ଲୋଡ୍ ହେଉଛି…
ଲୋଡ୍ ହେଉଛି…
ମୁଠାଏ ସ୍ୱପ୍ନ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ମୁଠାଏ ସ୍ୱପ୍ନ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୩୧ ଅଧ୍ୟାୟ
ମୁଠାଏ ସ୍ୱପ୍ନ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
ମୁଠାଏ ସ୍ୱପ୍ନ
ସ୍ୱପ୍ନ ତ ସଭିଏଁ ଦେଖନ୍ତି କେତେ ଜଣଙ୍କର ସ୍ୱପ୍ନ ସତ ହୁଏ! ତଥାପି ସ୍ୱପ୍ନ ଆସେ ସଭିଙ୍କ ଆଖିରେ। ହେଉ ପାହାନ୍ତି ସ୍ୱପ୍ନ ବା ଦିବା ସ୍ୱପ୍ନ। କୁଆଁରୀ ଆଖିରେ ଆସେ କେତେ ରଙ୍ଗିନ ସ୍ୱପ୍ନ। ସତ ନ ହେଲେ ବି ସେ ସ୍ୱପ୍ନ ଭୁଲି ହୁଏନା। କେଉଁ ନିଶବ୍ଦ ପ୍ରହରରେ ବିହ୍ୱଳିତ କରାଏ ମନକୁ। ବୟସର ଅପରାହ୍ନରେ ବି ମଣିଷ ଦେଖେ ସ୍ୱପ୍ନ। ଉପରକୁ ଉଠିବାର ସ୍ୱପ୍ନ। ବଡ଼ ଲୋକ ହେବାର ସ୍ୱପ୍ନ। ପିଲାଟିଏ ଜନ୍ମ ଦେଇ ତାକୁ ଉପଯୁକ୍ତ ମଣିଷଟିଏ…
ଖୋଲା
ଅଧ୍ୟାୟ ୨
ମଲା ଜହ୍ନ
ଝିପିଝିପି ବର୍ଷା ବରଷି ଯାଉଛି ଆକାଶରୁ। କାହିଁକି କେଜାଣି ଜମା ବର୍ଷା ଛାଡ଼ିବାର ନାଁ ଧରୁନି। ପାଗଟା ବହୁତ ମାନ୍ଦା କରୁଛି ମନକୁ। ଛମ୍ଛମ୍ ନାଚୁଛି ବର୍ଷା। ଅଗଣାରେ ଓଳିରୁ ଟପ୍ ଟପ୍ ବର୍ଷା ଟୋପା ପଡ଼ି ସୁଅ ହୋଇ ଚାଲିଯାଉଛି। ଏମିତି ବର୍ଷାଭିଜା ପାଗରେ ସୁନିତା ଦେବୀ ଚାହିଁଛନ୍ତି ଦୂର ଦିଗନ୍ତକୁ ଏକଲୟରେ। ଚାରିକାନ୍ଥରେ ଆବଦ୍ଧ କରି ନିଜ ମନକୁ। ଚାହିଁଛନ୍ତି ବାତାୟନ ଦେଇ ବର୍ଷାଭିଜା ସର୍ପିଳ ରାସ୍ତାକୁ। ସ୍ମୃତିରେ ବତୁରି ଯାଉଛି…
ଖୋଲା
ଅଧ୍ୟାୟ ୩
କନ୍ୟା ରତ୍ନ
ଝିଅଟିଏ ଜନ୍ମ ହେଲେ କାହିଁକି ପରିବାରରେ ଦୁଃଖର ଛାଇ ଖେଳିଯାଏ? ପୁଅଟିଏ ଜନ୍ମ ହେଲେ ଆନନ୍ଦରେ ପରିବାର ଉଛୁଳିପଡ଼େ। ଏ କି ନିୟମ ସମାଜରେ? ଝିଅଟିଏ ଜନ୍ମହେଲେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼େ, ନାରୀଟିକୁ ପରିବାର ସ୍ୱାମୀ ପାଖରେ। ଏଥିପାଇଁ ଆଜି ଝିଅ ସଂଖ୍ୟା କମିଯାଇଛି ସମାଜରେ। ନଳିନୀଦେବୀ ଆଜି ଚିନ୍ତିତ, ନାତୁଣୀଟିଏ ହୋଇଛି ବୋଲି। ମନ ମାରି ବସି ଭାବୁଛନ୍ତି। କେତେ କଷ୍ଟ ହେବ ପୁଅକୁ ତା'ର ବିବାହ ପାଇଁ।…
ଖୋଲା
ଅଧ୍ୟାୟ ୪
ଝରା ଫଗୁଣ
ଫଗୁଣ କ’ଣ ଝରିଯାଏ କି? ଠିକ୍ ଝରା ଶେଫାଳି ପରି। ସବୁ ସ୍ୱପ୍ନ ହଜିଯାଏ କିଛି ମୁହୂର୍ତ୍ତରେ। ଫଗୁଣ ତ ଆସେ ରଙ୍ଗର ମେଲଣରେ ଋତୁରାଜ ସାଜି। ପୃଥିବୀକୁ ନବ ଯୌବନରେ ପରିପୂର୍ଣ୍ଣ କରି ରୂପ ମାଧୁର୍ଯ୍ୟରେ। କୋଇଲିର କୁହୁତାନରେ। ଆମ୍ବ ବଉଳର ମହମହ ବାସ୍ନାରେ। ମହୁଲ ଫୁଲର ମହୁଲି ନିଶାରେ। ହଳଦୀବସନ୍ତର ସୁନା ଡେଣାରେ ଆଉ ରଙ୍ଗରେ ମସଗୁଲ ହୋଇ କୃଷ୍ଣଚୁଡ଼ାର ନାଲି ରଙ୍ଗରେ ଫଗୁଣ ହସେ। ଏ ପୃଥିବୀ ଏକ ରଙ୍ଗ…
ଖୋଲା
ଅଧ୍ୟାୟ ୫
ଅଦିନ ମେଘ
ସେଦିନ ଠିକ୍ ଏମିତି ବର୍ଷା ତୁହାକୁ ତୁହା ବରଷୁଥିଲା। କଳାହାଣ୍ଡିଆ ମେଘଟା ଆକାଶକୁ ଘୋଡାଇ ଦେଇଥିଲା। ଦିନ ବି ଅନ୍ଧାରୁଆ ଲାଗୁଥିଲା ରାତି ପରି। ଥରି ଥରି ମିନୁ କବାଟ ଠକ୍ ଠକ୍ କଲା। ଘରେ ବିଜୁଳି ଆଲୁଅ କଟି ଯାଇଥିଲା। ଘରର ଘଣ୍ଟି ବାଜି ନଥିଲା। ଠକ୍ ଠକ୍ ଶବ୍ଦରେ ବାବୁ ଆସି କବାଟ ଖୋଲିଲେ। ମିନୁର ଓଦା ସରସର ଦେହ କୋହଲା ପବନରେ ଥରଥର। ମିନୁ ସୁନ୍ଦର ଚେହେରା। ତନୁପାତଳି ଲମ୍ବା କେଶ। ଭାରି…
ଖୋଲା
ଅଧ୍ୟାୟ ୬
ରକ୍ତ ଯଦି ଧୋକା ଦିଏ
ରକ୍ତ ଯଦି ଧୋକା ଦିଏ, ବିଶ୍ୱାସ କରିବ କାହାକୁ। ତୁମେ ପଡ଼ିଗଲେ ଯାହାକୁ କଷ୍ଟ ହୁଏ, ଦୌଡ଼ି ଆସି ହାତ ଧରିନିଏ। ପଡ଼ିବା ଜାଗାରୁ ଟାଣି ଧରେ। ତୁମ ଛାତିରେ ଯନ୍ତ୍ରଣା ହେଲେ ଯାହାର ଛାତି ଖଣ୍ଡ ଖଣ୍ଡ ହୋଇଯାଏ। ତୁମ ଆଖିର ଲୁହ ଦେଖିଲେ ଯା’ ଆଖିରୁ ଝରଝର ଲୁହ ବୋହିଯାଏ। ସେ ରକ୍ତ ସମ୍ପର୍କୀୟ। ଆଜିକାଲି ପ୍ରଥମ ଶତ୍ରୁ ରକ୍ତ ସଂପର୍କୀୟମାନେ। ଏଇ ସେଇ ପୁଣ୍ୟଭୂମି ଭାରତ, ଯେଉଁଠି ଭାଇ ପାଇଁ ଭାଇ ଚଉଦ ବର୍ଷ ସାଥିରେ…
ଖୋଲା
ଅଧ୍ୟାୟ ୭
ଡାକବାଲା
ଡାକବାଲା - ବାର୍ତ୍ତା ବାହକ। ପ୍ରତ୍ୟେକ ମଣିଷ ଦୂରେ ଥିବା ସମ୍ପର୍କର ବାର୍ତ୍ତା ପାଇଁ ଅପେକ୍ଷା କରେ ଗୋଟିଏ ଚିଠିକୁ। ଚିଠି ମନର ଭାଷା - ପ୍ରେମ, ପ୍ରଣୟ, ଦୁଃଖ, ଆପଦ, ସବୁ କିଛି ଏଇ ଇନଲାଣ୍ଡ, ଲଫାଫା ଓ ପୋଷ୍ଟ କାଡର୍୍ରେ ଲେଖା ରହେ। ସେଇ ଚିଠି ଆସେ ଡାକଘର ମାଧ୍ୟମରେ। ଡାକବାଲା ବା ପୋଷ୍ଟ ପିଅନ - ଗାଁ ଗାଁ ବୁଲି ବାର୍ତ୍ତା ବାଣ୍ଟେ। ସମସ୍ତଙ୍କ ମନରେ ଥାଏ ଅପେକ୍ଷା - ଡାକବାଲା ଆସିବ କେବେ? କେହି ପ୍ରେମିକା ଅପେକ୍ଷା କରେ,…
ଖୋଲା
ଅଧ୍ୟାୟ ୮
ଅଧ୍ୟାୟେ ଭାଗବତ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ... ପଦୁ ଝରୁଛି ମକରନ୍ଦ... ସେ ମକରନ୍ଦ ପାନ କରି... ଭବୁ ତରିଲେ ବ୍ରଜନାରୀ... ଆହାଃ ହରି ନାମରେ କି ରସ ଅଛି, ପାନ କଲାବାଲା ଏକା ଜାଣିଛି। ସତରେ ସେ ରସ ଅମୃତମୟ। ମିଠା ମିଠା ଭାରି ମିଠା। ମିଳେ ଆତ୍ମତୃପ୍ତି ପରମ ଶାନ୍ତି। ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା। ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲରେ ଯାଇ ସାଧନା କରୁଥିଲେ ମୁନିଋଷିମାନେ। ଦସୁ୍ୟ…
ଖୋଲା
ଅଧ୍ୟାୟ ୯
ଜୀଅନ୍ତା ଶବ
ସତରେ, ଯେଉଁ ବାପା ମା’ କଷ୍ଟ ସହି ସନ୍ତାନକୁ ମଣିଷ କରନ୍ତି, ସେ ବଡ଼ ହେଲେ କାହିଁକି ଯେ ଅମଣିଷ ହୋଇଯାଆନ୍ତି। ଜୀଅନ୍ତା ଶବ କରିଦିଅନ୍ତି ବାପା ମା’ଙ୍କୁ। ମା'ର ବାର୍ଦ୍ଧକ୍ୟ ବୋଝ ହୋଇ ଯାଉଛି ଦୀପକ ଆଉ ସୀମା ଉପରେ। ସବୁବେଳେ ଖଁ ଖାଁରେ କାନ ଫାଟି ପଡୁଛି। “ନେଇଯାଅ ବୁଢ଼ୀକୁ, ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସ। ନା ତ ମୁଁ ଘର ଛାଡ଼ି ମୋ’ ବାପଘରକୁ ଚାଲିଯିବି। ସନ୍ଧ୍ୟା ସମୟରେ ଚା’ ଟିକେ ପିଇପାରୁନି କି କୁଆଡ଼େ…
ଖୋଲା
ଅଧ୍ୟାୟ ୧୦
ସେଇ ଗାଁ
ନୀରବତାର ଯୋଗୀଟିଏ ପାଲଟିଛନ୍ତି ସୁବ୍ରତ ଦାସ! ଆଜି ବି ମନ ଟାଣି ହୋଇଯାଏ ସେଇ ଗାଁକୁ, ଯେଉଁଠି ଅଛି ସବୁ ନିଜରପଣିଆ ଆତ୍ମୀୟ ଭାବ। ନଥାଉ ପଛେ ଭୂଗୋଳରେ ତାର ନାଁ, ତଥାପି ଭାରି ସୁନ୍ଦର ତାଙ୍କ ଗାଁ। ଅଙ୍କାବଙ୍କା ସର୍ପିଳ ରାସ୍ତା। ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ। ଦୁଇ ପଟେ ସବୁଜ ବନାନୀ ଘେରା ଗାଁ। ଅନତି ଦୂରରେ ଧ୍ୟାନମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼ ଦଣ୍ଡାୟମାନ ତଳେ ଝାଟିମାଟି ସୁବ୍ରତଙ୍କ ଗାଁ। ସେଠି ଫଗୁଣ…
ଖୋଲା
ଅଧ୍ୟାୟ ୧୧
ସହରୀ ବାବୁ
ସହରୀ ବାବୁ! ନା ନା ମୋ’ ଝିଅକୁ ମୁଁ ସେଠି ବିବାହ ଦେବିନି। ସେ ଆଜି ଆମ ପଡ଼ାକୁ ଆସିଛି ଡାକତର ହୋଇ। କାଲି ସହରକୁ ଫେରିଯିବ। ଜାଣିଛ ତୁମେମାନେ...! ଭାରି ଚତୁର ଏଇ ସହରୀ ବାବୁମାନେ। ସଜ ଫୁଲ ବଗିଚାକୁ ଆସି ବାଛି ବାଛି ଛିଣ୍ଡାଇ ନିଅନ୍ତି। ତାଙ୍କ ମନ ବୁଝିଗଲେ ଦଳିମକଚି ଫିଙ୍ଗି ଦିଅନ୍ତି। ଆମ ସୁନ୍ଦର ଝିଅ ବୋହୂ ଉପରେ ସେମାନଙ୍କର ଭାରି ଆଖି। ତାଙ୍କ ଆଖିରୁ ଲୁଚି ରହ ପରୀ। ଝିଅ ପରୀକୁ ତାଗିଦ୍…
ଖୋଲା
ଅଧ୍ୟାୟ ୧୨
ଯାଜ୍ଞସେନୀର ଯାଚନା
କପଟପଶାର ପରାଭବ ତୁମେ ଭୋଗିବ ଦୁର୍ଯେ୍ୟାଧନ! ଏକ ବସ୍ତ୍ରାବୃତା ନାରୀକୁ ସଭାସ୍ଥଳରେ ଉଲଗ୍ନ କରିବାର ଅପଚେଷ୍ଟା ଜାଳିପୋଡ଼ି ଛାରଖାର କରିଦେବ ଏଇ କୁରୁବଂଶକୁ। ନାରୀ ଆଖିର ନିଆଁରେ ତୁମେ ଜଳିପୋଡ଼ି ଭଷ୍ମ ହୋଇଯିବ ଦୁର୍ଯେ୍ୟାଧନ...! ଏତେ କାକୁତି ମିନତି ହେବା ପରେ ବି ତୁମେ ନେଇଛ ଦୁଃସାହସିକ ପଦକ୍ଷେପ। ମୁଁ ଯାଜ୍ଞସେନୀ ଯଜ୍ଞକୁ ଉତ୍ପତ୍ତି। ଜନ୍ମରୁ ମୁଁ ଭୋଗୁଛି ନିର୍ଯାତନା। ପିପାସା ରହିଗଲା ମନେ କର୍ଣ୍ଣକୁ ସୂତପୁତ୍ର କହି କରାଗଲା…
ଖୋଲା
ଅଧ୍ୟାୟ ୧୩
ଆତ୍ମାର ବିଳାପ
ଏକୁଟିଆ ଘରେ ବସି ବସି ମନଟା ବିରକ୍ତ ହୋଇଯାଏ। ସୁନିତା ଦେବୀ ପଦାକୁ ଟିକେ ବାହାରି ଆସିଲେ ଚାରିକାନ୍ଥର ସେ ଉଆସରୁ। ଶଙ୍ଖ ମଲମଲ ଘର ଚିକ୍କଣ ଚଟାଣ। ଶୀତତାପ ନିୟନ୍ତ୍ରିତ ଘର। ଏ ଘର କାହିଁକି କଷ୍ଟ ଦିଏ ସୁନୀତା ଦେବୀଙ୍କୁ। ବାହାର ଗଛପତ୍ର, ଶୂନ୍ୟ ଆକାଶ, ରଙ୍ଗ ବେରଙ୍ଗର ଫୁଲ, ପକ୍ଷୀଙ୍କ କିଚିରିମିଚିର ଶବ୍ଦ ତାଙ୍କୁ ଭଲ ଲାଗେ। ଶାନ୍ତି ଲାଗେ ମନକୁ। କିନ୍ତୁ କାହିଁକି ଭଲ ଲାଗେନା ଏ ଚାକଚକ୍ୟ ଘରଟା। କାହିଁକି…
ଖୋଲା
ଅଧ୍ୟାୟ ୧୪
କ୍ୱାର୍ଟର ଲାଇଫ୍
ସୁନୀତା ଦେବୀ! ଗୃହିଣୀଟିଏ। ଲେଖୁ ଲେଖୁ କେତେ ବେଳେ ହେଲେ କବି ପୁଣି କବିରୁ ଗାଳ୍ପିକା ହୋଇଗଲେ। ସମୟ ନିଅଣ୍ଟିଆ ଧରେ ତାଙ୍କୁ। ଘର ସଂସାରର ଜଞ୍ଜାଳ ଭିତରେ ନିମଗ୍ନ ସିଏ ସବୁବେଳେ। ଗୃହିଣୀ ଜୀବନରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି। ସବୁବେଳେ ସେଇ ରୁଟିନ୍ ବନ୍ଧା ଜୀବନ। ଜୀବନଚର୍ଯ୍ୟା ପ୍ରାୟତଃ ଏକପ୍ରକାର। ଘରଟି ତାଙ୍କ ପାଇଁ ସତେ ସ୍ୱର୍ଗ। ସେଇଠି ତାଙ୍କ ପ୍ରେମର ମନ୍ଦିର। ଟିକି ଦୁନିଆ। ଭାରି ଖୁସିରେ କାଟି ଦିଅନ୍ତି ଜୀବନ।…
ଖୋଲା
ଅଧ୍ୟାୟ ୧୫
ଚୁଲି ମୁଣ୍ଡ
ହଜି ଗଲାଣି ପରମ୍ପରା। କାହିଁ ସେ ଚୁଲି? ତିନୋଟି ଝିଙ୍କାରେ ମାଟିହାଣ୍ଡି ବସାଇ ଖୋଳା ଯାଇଥାଏ ଚୁଲି। ଯେଉଁଥିରେ ହୁଏ ରୋଷେଇ। ଏବେ ଅତ୍ୟାଧୁନିକ ସରଞ୍ଜାମ, ଗ୍ୟାସ ଇଣ୍ଡକ୍ସନ, ମାଇକ୍ରୋଓଭେନ୍, ହିଟର ଇତ୍ୟାଦି। ସେତେବେଳେ ଏ ସବୁ ନଥିଲା। ତଥାପି ଚୁଲିରେ ସବୁ ରୋଷେଇ ସ୍ତ୍ରୀଲୋକମାନେ ବସି କରୁଥିଲେ। ଧାନ ଉଁସାଉ ଥିଲେ। ଖଇ ଭାଜୁଥିଲେ। ପିଠାପଣା ସବୁ କିଛି ରୋଷେଇ କରୁଥିଲେ। ଏବେ ହଜିଗଲାଣି ମା'ର ପଣତକାନି। ଏବେ…
ଖୋଲା
ଅଧ୍ୟାୟ ୧୬
ରୁମାଲ
ଖଣ୍ଡେ ରୁମାଲରେ କ’ଣ ଗଣ୍ଠିଲି କରିହୁଏ ସବୁ ଭଲପାଇବାକୁ...? ସେ କ’ଣ ପୋଛିପାରେ ଆଖିର ସବୁ ଲୁଚା ଲୁହକୁ? ହୃଦୟର ବେଦନାକୁ କ’ଣ ଘୋଡ଼ାଇପାରିବ ଏଇ ରୁମାଲ ଖଣ୍ଡିକ? ଥରଥର ଦେହରେ କ’ଣ ଉଷୁମ ଭରି ପାରିବ ଏଇ ରୁମାଲ? ପ୍ରେମର ପରିଭାଷା କ’ଣ ଲୁଚିଥାଏ ଖଣ୍ଡେ କପଡ଼ାରେ? ତଥାପି ସେଇ ଚାଖଣ୍ଡେ କପଡ଼ା ପାଇଁ ଏତେ ବ୍ୟାକୁଳତା କାହିଁକି ତନ୍ମୟର...? ଭୁଲି ପାରୁନି ସୀମା। ଏତେ ଭଲ ପାଇବା କ’ଣ…
ଖୋଲା
ଅଧ୍ୟାୟ ୧୭
ଦରିଆ ସେପାରି ବୋହୂ
ଇତିମଧ୍ୟରେ ଭାବୁକଟିଏ ପାଲଟି ଯାଇଛନ୍ତି ସୀମାଦେବୀ। ଚୁପ୍ଚାପ୍ ବସିଛନ୍ତି ସୋଫା ଉପରେ। ଖାନଦାନର ପୋଷାକ ତଳେ ନିରୀହ ପ୍ରାଣଟି ଛଟପଟ ହେଉଛି। ନିର୍ଲିପ୍ତ ନୟନରେ ଚାହିଁଛନ୍ତି ଶୂନ୍ୟତାକୁ, ଭାବୁଛନ୍ତି କେତେ କ'ଣ ନିଜ ବିଷୟରେ...? ଭାବନାର ଅଥଳ ସାଗରରେ ସେ ବୁଡ଼ି ଯାଇଛନ୍ତି। ଫେରିଯାଇଛନ୍ତି ବାଉନରୁ ପଚିଶ ବର୍ଷକୁ। ନୂଆ ନୂଆ ବିଭାଘର, ସ୍ୱାମୀ ଶେଖରଙ୍କ ସହ କେତେ ଜୀବନକୁ ଉପଭୋଗ କରିଛନ୍ତି। ସମୁଦ୍ର ତଟରେ କେତେ…
ଖୋଲା
ଅଧ୍ୟାୟ ୧୮
ଦରିଆ ସେପାରି ବୋହୂ-୨
ମିନତିଦେବୀ ଆଭିଜାତ୍ୟର ଗହଣା ପିନ୍ଧି ବାଟ ଚାଲୁଥିବା ଭାରି ଓଜନିଆ ମଣିଷ। ପରମ୍ପରାକୁ ଜାବୁଡ଼ି ଧରିଥିବା ଖାଣ୍ଟି ଓଡ଼ିଆଣି। ପଦେ କଥାରେ ନଇଁଯିବା ମଣିଷ ନୁହଁନ୍ତି। ସହିବା ବୋଧେ ଶିଖିନାହାନ୍ତି ଜୀବନରେ। ସେ ତ କହି ଚାଲନ୍ତି ସହିବେ କେମିତି...? ଅଭ୍ୟାସ ହେଉନି ଯେତେ କଲେ ବି। ଶୂନ୍ୟତା ଭିତରେ ପୂର୍ଣ୍ଣତା କାହିଁ ଯେ...? ରାତିରେ ନୀରବ କୋଠରିରେ ଶୋଇ ଶୋଇ ଭାବି ଚାଲିଛନ୍ତି କେତେ କେତେ କଥା। ସମୟ ଆଜି କେଉଁଠି ଛିଡ଼ା…
ଖୋଲା
ଅଧ୍ୟାୟ ୧୯
ଦରିଆ ସେପାରି ବୋହୂ-୩
ଦରିଆ ସେପାରିରେ ପହଞ୍ଚି ପାରେନା ଏପାରିର ଶଙ୍ଖଧ୍ୱନି ମନ୍ତ୍ର ଉଚ୍ଚାରଣ। ତଥାପି ହୃଦୟ ଥାଏ ପ୍ରତିଟି ମଣିଷ ଭିତରେ। ଆମେ ଯେମିତି ଦେଖିବା ସେମିତି ଦେଖାଯିବ ଦୁନିଆ। ଦେଖାଯିବ ପ୍ରତିଟି ମଣିଷ। ସତରେ ଯଦି ଆଖି ଖୋଲି ଭଲରେ ଦେଖିବ ସମସ୍ତେ ଭଲ ଲାଗିବେ। ସବୁକୁ ଆଦରିନେଲେ ଭଲରେ ସମୟ କଟିଯାଏ। ଏମିତି ଚାଲିଥାଏ ଜୀବନ। କେବେ ହସ କେବେ ଲୁହ। ତାହା ହିଁ ତ ଜୀବନ। ଜୀବନ ଦୂରରୁ ହିଁ ସୁନ୍ଦର। ଦେଖୁନ ଦୂର…
ଖୋଲା
ଅଧ୍ୟାୟ ୨୦
ଚିଠିଟିଏ
ଦରିଆ ସେପାରି ବୋହୂର ହାତଲେଖା ଚିଠିଟିଏ। ମିନତି ଦେବୀ ଦେଖୁଛନ୍ତି ହାତଲେଖା ଚିଠିଟିକୁ ବାରମ୍ବାର ଓଲଟାଇ। ଭାବୁଛନ୍ତି ଅନେକ କିଛି । ହଠାତ୍ ଝଡ଼ ପରେ ନୀରବତା ପରି ଚିଠିଟି ଭରି ଦେଇଛି ଆନ୍ତରିକତା। ନୂଆ ନୂଆ ବିବାହ କରି ଯାଇଛି ବୋହୂ ସେଠି କେମିତି ଚଳୁଛି ଜାଣିବା ପାଇଁ ମିନତି ଦେବୀ ସ୍ୱାମୀଙ୍କ ସହ ପୁଅ ପାଖକୁ ବୁଲି ଯାଇଛନ୍ତି। ହସ ଖୁସିରେ ବହୁତ ସମୟ କଟିଯାଉଛି ଏଣେ ତେଣେ ବୁଲାବୁଲି କରି। ସେଦିନ ହଠାତ୍…
ଖୋଲା
ଅଧ୍ୟାୟ ୨୧
ଭୋକିଲା ପେଟ
ଦେଖିଛ... ଭୋକିଲା ପେଟକୁ? ତା'ର ବିକଳ ଚାହାଣିକୁ? ଭୋକରେ ଆଉଟୁ ପାଉଟୁ ପିଲାକୁ? ଭୋକିଲା ପେଟ। ସେ କ’ଣ ବୁଝିବ ଖାଦ୍ୟର ଭଲ ମନ୍ଦ। ମୁଠାଏ ମିଳିଗଲେ ତା'ର ଆତ୍ମତୃପ୍ତି। ଯିଏ ଗରିବିର କଷାଘାତରେ ଜର୍ଜରିତ। ଯନ୍ତ୍ରଣାରେ ତା'ର ପେଟ ଛଟପଟ। ହା ଅନ୍ନ ହା ଅନ୍ନର ଚିକôାର କରୁଥାଏ ତା'ର ପ୍ରାଣ। ସେ କାହିଁକି ଖୋଜିବ ପଲାଉ ମାଂସ, ଯିଏ ଜାଣିନି ଦିନେ ତା'ର ସ୍ୱାଦ। ଯାଅ ଦେଖ ଫୁଟପାଥକୁ, ଟ୍ରେନ ଲାଇନ…
ଖୋଲା
ଅଧ୍ୟାୟ ୨୨
ଅଦିନ ଅତିଥି
ଅମାବାସ୍ୟାର ଗହୀର ନିଶା। ନିରବତା କେବଳ କଣ୍ଟକ। ହଠାତ୍ ନିଶିଥୀର ସୁନାପାହାଡ଼କୁ ଚିରି ଠକ୍-ଠକ୍ ଶବ୍ଦ ଶୁଣି ସୀମାର ନିଦ ଭାଙ୍ଗିଗଲା। ଅନ୍ଧାରଟି ବହୁତ ଘନ। ଘରଟି ଏକୁଟିଆ। ଆକାଶ ଭରି ଅମାବାସ୍ୟା। ସୀମାର ହୃଦୟ ଧକ୍ଧକ୍ କରୁଥିଲା। “ଏତେ ରାତିରେ କିଏ ଦୁଆରେ?” ସୀମା ସୁନ୍ଦରୀ, ଶିକ୍ଷିତା ଏବଂ ସରଳ ନୂଆ ପୋଷ୍ଟମାଷ୍ଟର। ଦୂର ଗାଁର ଏକ ଭଡ଼ାଘରେ ଏକା ରହୁଛି। ରାତିରେ ଏମିତି ଅଜଣା ଠକ୍ଠକ୍ ଶବ୍ଦରେ ଡର…
ଖୋଲା
ଅଧ୍ୟାୟ ୨୩
ଅଭିଶପ୍ତ ଜୀବନ
ନୁହେଁ କି? ସବୁ ଥାଇ ଯଦି ଶାନ୍ତି ନାହିଁ ସେ ଜୀବନ ଅଭିଶପ୍ତ। ମଞ୍ଜୁଳା ଦେବୀ ଯୌଥ ପରିବାରର ଝିଅ ଆଉ ବୋହୂ ମଧ୍ୟ। ସୁଖ ବେଶି ଦୁଃଖ କମ୍ରେ ଗଢ଼ା କଣ୍ଢେଇଟିଏ ସିଏ। ସତେ ସୋକେଶ୍ରେ ମଜା ହେବା ପାଇଁ ଜନ୍ମ। ବାପା ଘରକୁ ଶାଶୁଘର ଯାଏଁ ବହୁତ ଭଲରେ ରଖନ୍ତି ସମସ୍ତେ। ହେଲେ କାହିଁକି କେଜାଣି ସୁନାର ପଞ୍ଜୁରୀ ରୁପାର ଥାଳିଆ ଆଉ ରୁପା ଚାମଚର ଖାଦ୍ୟ ତାଙ୍କୁ ଶାନ୍ତି ଦିଏନା। ସେ ଚାହାନ୍ତି ଖୋଲା ଆକାଶର ବିହଙ୍ଗ ପରି ଡେଣା ଝାଡ଼ି…
ଖୋଲା
ଅଧ୍ୟାୟ ୨୪
ଫାଳେ ଜହ୍ନ
ସ୍ୱାମୀ ବି ସିଫ୍ଟ ସାରି ଘରକୁ ଫେରିଲେ। ଗେଟ୍ର ଶବ୍ଦ ଶୁଣି କନକ ଉଠିପଡ଼ିଲା ବିଛଣାରୁ। ସେ ଗାଉଁଲି ଝିଅଟିଏ। ବୋହୂ ହୋଇ ଆସିଛି ସହରକୁ ସ୍ୱାମୀଙ୍କ ସହିତ। ଉଚ୍ଚଶିକ୍ଷିତା, ହେଲେ ପରମ୍ପରା ସଂସ୍କାରକୁ ଜାବୁଡ଼ି ଧରିଥିବା ନାରୀଟିଏ। ସ୍ୱାମୀ ନ ଖାଇଲେ ସେ ଖାଏନାହିଁ। ତେଣୁ ଉପାସରେ ଅପେକ୍ଷା ପତିଙ୍କୁ। ପତିଙ୍କ ଆସିବା ଶବ୍ଦରେ ଚାଲିଗଲା ଦୁଆରମୁହଁକୁ। ହଠାତ୍ ଦେଖାଗଲା ଆକାଶର ସେଇ ଫାଳିକିଆ ଜହ୍ନ। ସତେ କଣେଇ ଚାହିଁଛି ତାକୁ ଦେଖି।…
ଖୋଲା
ଅଧ୍ୟାୟ ୨୫
ମାୟା ମରୀଚିକା
ସମୟ ଏକ ଅଦୃଶ୍ୟ ନଦୀ। ସେ ନଦୀରେ ଝରୁଥିବା ପତ୍ର ପରି ସରିତାଙ୍କ ଜୀବନ ବହୁଦିନ ଧରି ଭାସିଯାଉଥିଲା। କେବେ ଖେଳିଖେଳି, କେବେ ଡୁବିଡୁବି, କେବେ ଲୁହରେ ଲୁଣିଆ, କେବେ ହସରେ ଭିଜା। ସରିତା ଯେବେ ଯୁବତୀ ଥିଲେ, ସେ ଥିଲେ ଗାଁର ସବୁଠୁ ଖୁସିଆଳି ଝିଅ। ହସରେ ତାଙ୍କ ମୁହଁ ଜଗମଗ କରୁଥିଲା। ପିଲାଦିନର ସାଥୀ ସରୋଜଙ୍କ ସହିତ ତାଙ୍କ ପ୍ରେମ ସମସ୍ତଙ୍କୁ ମୋହିତ କରୁଥିଲା। ଦେଉଳ ଘଣ୍ଟି ଟିପି ଦେଇ, ଦୁହେଁ ମନେ ମନେ…
ଖୋଲା
ଅଧ୍ୟାୟ ୨୬
ସ୍ୱପ୍ନ ସେପାଖେ ସିଏ
କେହି ଜଣେ ସବୁବେଳେ ଥାଏ ଆଖି ଆଇନାରେ। ହୃଦୟ କାନ୍ଥରେ ଥାଏ ତା'ର ପ୍ରତିଛବି। ଆଖି ବେଳେବେଳେ ଅମାନିଆ ହୋଇ ଖୋଜେ ତାକୁ। ମନ ଲୁଚି ଲୁଚି ପଡ଼େ ମନର ଡାଏରୀ ପୃଷ୍ଠାକୁ। ସେ କିଏ ଯେ! ସେ ପରା ପ୍ରେମ ଭାରି କଷ୍ଟ ଦିଏ ସ୍ମୃତି ସାଥେ ଆସି ମନ ଅଗଣାକୁ। ସୁନିତା ମନେ ମନେ କ’ଣ ଏଣୁତେଣୁ ଭାବୁଛନ୍ତି ଏତିକି ବେଳେ ଆସିଲା ତାଙ୍କର ଅନ୍ତରଙ୍ଗ ସାଙ୍ଗ ସ୍ମିତା। ପଚାରିଲା, “କ’ଣ କରୁଛ ତୁମେ!” ସୁନିତା କହିଲା, “ନା…
ଖୋଲା
ଅଧ୍ୟାୟ ୨୭
କର୍ମ ଫଳ
ଯଥା କର୍ମ ତଥା ଫଳ ନିଶ୍ଚିତ। ସତରେ କ’ଣ ମଣିଷ କର୍ମ ଫଳ ଭୋଗେ। କାହିଁ କିଛି ତ କର୍ମ ଖରାପ କରିନାହାନ୍ତି ରାଧାନାଥ ତଥାପି କାହିଁକି ସେ କଷ୍ଟ ପାଉଛନ୍ତି। ସେ ତ ସବୁବେଳେ ପର ଉପକାର କରନ୍ତି। ଯଥା ସମ୍ଭବ ସାହାଯ୍ୟ କରନ୍ତି। ଲୋକଙ୍କୁ ଅତିଥି ସେବା କରନ୍ତି। ପଶୁପକ୍ଷୀଙ୍କୁ ଦାନା ଦିଅନ୍ତି। ରକ୍ତଦାନ କରନ୍ତି। ପୂଜା ପର୍ବ କରନ୍ତି ଧର୍ମ କରନ୍ତି ଇତ୍ୟାଦି ଇତ୍ୟାଦି। ହେଲେ କାହିଁକି ସେ ଏତେ କଷ୍ଟ ପାଉଛନ୍ତି। ତାଙ୍କ ପୁଅଟିକୁ…
ଖୋଲା
ଅଧ୍ୟାୟ ୨୮
ମଶାଣିର ଅଟ୍ଟହାସ୍ୟ
ଅଧରାତିର ନିସ୍ତବ୍ଧତାରେ ଶୁଭେ ଏଠି ଠୋ ଠୋ କାହାର ହସ। ପୁଣି ଭୋ ଭୋ କାନ୍ଦ କ’ଣ ପାଇଁ? ଏଠି କିଏ ହସେ ବିଦ୍ରୁପ କରି ପୁଣି କାନ୍ଦେ ଦୁଃଖରେ ମ୍ରିୟମାଣ ହୋଇ। ଏ ସମୟ ଏ କାଳ ଏ ଶ୍ମଶାନ, ସେ ହସେ ପୁଣି କାନ୍ଦେ। ଏଠି କିଏ ହଜିଯାଏ ସବୁଦିନ ଆଉ କିଏ ହଜି ବି ରହିଯାଏ କଫିନ୍ ତଳେ? ପାଏ ନାହିଁ ମୋକ୍ଷ ଅତୃପ୍ତ ଆତ୍ମାଟିଏ। କେଉଁ କାଳରୁ ସେଠି କେତେ କେତେ ଶବ ଦାହ ହୁଏ। ଶ୍ମଶାନର ଶାନ୍ତି କେଉଁଠି ନାହିଁ। ସେଇଠିକୁ…
ଖୋଲା
ଅଧ୍ୟାୟ ୨୯
ଫୁଟ୍ପାଥ୍ର ସ୍ୱପ୍ନ
ସ୍ୱପ୍ନ ଆସେ ସବୁରି ଆଖିରେ ନିଦ ଆସିଗଲା ପରେ। ନେଇଯାଏ ଭିନ୍ନ ଏକ ଇଲାକାକୁ, ସବୁ ମଣିଷମାନଙ୍କୁ। ସ୍ୱପ୍ନ ପରା ଅବଚେତନ ମନର ଏକ ମହୁଆ ଅନୁଭବ। ଗରିବଟିଏ ଶୋଇଥାଏ ଉପାସ ପେଟରେ, ତଥାପି ତା' ଆଖିରେ ନିଦ ସହ ସ୍ୱପ୍ନ ଆସେ। କେତେ ନହେବା କଥା ସେ ଦେଖେ। ସ୍ୱପ୍ନ ଆସେ ଦାର୍ଜିଲିଙ୍ଗର ଗେଷ୍ଟ ହାଉସ ଭିତରେ। ଦୁବାଇ ପ୍ରାସାଦର ତୁଳୀତଳପ ଗଦି ଉପରେ। ସ୍ୱପ୍ନ ବି ଆସେ ରେଲୱେ କଡ଼ରେ ଶୋଇଥିବା ଭିକାରୀ ଆଖିରେ…
ଖୋଲା
ଅଧ୍ୟାୟ ୩୦
ଶେଷକଥା
ମୁଠାଏ ସ୍ୱପ୍ନ ଆସେ ସବୁ ମଣିଷ ଆଖିରେ। ସ୍ୱପ୍ନ ହେଉ ବାସ୍ତବ ବା ଅବାସ୍ତବ। ମଣିଷ ସ୍ୱପ୍ନକୁ ନେଇ ତ ବଞ୍ଚେ। ସ୍ୱପ୍ନ ଅଛି ତ ଜୀବନ ଅଛି। ନହେଉ ସତ ତଥାପି ଦିଏ ବଞ୍ଚିବାର ରାହା। ସୁନେଲି ସ୍ୱପ୍ନ ବୁଣେ ଆଖିରେ ହଜାର ଆଶା ଆକାଂକ୍ଷା। ଭରସାରେ ତ ମଣିଷ ବାଟ
ଖୋଲା
ଅଧ୍ୟାୟ ୩୧
ଅନ୍ୟାନ୍ୟ ସୃଜନ କୃତୀ
୧. ସିଏ ମୋ’ ଜଗନ୍ନାଥ (ଭଜନ) ପ୍ରକାଶକ: ଡି.ଡି. ପ୍ରକାଶନୀ, କଟକ ୨. ନାରୀ ଓ ସମ୍ପର୍କ
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍