କବିତା · ଜାନୁଆରୀ ୧୮, ୨୦୨୨ · ୧ ମିନିଟ୍ ପଢ଼ା
ରଙ୍ଗ ତୂଳି ୪
ଆସ ସାଥୀ ଧର ରଙ୍ଗ ତୂଳୀ
ଆଙ୍କି ଦିଅ ଛବିଟିଏ...
ମରିଯାଇଥିବା ମଣିଷ ପଣିଆ
ଫେରି ଆସୁ ଆଉ ଥରେ..।
ସେ ଚିତ୍ର ଟିରେ...
ଅଳିକ ଜୀବନେ ଇର୍ଷାତୁର
ଆଜି ଏ ମଣିଷ , ହଜିଯାଏ
ତା ବିବେକ ପଣିଆ..
ସ୍ୱ।ର୍ଥରେ ଅନ୍ଧ ହୁଏ ଏ ମଣିଷ
ଭୂଲି ଯାଏ ମାନବିକତା..।
ଆଦାମ ଇଭ୍ ପରି ଆଙ୍କି ଦିଅ
ଚିତ୍ର ଟିଏ..
ନଥାଉ ପଛେ ସଭ୍ୟତା ରହିଥାଉ
ହୃଦୟ ଟିଏ...।
ଆଦିମ ମଣିଷ ଉଲଗ୍ନ ହେଲେ ବି
ହୃଦୟ ରେ ଥିଲା ପ୍ରେମ.
ଆଜିର ମଣିଷ ସଭ୍ୟତା ଭିତରେ
ଉଲଗ୍ନ ହୁଏ ବାରମ୍ବାର...।
ଏମିତି ଚିତ୍ର ଟିଏ ଆଙ୍କି ଦିଅ ଚିତ୍ର କର
ଏ ଆଖି ଦେଖୁ ବାରମ୍ବାର
ସାଦାସିଧା ମଣିଷ ଟିଏ ଗଢି ଦିଅ
କାମନା ବାସନା ପରଶ୍ରୀକାତରତା ଇର୍ଷା
ଦୂରେଇ ଦିଅ...
ହେଉ ସୁନ୍ଦର ହୃଦୟ ତାର..
ନାରୀ ହେଉ କି ପୁରୁଷ ହେଉ ମଣିଷ
କରି ଆଙ୍କି ଦିଅ..
ସବୁଜ ସବୁଜ ମନରେ ତା ଦେହରେ
ପ୍ରେମ ର ରଙ୍ଗ ବୋଳି ଦିଅ..
ହେଉ ସୁନ୍ଦର ମଣିଷ ଟିଏ
ହୃଦୟ ଭାଂଗିବା ଏଠି ସାଧାରଣ କଥା
ସୁନ୍ଦର ହୃଦୟ ଟିଏ ରହୁ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ