କବିତା · ଜାନୁଆରୀ ୨୨, ୨୦୨୫ · ୨ ମିନିଟ୍ ପଢ଼ା
ବେଳାଭୂମି ୨୩
କହରେ ଜୀଵନ ଛିଡ଼ା ହୋଇଛି
ତୋ ବେଳାଭୂମି ରେ
ମାପିଛୁକି ମୋ ଯନ୍ତ୍ରଣା କୁ ଥରେ
ତୋ ତତଲା ଲୁହରେ।
କାହିଁ କେତେ ଦିନରୁ ଓଦା ଓଦା
ମୋ ଜୀଵନ ବେଳାଭୂମି
କେତେ ଯନ୍ତ୍ରଣାର ଲହରି ଚୁମି
ଯାଏ ସେ ଓଦା ବାଲି।
ଫେରିବନି ଯାହାତ ହଜିଗଲା
ଲୁହର ସାଗରରେ
ମିଳିଛି ଖାଲି ପୁଞ୍ଜିଭୂତ ଯନ୍ତ୍ରଣା
ଏଇ ବେଳାଭୂମି ରେ।
କହ ବେଳାଭୂମି ଥରେ କେତେ
ପିଇଲୁ ଯନ୍ତ୍ରଣା ର ଲୁହକୁ
ସେଥିପାଇଁ ସିନା ତୁ ଗର୍ଜନ କରି
ଆସୁ ଏଇ ବେଳାଭୂମି କୁ
କେତେ ଓଦା ହେଲୁ ଭିଜିଲୁ ନା
ଆହୁରି ଭିଜିଵୁ
କେତେ ଆଉ ଲୁଣି ଲୁହ ପିଇ ତୋର
ସତ୍ତା ନିଜେ ହରାଇଵୁ।
ଜୀବନ ବେଳାଭୂମିରେ ଲୁଚିଯାଏ
ମୋର ସତ୍ତା ଧୀରେ ଧୀରେ
ତଥାପି ରହ ରେ ଜୀଵନ ଦେଖେ
ଏ ବେଳାଭୂମି କୁ ଆଉ ଥରେ।
ଏଇଠି ଭିଜୁଥିଲି ଦିନେ ଅଦିନ
ବର୍ଷା ରେ.....
ଚୁମି ଥିଲା ମଳୟ ମୋ ସତନୁକୁ
କେତେ ହୋଇ ଅଧିରେ।
ଖେଳୁଥିଲି ଲୁଚକାଳି ଖେଳ ତୋ
ସହ ଅଧା ଛାଇ ଅଲୁଅ ରେ
ପାଦ ପୋତି ଦେଉଥିଲି ଚୋରା
ବାଲି ଶେଯରେ।
ସଞ୍ଜ ରତ ରତ ଅନ୍ଧାର ଘୋଟି
ଆସିଲାଣି ଜୀବନରେ
ଜହ୍ନ ଲୁଚିଗଲା ବହୁ ଦୂରେ ସେଇ
ବାଦଲ ତଳେ ଛାତିରେ।
ବେଳାଭୂମି ବୁକୁ ରେ ତ ଅନ୍ଧକାର
ଛାଇ ହୋଇ ଗଲାଣି
ଅଣନିଃଶ୍ବାସୀ ହେଲା ଏ ଜୀବନ
ଆଜି ବାଟ ଭୂଲିଲାଣି।
ଆଉ ଦିଶୁନି ବେଳାଭୂମି ର ଓଦା
ଓଦା ବାଲି
ସାଗର ଚୁମି ଚୁମି କ୍ଷତାକ୍ତ ଆଜି
ଏ ଜୀବନ ବେଳାଭୂମି..
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ