ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମୁଠାଏ ସ୍ୱପ୍ନ ଆସେ ସବୁ ମଣିଷ ଆଖିରେ। ସ୍ୱପ୍ନ ହେଉ ବାସ୍ତବ ବା
ଅବାସ୍ତବ। ମଣିଷ ସ୍ୱପ୍ନକୁ ନେଇ ତ ବଞ୍ଚେ। ସ୍ୱପ୍ନ ଅଛି ତ ଜୀବନ
ଅଛି। ନହେଉ ସତ ତଥାପି ଦିଏ ବଞ୍ଚିବାର ରାହା। ସୁନେଲି ସ୍ୱପ୍ନ
ବୁଣେ ଆଖିରେ ହଜାର ଆଶା ଆକାଂକ୍ଷା। ଭରସାରେ ତ ମଣିଷ ବାଟ
ଚାଲେ ବଞ୍ଚିବାର ରାହା ପାଏ। ସ୍ୱପ୍ନ ନାହିଁ ତ ଜୀବନ ନାହିଁ। ଜୀବନ
ଅଛି ମାନେ କିଛି ସ୍ୱପ୍ନ ବି ଅଛି। ସେମିତି କିଛି ସ୍ୱପ୍ନରେ ବିଭୋର ଏଠି
ଗଳ୍ପର ପ୍ରତ୍ୟେକ ଚରିତ୍ରମାନେ। କାହାର ସ୍ୱପ୍ନ ତ କାହାର ଭାଙ୍ଗି ଯାଇଛି।
ତଥାପି ଚେତନ ବା ଅବଚେତନ ମନରେ ଆଖିରେ ଆଖିଏ ସ୍ୱପ୍ନ
ଲହଡ଼ି ଭାଙ୍ଗିଛି। ଆସନ୍ତୁ ଆମେ ସଭିଏଁ ସ୍ୱପ୍ନକୁ ନେଇ ବଞ୍ଚିବା କିଛି
ଦିନ। ସତ ମିଛରେ ଛାଇ ଆଲୁଅ ଖେଳ ଭିତରେ କଟାଇଦେବା
ବାକି ଜୀବନ। ଆଶା କରୁଛି ସ୍ୱପ୍ନ ବିଭୋର କରୁ ସ୍ୱପ୍ନ ଜୀବନକୁ
ରଙ୍ଗିନ କରୁ ଆଶାର ତାଜମହଲ ଗଢ଼ିଦେଉ ଭଗ୍ନ ମନ କୋଣାର୍କରେ।
ମୁଠାଏ ସ୍ୱପ୍ନରେ ମଣିଷ ବଞ୍ଚିଯାଉ...ଏହା ହିଁ ବିଭୂ ପାଦେ ଅଳି।
ମୁଠାଏ ସ୍ୱପ୍ନ ୧୦୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ