କବିତା · ଅକ୍ଟୋବର ୧୪, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି ୯୧
ସ୍ମୃତି ତୁମେ ଅନୁତାପ ର
ଅଶ୍ରୁ ଟୋପେ ନୟନରେ
ସ୍ମୃତି ଜାଳି ଦିଅ ହୃଦୟ କୁ
ଏଇ ସଞ୍ଜ ସଞ୍ଜ ବେଳେ...
ବିଚଳିତ କର ଅଶାନ୍ତ ମନକୁ
ଖଣ୍ଡବିଖଣ୍ଡିତ କର ହୃଦୟ କୁ।
ସ୍ମୃତି ତୁମେ ସେଦିନ ର ମିଠା
ମିଠା କଥା ଟିଏ...
ଆଜି ଛାତିକୁ ଜାଳି ଦିଏ ଯିଏ
ତୁମେ ବେଳ ଅବେଳର ଅତିଥି
ଏ ଭଙ୍ଗା ମନରେ..
ସ୍ୱ।ଗତ କରେ ତୁମକୁ ହେଉ
ଶୀତ ଅବା ବର୍ଷା ଭିଜା ରାତିରେ।
ସ୍ମୃତି ଫେରାଇ ନିଅ ମୋତେ
ଅପରାହ୍ନ ରୁ ସକାଳ ପାଖେ..
ଅତିତ କଥା କେତେ ଏ ମନେ
ମୋ ଜାଗେ...
ହେଉ ପଛେ କିଛି କ୍ଷଣ ଆସ
ଏଇ ମନ ପ୍ରାଙ୍ଗଣରେ..
ନାଚି ଯାଅ ଚପଳାପରି ସୁନେଲି
ଆଲୁଅ ରେ....।ସ୍ମୃତି ତୁମେ!
ମରିଯାଇଥିବା ଏ ମନରେ
ମୃତ ସଞ୍ଜିବନି ମନ୍ତ୍ର ଟିଏ....
ଥରେ ଆସିଗଲେ କାହିଁକି
ବଞ୍ଚିବାକୁ ଭାରି ଇଛା ହୁଏ..
କାହା ପାଇଁ ନହେଲେ ବି
ଖାସ୍ ତୁମ ପାଇଁ..
ତୁମ ସାଥେ ମିଠା ଅତିତଟା
ମୋ ଫେରି ଆସଇ....
ଭାବିଦେଲେ ଥରେ ଅତିତକୁ
ମୁଁ ଫେରିଯାଏ ସେ ସମୟକୁ
ମୋ ଅତିର ସମ୍ପର୍କୀୟ ମାନେ
ପୁଣି ଫେରି ଆସନ୍ତି ମୋ ପାଖକୁ।
ମା,ର ଓଦା ଓଦା ପଣତର ବାସ୍ନା
ବାପା ଙ୍କର ସ୍ନେହ ମିଶା କଥା
ଭାଇ ଭଉଣୀ ଙ୍କ ସହ ହସ ଖୁସିର
ସୁଖ ସଂସାର
ବନ୍ଧୁ ଙ୍କ ସହ ଖେଳ କୁଦ ହସ ଖୁସି
ର ସେଇ ଆସର..
କିଏ କେଉଁଠି ହଜିଗଲେ ସମୟର
ଉଜାଣି ସୁଅରେ..
ନୀରବ ମନରେ ଆଜି ସ୍ମୃତି ଫେରେ
ଏଇ ଗୁମ୍ ସୁମ୍ ଵେଳାରେ..।
କିଛି କଥା ଅଛି ଜାଣିଛି ଏକା ଜଣେ
ତା ବିନା କାହିଁକି ଜୀବନଟା ଭାରି
କଷ୍ଟ ଲାଗେ....
ସେ ଏକା ମୋ ମନରେ ଟାଣି ଦେଲା
ରେଖା ଟିଏ..
ଯେତେ ଯନ୍ତ୍ରଣା ଥାଉ ଭଲ ଲାଗେ
ତା ସ୍ମୃତି ଆସିଗଲେ ଝଲକରେ।
ନ ହେଉ ସେ ନିଜର ନଥାଉ ମୋ ପାଶେ
ଭଲ ଲାଗେ ଆଖି ବୁଜି ତାକୁ ଭାବେ..
ସ୍ମୃତି ତୁମେ ଏମିତି ଆସ ମୋ ଛାତି ର
ଅସହ୍ୟ ଯନ୍ତ୍ରଣା ରେ.
ହାଲକା କର ମନକୁ ମିଠା ମିଠା ଛୁଆଁ
ଦେଇ ସ୍ପନ୍ଦନ ରେ..... ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ