେ ଆଜି
ତୁମକୁ ସାଥୀ ମୋର
ଏ ଲହରୀ ମତେ ଛୁଇଁ ଗଲେ ଲାଗେ କେମିତି
କେମିତି।
ଅତିତଟା ସତେ ଲହୁ ଲୁହାଣ କରେ ଏମିତି
ଟିକେ ସମ୍ପର୍କ ମିଠା ହୋଇ ରହିଥାଏ
ସାରା ଜୀବନ
କେବେ ଜଣେ କେଉଁଠି କେତେବେଳେ କିଣି
ନେଇଯାଏ ଏ ମନ।
ବେଳାଭୂମି ୨
ଅନେକ ଦିନ ପରେ ଆଜି ମୋତେ
ଦେଖିଦେଇ
ସେ ଲହରୀ ଆସି ଚୁମି ଗଲା ଓଠ
କିଛି ଲୁହ ଦେଇ।
ଓଦା ଓଦା ବାଲି ଆଜି ଜାବୋଡି
ଧରି ନେଇ
କହୁଛି ସେ ଦିନୁ ତୁମ ସାଥୀ କାହିଁକି
ଆସି ନାହିଁ।
ତୁମେ କଣ ସତେ ଭୁଲିଯାଇଛ ଏ
ଵେଳାଭୂମି କୁ
ସୁଖରେ ରହି ଭୁଲି ଗଲ ଏ ସାଗର
କୂଳକୁ।
କେତେ ସମୟ କାଟିଛ ଏଇ ମୋ
ଛାତିରେ
କେତେ ସ୍ୱପ୍ନ ଦେଖିଛ ମୋ ଓଦା ବାଲି
ଶେଯରେ।
କେମିତି କହିବି ସତ ହୋଇନି ଆମରି
ସପନ
କେମିତି କହିବି ଭାଙ୍ଗିଗଲା ଆମ ହାତ
ଗଢା ଵାଲିଘର।
ସୀହରଣ ଭରିଗଲା ଦେହେ ଶୁଣି ମନ
ହେଲା ଆନମନା
କାହିଁକି ଆଜି ଏବେଳାଭୂମି ତୁମ ବିନା
ଲାଗେନା
ଯେଉଁ ସମୀର ଛୁଇଁ ଯାଉଥିଲା ଦିନେ
ମୃଦୁ ମୃଦୁ ସୀହରଣ ଦେଇ
ଆଜି କାହିଁକି ଛୁଇଁ ଗଲାପରେ ଯନ୍ତ୍ରଣା
ଦେହେ ଭରିଯାଇ..
ଭଲ ଲାଗୁଥିଲା ଦିନେ ଏଇ ବେଳାଭୂମି
ଛାଡିଯିବାକୁ ଇଛା ହୁଏ ନାହିଁ
ଆଜି କାହିଁକି ଏ ବେଳାଭୂମି ରେ ମୁଁ
ବସି ପାରୁନାହିଁ।
ସତେ କି ଯୈ।ବନ ଜୀଵନଟା ମିଠା
ମହୁପରି..
ଅପରାହ୍ନ ଟା ମାଘମାସ ଶୀତ ପରି
ଯନ୍ତ୍ରଣା ଯାଏ ଭରି।
ହୁତୁହୁତୁ ହୋଇ ଆଜି ଏ ମନ ଜଳିଯାଏ
ତୁମ ବିନା
କିଛି କଥା ମନ ସିଲଟରୁ ଜମା ଲିଭାଇ
ହୁଏନା।
କାହିଁକି ଆସିଲି ଦରସିଝା ଜୀବନରେ
ନିଆଁ ଝୁଲି ଧରି
ଜଳି ଗଲା ପ୍ରାଣ ଲିଭାଇ ପାରୁନି ସାଗର
ର ଲୁଣି ପାଣି।
ବଢ଼ିଗଲା ଶୋଷ ଏଇ ସାଗର କୂଳରେ
ମଧୁର ଜଳ କି କେଵେ ସେ ଦେଇ ପାରେ
ତୃଷ୍ଣା ରେ ଜୀବନ ହୋଇଯାଏ ଛଟପଟ
ଦେରେ ସାଗର ଫେରାଇ ସେଇ ଅତୀତ
ଆସିବ କି ସତେ ମୋ ସାଥୀ ଦେଖିବାକୁ
ଅପରାହ୍ନ ର ଲେଉଟା ଜୀବନରେ ତୃପ୍ତି
ଭରିବାକୁ..
କହିଦେ ସେ କୂଳକୂ ଯାଇ ମୋ ସାଥୀ କୁ
ତାକୁ ଦେଖିବାକୁ ଆସିଛି ସେଇ ବେଳାଭୂମି କୁ..
ଅପେକ୍ଷା ରେ ସଞ୍ଜ ଆସେ ନଇଁ ନଇଁ
ତାକୁ ନ ଦେଖି କେବେ ଫେରିପାଇବା ନାହିଁ
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ