ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ସ୍ୱପ୍ନ ତ ସଭିଏଁ ଦେଖନ୍ତି କେତେ ଜଣଙ୍କର ସ୍ୱପ୍ନ ସତ ହୁଏ! ତଥାପି ସ୍ୱପ୍ନ ଆସେ
ସଭିଙ୍କ ଆଖିରେ। ହେଉ ପାହାନ୍ତି ସ୍ୱପ୍ନ ବା ଦିବା ସ୍ୱପ୍ନ। କୁଆଁରୀ ଆଖିରେ ଆସେ
କେତେ ରଙ୍ଗିନ ସ୍ୱପ୍ନ। ସତ ନ ହେଲେ ବି ସେ ସ୍ୱପ୍ନ ଭୁଲି ହୁଏନା। କେଉଁ ନିଶବ୍ଦ
ପ୍ରହରରେ ବିହ୍ୱଳିତ କରାଏ ମନକୁ।
ବୟସର ଅପରାହ୍ନରେ ବି ମଣିଷ ଦେଖେ ସ୍ୱପ୍ନ। ଉପରକୁ ଉଠିବାର ସ୍ୱପ୍ନ। ବଡ଼
ଲୋକ ହେବାର ସ୍ୱପ୍ନ। ପିଲାଟିଏ ଜନ୍ମ ଦେଇ ତାକୁ ଉପଯୁକ୍ତ ମଣିଷଟିଏ କଲେ ସେ
ଶେଷ ବେଳେ ହାତଧରି ନେବ। ମୁଖାଗ୍ନି ଦେବ, ଶ୍ରାଦ୍ଧ ଦେବ।
ସେଥିପାଇଁ ବାପା ମା’ ଜୀବନକୁ ବାଜି ଲଗାଇ ପେଟ ପିଠି ମାରି ପିଲାଙ୍କୁ
ମଣିଷ କରନ୍ତି। ମଣିଷଟିଏ ହେଲା ପରେ ବାପା ମା’ ସ୍ୱପ୍ନ ସାକାର ହେଲା ବୋଲି
ଖୁସିରେ ଆତ୍ମହରା ହୁଅନ୍ତି। ସେମିତି ଦିନେଶ ବାବୁ ଦିନେ ଆତ୍ମହରା ହୋଇ ପଡ଼ିଥିଲେ
ଖୁସିରେ। କେତେ କଷ୍ଟରେ ପିଲାଟିକୁ ମଣିଷ କରିଥିଲେ ମା’ଛେଉଣ୍ଡ ମନୋଜକୁ।
ପିଲାଟି ଦିନରୁ ମା’ ଚାଲିଯାଇଥିଲେ। ଦିନେଶ ବାବୁ ମା’-ବାପାର ଭୂମିକା
ତୁଲାଇ କିରାଣି ଜୀବନରେ ପିଲାଟିକୁ ଗଢ଼ିଥିଲେ। କେତେ ସ୍ୱପ୍ନ ଆଖିରେ, ମୋ’
ପୁଅ ବଡ଼ ମଣିଷ ହେବ ଆଉ ହାକିମ ହେବ। ପିଲାଟି ବି ଚନ୍ଦ୍ରକଳା ପରି ବଢ଼ିବାକୁ
ଲାଗିଲା। ମନୁ ଭଲ ପଢୁଥିଲା। ଭଲ ନମ୍ୱର ରଖି ପାଶ୍ କଲା। ବାପା ଆଖିରେ
ମୁଠାଏ ସ୍ୱପ୍ନ ୧୩
ମେଞ୍ଜାଏ ସ୍ୱପ୍ନ ବୁଣି ହୋଇଗଲା। ପୁଅକୁ କଲେଜରେ ପଢ଼ାଇଲେ। ବିଜ୍ଞାନ ପାଠ
ପଢ଼ି ସାରି ପୁଅ ବଡ଼ ଅଫିସର ହେଲା। ଏବେ ଦିନେଶବାବୁଙ୍କର ଖୁସି କହିଲେ ନ
ସରେ। ପୁଅ ବଡ଼ ଅଫିସର। ଯାହା ହେଉ ସ୍ୱପ୍ନ ମୋର ସତ ହେଲା। ପୁଅଟିର ମୁଣ୍ଡକୁ
ହାତ ପାଇଗଲା। ହାତକୁ ଦୁଇ ହାତ କରିଦେଲେ ବୋଝ ଖଲାସ୍ ହୋଇଯିବ।
ପୁଅକୁ କହିବାରୁ ସେ ଝିଅ ଦେଖିଛି ବୋଲି କହିଲା।
‘ଠିକ୍ ଅଛି’। ଖୁସିରେ ଦୀନେଶ ବାବୁ କଥା ଆଗେଇନେଲେ। କଥାବାର୍ତ୍ତା
ହୋଇ ବିବାହ ହୋଇଗଲା। ହେଲେ ବୋହୂ ଏ ଗରିବ ବାପାକୁ ପସନ୍ଦ କଲା ନାହିଁ।
ମନେମନେ ଭାବିଲା କେମିତି ଏ ବୁଢ଼ାକୁ ଘରୁ ବାହାର କରିବି। ମନୋଜ ତ ରାଜି
ହେବେନି।
ସେଇଠୁ ବୁଢ଼ା ନାଁରେ ଚୁଗୁଲି ଗପିବା ଆରମ୍ଭ କଲା ପୁଅ କାନରେ। ଗାଁ ଜମି
ବିକ୍ରି ସହରରେ ଘର କରିବା। ଏକଥା ଶୁଣି ବୁଢ଼ା ଚମକି ପଡ଼ିଲା। ନା, ସେ ଘର
ବିକା ହେବନି। ମୋ’ ଭିଟାମାଟିର ଘର, ସେ ସାତ ପୁରୁଷର ଘର। ପୁଅ କାନରେ
ବୋହୂ କୁମନ୍ତ୍ରଣା ଦେବା ଆରମ୍ଭ କଲା।
ଶେଷରେ ଏମିତି ହେଲା ଯେ ବାପା ବୃଦ୍ଧାଶ୍ରମରେ ରହିବା ସ୍ଥିର ହେଲା। ସୁତୁରା
ସୁତୁରି କରି ମନୋଜ ଓ ବୋହୂ ବାପାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦେଲେ। କହିଲେ,
“ଆମେ ବାହାରକୁ ଯାଉଛୁ। ଆସିଲେ ନେଇଯିବୁ।”
ଦିନ ପରେ ଦିନ ଗଡ଼ିଗଲା, ସେମାନେ କିନ୍ତୁ ଆଉ ଆସିଲେନି। ଶେଷରେ
ଦିନେଶବାବୁ ଜାଣିବାକୁ ପାଇଲେ ଯେ ସବୁଦିନ ପାଇଁ ପୁଅ-ବୋହୂ ତାଙ୍କୁ ଆଶ୍ରମରେ
ଛାଡ଼ି ଦେଇଛନ୍ତି। ଆକାଶଟା ମୁଣ୍ଡ ପରେ ଖସି ପଡ଼ିଲା । ସ୍ୱପ୍ନ ହଠାତ୍ ଭାଙ୍ଗିଗଲା।
ପରଳ ପଡ଼ିଥିବା ଆଖିରେ ସ୍ୱପ୍ନ ସବୁ ଲୁଚିଗଲା।
ଏ ଦୁନିଆ ସ୍ୱାର୍ଥପର। ଏଠି କେହି କାହାର ନୁହେଁ। ସ୍ୱପ୍ନ କେବେ ଦେଖିବା
ଉଚିତ୍ ନୁହେଁ। ଆଖିରୁ ଧାରଧାର ଲୁହ ବୋହିଗଲା।
ସତରେ କ’ଣ ବାପା ମା’ ଆଉ ସ୍ୱପ୍ନ ଦେଖିବେନି ତାଙ୍କ ପିଲାଙ୍କ ପାଇଁ।
କାହିଁକି ବା ଦେଖିବେ? କ’ଣ ବୃଦ୍ଧାଶ୍ରମରେ ରହିବା ପାଇଁ? ଝରିଯାଉଥିଲା ଅସରନ୍ତି
ଲୁହ ଅନୁତାପର। ଯଦି ପାଠ ନ ପଢ଼ାଇଥାନ୍ତି, ଭଲ ହୋଇଥାନ୍ତା। ମୋ’ ପୁଅ ମୋ’
ସାଙ୍ଗରେ ଥାଆନ୍ତା। ସାଙ୍ଗରେ ଚାଷ କରୁଥାଆନ୍ତା। ମୁଁ ମୋ’ ଘରେ ଥାଆନ୍ତି ମୋ’
ଭିଟାମାଟିରେ। ଶାଗ ପଖାଳରେ ଶାନ୍ତିରେ ରହିଥାଆନ୍ତି।
ବୃଦ୍ଧାଶ୍ରମର କେୟାରଟେକରଙ୍କ ଡାକରେ ଦିନେଶବାବୁଙ୍କ ଦିବା ସ୍ୱପ୍ନ ଭାଙ୍ଗିଗଲା।
ସ୍ୱପ୍ନର ନିଶା ଆଖିରୁ ଖସିଗଲା।
୧୪ ମୁଠାଏ ସ୍ୱପ୍ନ
ଆଉ ମୁଠାଏ ସ୍ୱପ୍ନର ଆବଶ୍ୟକତା ନାହିଁ। ବୁଣି ହୋଇଗଲା ସତେ ଚୋରା
ବାଲିରେ। ଆଉ ସାଉଁଟି ହେବନି ସ୍ୱପ୍ନକୁ। ସେ ପୋତି ହୋଇଗଲା ବାଲିଶେଯରେ।
ଦିନେଶବାବୁ ସଭିଙ୍କୁ ଚିକôାର କରି କହୁଥିଲେ, “ଆରେ ସବୁ ବାପା ମା’ମାନେ
ଶୁଣ। ଆଉ କେହି ସ୍ୱପ୍ନ ଦେଖନି। ମୋ’ ପରି ପସ୍ତେଇବ।”
ସଭିଏଁ କହୁଥିଲେ, ବୁଢ଼ା ବୋଧେ ପାଗଳ ହୋଇଗଲା। ସହିପାରିଲାନି ମାନସିକ
ଯନ୍ତ୍ରଣା। ଏତେ କଷ୍ଟରେ ମଣିଷ କରିଥିବା ବାପାର ମୁଠାଏ ସ୍ୱପ୍ନ ଆଜି ପୁଅ ଭାଙ୍ଗିଦେଲା।
ଏଇତ ଦୁନିଆ, ଏଠି ସବୁ ଆଶା ନିରାଶାରେ ପରିଣତ ହୁଏ। ସବୁ ସ୍ୱପ୍ନ ଦିନେ
ଅଧୁରା ରହିଯାଏ। ଖାଲି ମିଛରେ ଆସେ ମୁଠାଏ ମିଠା ସ୍ୱପ୍ନ ଆଖିରେ ବୁଣି। ସେ ସ୍ୱପ୍ନ
ଦିଏ ଯନ୍ତ୍ରଣା, ଦିଏ ଅନେକ କଷ୍ଟ।
ଆଜିର ଯୁଗରେ ସନ୍ତାନ ବୁଝେନା ସ୍ୱପ୍ନର ମାନେ। ସେ ହଜିଯାଏ ତା ସ୍ୱପ୍ନ
ରାଇଜରେ। ବାପା ମା’ ପାଇଁ ନ ଥାଏ ମୁଠାଏ ସ୍ୱପ୍ନକୁ ସାକାର କରିବାର ଇଚ୍ଛାଶକ୍ତି।
ସତରେ ମୁଠାଏ ଚୁନା ଚୁନା ସ୍ୱପ୍ନ ପାଇଁ କେତେ କଷ୍ଟ ସହିଯାଆନ୍ତି ବିଚରା
ବାପା ମା’ମାନେ। ଶେଷରେ ନିରାଶ ହୋଇ ଫେରିଯାଆନ୍ତି। ଆଶାଗୁଡ଼ିକ ଆକାଶରେ
ଚୁନା ଚୁନା ତାରା ହୋଇଯାଏ। ହାତ ପାଏନା ତୋଳିବାକୁ ଠିକ୍ ଦିନେଶବାବୁଙ୍କ
ପରି। ନିରାଶ୍ରୟ ଏକାକୀ ଜୀବନ ନେଇ ମୃତୁ୍ୟକୁ ଅପେକ୍ଷା କରିବାକୁ ପଡ଼େ।
ମୁଠାଏ ସ୍ୱପ୍ନ ୧୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ