କବିତା · ଅପ୍ରେଲ ୮, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୩
ପଚାରିଲା ବେଳାଭୂମି ନୀରବ ମନ
କୁ ଛୁଇଁ ଦେଇ..
ତୁମେ କାହିଁକି ପାଇଁ ଏତେ ବିରହି
ମୁଁ ଜାଣି ପାରୁନାହିଁ।
ଏଇଠି ଆସନ୍ତି ନିତି କେତେ କେତେ
ପ୍ରେମୀ ମାନେ
ଲେଖନ୍ତି ତାଙ୍କ ପ୍ରେମ କାହାଣୀ କୁ
ମୋ ଓଦା ବକ୍ଷେ।..
କେତେ ମିଳନର ମୁଁ ପରା ମୂକ ସାକ୍ଷୀ
ହୋଇଅଛି
ତାଙ୍କ ବାଲି ଘର ପୁଣି ଭାଙ୍ଗିବାର ମୁଁ
ଦେଖି ଆସୁଛି।
ସାଥୀ ଟିଏ ସାତ ଜନ୍ମ ପାଇଁ ଆସଇ
ସେ କଥା ବୁଝେନା କେହି
ଏଠି ଋତୁ ପରି ପ୍ରେମ ବି ବଦଳି ଯାଏ
ସଭିଙ୍କ ପାଇଁ।
ଆଜି ଆସନ୍ତି ଜଣକ ସହ ଆନ ଦିନ
ପରା ଆଉ କେହି
ଆଉ ସେ କଥା ତୁମେ ମନେ ପକାଅ
କାହିଁ ପାଇଁ।
ବେଳାଭୂମି ହସି ହସି କହୁଥିଲା ଏ
ଯୁଗର କଥା
ଭେଦୁ ଥିଲା ଦେହରେ ମୋ ପାଖେ
ଥିଲା ନୀରବତା......।
ପ୍ରେମରେ ତ ଧୋକା ନିତିଦିନ କଥା
ଦୁଃଖ କର ନାହିଁ..
ମୁଁ ଜାଣିଛି ତୁମେ ସରଳ ମଣିଷଟିଏ
ଗରଳ ଯାଇଥିଲ ପିଇ।
ଯାଅ ଫେରି ହୃଦୟକୁ ଶାନ୍ତି ଦେଇ
ଆଉ କେହି ତାଜମହଲ ଗଢିବାର
ଦେଖିଛ କି କାହା ପାଇଁ...
ଶାହାଜାହାନ ମମତାର ଅମର ପ୍ରେମ
ସ୍ୱର୍ଣ୍ଣ ଅକ୍ଷରରେ ଗଲା ଲିପିବଦ୍ଧ ହୋଇ.
ହୀର୍ ରାଞ୍ଜା ଆଉ କେଦାର ଗୌରୀ
ସେ ପ୍ରେମ ପରା ଆଉ ନାହିଁ।
ଯାଅ ଫେରି ମନ ବୁଝାଇ ଦେଇ ଘରକୁ
ଦେଖ ମୁଁ ପରା କାନ୍ଦି କାନ୍ଦି ଓଦା
ଦେଖିଛ କି କେଵେ କେହି ପୋଛି ଦିଏ
ମୋ ଆଖିର ଲୁହ କୁ।
ନିତି ଆସି ସାଗର ଛୁଇଁ ଯାଏ ମୋତେ
କେବେ ବି ସେ ଥରେ ବୁଝେନା
ମୋ ମନ ର କଥା ଯେତେ।
ତାର ଆଘାତରେ ମୁଁ କ୍ଷତଵିକ୍ଷତ ସୃଷ୍ଟି
ଆରମ୍ଭ ରୁ
ଆସି ଫେରି ଯାଏ କେବେ ବୁଝେନା
ଲହରୀ ମୋ ମନକୁ।
ଏଠି ଦେବାକୁ ହୁଏ ପ୍ରତିଦିନ କିଛି ତ
ମିଳେ ନାହିଁ
କାହିଁକି ଆଶା କରୁଛ ତୁମେ ପ୍ରେମର
ପ୍ରତିଦିନ ପାଇଁ...।
ପାଇଯାକ ଭଲ ହୃଦୟରେ କୁହ
ନାହିଁ କେବେ କାହାକୁ
କହିଦେଲା ପରେ କଥା ସରିଯାଏ
ଆଉ ସେ ଭାବ ନ ଥାଏ ଆଗକୁ.......।
ନୀରବ ରେ ଦୁହେଁ କଥା ହେଲୁ ଦୁହିଁଙ୍କ
ମନର କଥା.
ଜଣଙ୍କ ଆଖିରୁ ବୋହିଗଲା ଲୁହ ଆନ
ଜଣେ ହେଲା ଓଦା....
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ