କବିତା · ଜାନୁଆରୀ ୧୭, ୨୦୨୨ · ୧ ମିନିଟ୍ ପଢ଼ା
ରଙ୍ଗ ତୂଳୀ ..୪
ଆସ ଚିତ୍ର କର ଧରି ରଙ୍ଗ ତୂଳୀ
ଆଙ୍କି ଦିଅ ମୋ ହୃଦୟର ଏକ ଛବି
ଇର୍ଷାତୁର ଏ ପୃଥିବୀରେ ଦିଅ
ଏମିତି ରଙ୍ଗ ଭରି
ଝରି ପଡୁ ସବୁରି ହୃଦୟ ରୁ
ମମତାର ଵାରି...
ଇର୍ଷା ପରଶ୍ରୀକାତରତା କୁ
ଦିଅ ସବୁଜ ରଙ୍ଗରେ ଭରି
ପ୍ରେମମୟ ହେଉ ଏ ଜଗତ
ଖରାପ ଭାବନା ନ ଆସୁ ହୃଦୟ ରେ କାହାରି
ଦିଅ ଚିତ୍ର କର ହୃଦୟ କୁ ଲାଲ ରଙ୍ଗ
ସେ ହୃଦୟ ର ସ୍ପନ୍ଦନ ରେ ନରହୁ
ଦିଅ ଭଲ ମଣିଷ ର ଚିତ୍ର କରି...
ଇର୍ଷା ପରଶ୍ରୀକାତରତା ନିଅ ସେ
ମନରୁ କାଢି..
ଦିଅ ସେ ଚିତ୍ର ରେ ମୋନାଲିସା ହସ ଭରି
ଆଙ୍କି ଦିଅ ଗୋଟିଏ ସୁନ୍ଦର ହୃଦୟ କରି
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ