କବିତା · ସେପ୍ଟେମ୍ବର ୧୩, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି ..84
ସ୍ମୃତି ଆସେ ଛାତି ତଳେ ଛପି ଛପି...
ହୃଦୟ ର ନିବୃତ କୋଣରେ..
ମନେ ପଡେ ବେଳେ ବେଳେ
ଦେଖା ଯାଏ ଆଖି ଆଇନାରେ..।
କାହିଁକି କେଜାଣି ଭିତରେ ଭିତରେ
ଜାଳିଦିଏ ବିନା ଜାଳେଣି ରେ
ହୃଦୟଟା ଭାଙ୍ଗି ଯାଏ ଆଖି ସାମ୍ନାରେ..
ସ୍ମୃତି ଅଲିଭା ଭୂଲି ହୁଏନା ଜୀଵନରେ।
ସ୍ମୃତି ଏକ ଫୁଲ ବନ .........
ତୋଳିବାକୁ ଇଛା ହୁଏ...
ସ୍ମୃତି ଟିକି ପ୍ରଜାପତି ଟିଏ......
ଧରିବାକୁ ଇଛା ହୁଏ...
ସ୍ମୃତି ଟିକି ଚଢ଼େଇ ଡେଣା ଝାଡି ଉଡିଯାଏ
ତା ସାଥୀ ରେ ଉଡ଼ିବାକୁ ଭାରି ଇଚ୍ଛା ହୁଏ
ସ୍ମୃତି ଏକ ଅନୁଭୁତି ଏ ଜୀବନ ର
ସାଉଁଟି ସାଉଁଟି ଦିନ ସରିଯାଏ .....।
ଜଳିବାକୁ ଭଲ ଲାଗେ ସ୍ମୃତି ର ନିଆଁ ରେ
ଭାରି ଭଲ ଲାଗେ ହଜିବା କୁ ସ୍ମୃତି ର
ପାଉଁଶ ଭିତରେ...
ସ୍ମୃତି ର ପାଉଁଶ ତଳୁ ତୁମକୁ ଖୋଜୁଥାଏ।
ଆସିଥିଲ ଦିନେ ଏଇ ମନ ଅଗଣା କୁ...
ପାଛୋଟି ନେଇଥିଲି ହୃଦୟ ଭିତରକୁ..
ଯାହା ଦେଇଥିଲ ରହିଲା ସାରା ଜୀବନ କୁ
ଯାହାକଥା ଦେଲ ଛୁଇଁଲା ଛାତି ଭିତରକୁ।
ତୁମ ଆସିବାରେ କେଉଁ ଋତୁ ମନେ ନାହିଁ
କେଉଁ ଵାର ତିଥି ଥିଲା ଭୂଲି ଗଲି ମୁହିଁ
ସେ ଦିନ ଲାଗୁଥିଲା ଫଗୁ ଫଗୁ ପୂନେଇଁ......
ଏମନ ଆକାଶେ ଉଇଁ ଥିଲା ପୂନେଇ ଜହ୍ନ
ଲୁଚି ଲୁଚି ଛାତି ତଳେ ମାଗୁଥିଲା ଏ ମନ।
ଫଗୁଣ ହସୁ ଥିଲା ସେ ଦିନ କୃଷ୍ଣ ଚୂଡା ର
ବଧୂଲି ଓଠରେ..
ରଙ୍ଗ ବୋଳି ଦେଲା ସବୁ ଆମରି ପ୍ରେମରେ
ମଳୟ ଲୁଚି ଲୁଚି ସୀହରଣ ଦେଇ ଥିଲା
ମହମହ ମହୁଲି ଫୁଲ ପରି ପ୍ରେମ ଵାସୁଥିଲା
ମୋ ମନ ଅଗଣା ହସୁଥିଲା ପାଇ ତୁମକୁ
ସତେ ଚାନ୍ଦ ଖସି ଆସି ଛୁଇଁ ଗଲା ପାପୁଲିକୁ।
ଗୋଲାପ ଲାଜେଇ ଗଲା ଭ୍ରମର ଛୁଆଁ ରେ
ତୁମେ ଭରିଦେଲ ସୀହରଣ ପ୍ରଥମ ଦେଖାରେ
ଛୁଇଁ ଦେଲ ହୃଦୟ କୁ ଆଖିରେ ଆଖିରେ
ମନ ରହି ଗଲା ସାଥୀ ତୁମ ମିଠା କଥାରେ।
ତୁମ ସ୍ମୃତି ଭାରି ମିଠା ମିଠା ମହୁ ପରି
ତୁମ ସ୍ମୃତି ଲାଗେ ଗୋଲାପ ପରି ରଙ୍ଗିନ
ପାରିବିନି ସିନା ଦୂର ଆକାଶ କୁ ଛୁଇଁ
କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ
ସ୍ମୃତି ରେ ଜଳୁଛି ନିତି ସାଥୀ ତୁମରି ପାଇଁ
ଅମର ସ୍ମୃତି ମନ କାନଭାସ ରେ ଗଲା ରହି ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ