ଅଧ୍ୟାୟ ୨୯ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ସ୍ୱପ୍ନ ଆସେ ସବୁରି ଆଖିରେ ନିଦ ଆସିଗଲା ପରେ। ନେଇଯାଏ ଭିନ୍ନ ଏକ ଇଲାକାକୁ,
ସବୁ ମଣିଷମାନଙ୍କୁ। ସ୍ୱପ୍ନ ପରା ଅବଚେତନ ମନର ଏକ ମହୁଆ ଅନୁଭବ। ଗରିବଟିଏ
ଶୋଇଥାଏ ଉପାସ ପେଟରେ, ତଥାପି ତା' ଆଖିରେ ନିଦ ସହ ସ୍ୱପ୍ନ ଆସେ।
କେତେ ନହେବା କଥା ସେ ଦେଖେ। ସ୍ୱପ୍ନ ଆସେ ଦାର୍ଜିଲିଙ୍ଗର ଗେଷ୍ଟ ହାଉସ
ଭିତରେ। ଦୁବାଇ ପ୍ରାସାଦର ତୁଳୀତଳପ ଗଦି ଉପରେ। ସ୍ୱପ୍ନ ବି ଆସେ ରେଲୱେ
କଡ଼ରେ ଶୋଇଥିବା ଭିକାରୀ ଆଖିରେ ଫୁଟଫାଥ୍ରେ ଥୁରୁଥୁରୁ ଶୀତରେ, ପାହାନ୍ତି
ସକାଳ କୋଳରେ।
ସ୍ୱପ୍ନ ବି ଆସିଛି ହରି ଆଖିରେ, ଶୋଇଛି ଫୁଟପାଥ୍ରେ। ଦେଖୁଛି ସ୍ୱପ୍ନ, ଶୋଇଛି
ସେ ପ୍ରାସାଦରେ। ଖାଉଛି ସୁସ୍ୱାଦୁ ବ୍ୟଞ୍ଜନ। ହୋଇଛି ବହୁତ ବଡ଼ଲୋକ। ଅଡି
କାରରେ ବୁଲୁଛି ସହର ସହର, ପିଲାଛୁଆ ସବୁ ଉଚ୍ଚଶିକ୍ଷିତ। ସଭିଏଁ ବଡ଼ ବଡ଼
ଚାକିରି କରିଛନ୍ତି। ହେଲେ ସେଇଠି ହରିର ସ୍ତ୍ରୀ ଦେଖୁଛି କତରାରେ ଶୋଇ ସ୍ୱପ୍ନ।
ରାତି ପାହିଲେ ଦୁଇଟା ଛୋଟ ଛୁଆ ଖାଇବେ କ'ଣ। ଥରି ଯାଉଛନ୍ତି ପିଲାମାନେ।
ଶୀତବସ୍ତ୍ର ଖଣ୍ଡେ ନାହିଁ। କିଏ ଦିଅନ୍ତା କି? ତା’ର ଧର୍ମ ହୁଅନ୍ତା। ରୁଟି ଖଣ୍ଡେ ମିଳିଲେ
ଛୋଟଛୁଆ ସକାଳୁ ଭୋକରୁ ରକ୍ଷା ପାଆନ୍ତା। କ'ଣ କରିବ ପାଇଟି ମିଳୁନି କେଉଁଠି।
ମୁଠାଏ ଅନ୍ନ ଯୋଗାଡ଼ କରନ୍ତା। ବଡ଼ ଲୋକ ଆଖିରେ ପଇସାର ସ୍ୱପ୍ନ। ହରି ସ୍ତ୍ରୀ ପରି
ମୁଠାଏ ସ୍ୱପ୍ନ ୧୦୧
ଆଖିରେ ଖାଇବାକୁ ମୁଠାଏ ଅନ୍ନର ସ୍ୱପ୍ନ। ଏଠି ସ୍ୱପ୍ନ ଭିନ୍ନ ଭିନ୍ନ। ଫୁଟଫାଥ୍ ସ୍ୱପ୍ନ
ସବୁଠୁ ନିଆରା। ଏଠି ଭୋକ ମେଣ୍ଟିବାର ସ୍ୱପ୍ନ, ଏଠି ଦେହ ଲୁଚିବାର ସ୍ୱପ୍ନ। ଏଠି
ଶୀତ, ଖରା, ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ଝୁମ୍ପୁଡ଼ିର ସ୍ୱପ୍ନ।
ଆଖି ବୁଜି ଜାକିଜୁକି ହୋଇ ଶୋଇ ପଡିଲେ ଆସେ ଆଗାମୀ ଦିନର ସ୍ୱପ୍ନ। ସେ
ସ୍ୱପ୍ନ ହଜାଇଦିଏ ନିଦ। ଛୁଆ ଦୁଇଟି ନିଦ ଟଳମଳ ଆଖିରେ ଗୋଟି ଡବା ଧରି
ଫୁଟପାଥ୍ ପାଖରେ ମାଗୁଛନ୍ତି ପଇସା। ପେଟକୁ ସକାଳୁ କ'ଣ ଦି'ଟା ଖାଇବା ପାଇଁ।
ତାଙ୍କର ସ୍ୱପ୍ନ ନାହିଁ ସ୍କୁଲ ଯିବୁ, ପାଠ ପଢ଼ିବୁ, ଭଲ ମଣିଷ ହେବୁ, ଏସବୁ କଥା
ମୁଣ୍ଡରେ ନାହିଁ। ଖାଲି ଖାଇବାର ସ୍ୱପ୍ନ, ପେଟର ଡହଳବିକଳ ସହି ନ ପାରି ମାଗୁଛନ୍ତି।
ଯଦି କିଛି ମିଳିଗଲା ତାହା ହେଲେ ସ୍ୱପ୍ନ ସତ ହେବ। ସେ ଖାଇବେ ପେଟ ପୂରାଇ।
ଏଠି ଫୁଟଫାଥ୍ର ସ୍ୱପ୍ନ ନିଆରା। ଏଠି ପେଟକୁ ଦାନା ମୁଠାଏ ଖାଦ୍ୟ ମୁଠାଏ।
କାହାର ପାଲଟନ୍ ଖଣ୍ଡେ ମିଳିଲେ ସବୁ ସୁଖ ମିଳିଯାଏ। ହରିର ସ୍ତ୍ରୀ ଲୁଚାଇପାରୁନି
ଯୌବନକୁ ଛିଣ୍ଡା ବ୍ଲାଉଜ ଆଉ ଶାଢ଼ି ତଳେ। କେତେ ଆଖି ଯେ ଲାଗିଯାଉଛି ସେଠି
ସେ ହିଁ ଜାଣେ। ହରି ବି ନିରୁପାୟ, କ’ଣ କରିବ ସିଏ? ଫୁଟଫାଥ୍ ଘର ହେଲେ
ଏଠି ତ ସବୁ ଆସିବେ। ଚାହିଁବେ ହେଲେ ଦୁଃଖ ବୁଝିବେନି। ଇଚ୍ଛା ହେଲେ ପାଞ୍ଚ
ଟଙ୍କା ପକାଇ ଦେଇ ଚାଲିଯିବେ ଇସାରା କରି ସ୍ତ୍ରୀ ଆଡ଼େ।
କାହାର ପେଟର ଭେକ ବହୁତ। କାହାର ଆଖିର ଭୋକ ମେଣ୍ଟିବାର ଭୋକ।
ଆଉ କାହାର ଶୋଷ ଅନେକ। ଏଠି ଫୁଟଫାଥ୍ର ସ୍ୱପ୍ନ ଆସେ ପଇସା ଆଖିରେ
ଅନ୍ଧାରରେ ଖୋଜିବାରେ ସ୍ୱପ୍ନ। ଏଠି ଗରିବ ଆଖିରେ ଆସେ ସ୍ୱପ୍ନ। କିଛି ଦେଇ
ପେଟ ପୂରାଇ ମୁଠାଏ ଖାଇବାର ସ୍ୱପ୍ନ। ହରି ଶୋଇ ଶୋଇ ରାତିରେ ବଡ଼ ବଡ଼ ସ୍ୱପ୍ନ
ଦେଖୁଛି ମହୁଲି ପିଇଦେଇ ଢୋକେ। ହରିର ପନôୀ ଆଉ କାହା କୋଳରେ ଶୋଇ
ରାତିକୁ ରଙ୍ଗିନ କରି ତ ଯୋଗାଡ଼ କରୁଛି ନିଜ ପାଇଁ ଶାଢ଼ି ଖଣ୍ଡେ, ପିଲା ପାଇଁ
ଆହାର ମୁଠେ। ଫୁଟଫାଥ୍ରେ ପେଟର ସ୍ୱପ୍ନ ଘାରିଛି ରାତିରେ...।
ସ୍ୱପ୍ନ ଆସୁ ସଭିଙ୍କ ଆଖିରେ, ହେଲେ ମୁଠାଏ ସ୍ୱପ୍ନ ଜୀବନକୁ ମହକାଇଦେଉ
ଭଲ ସ୍ୱପ୍ନ ଦେଇ ଆଖିରେ....।
୧୦୨ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ