ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସଜଫୁଟା ଗୋଲାପ କଢିଟିଏ
ପ୍ରୀତିର ମହକ ବାଣ୍ଟୁଥିବା ପରୀଟିଏ। ।
ମୋର କୋମଳ ନରମ ମନଟିଏ
ମୁଁ ମମତାର ଫଲ୍ଗୁଭରା ନଦୀଟିଏ
କୁଳୁକୁଳୁ ବହି ଯାଉଥିବା
ପାହାଡି ଝରଣାଟିଏ
ସାଗର ଯାହାର ସାଥୀଟିଏ।
ମୁଁ ପ୍ରେମିକ ଆଖିରେ ସ୍ୱପ୍ନଟିଏ
ମୁଁ ମତୁଆଲାଭରା ରାତିଟିଏ
ମୁଁ କବିର ମାନସୀ କନ୍ୟାଟିଏ
ମୁଁ ଛନଛନ କନକନ ବନ ହରିଣୀଟିଏ
ମୁଁ ଲାଲ ଟୁକୁଟୁକୁ ସାଧବ ବୋହୂଟିଏ।
ମୁଁ ଉଦାସୀ ଜହ୍ନର ବିରହୀ କଇଁଟିଏ
ମୁଁ ଦରଦୀ ମନର ସାଥୀଟିଏ
ମୁଁ ମିଞ୍ଜିମିଞ୍ଜି ଜଳୁଥିବା
ସଞ୍ଜ ସଳିତାଟିଏ।
ମୁଁ ପଞ୍ଜୁରୀ ଭିତର ପକ୍ଷୀଟିଏ
ରାମନାମ ଗାଉଥିବା ଶାରୀଟିଏ
ଜନମ ଜୁଇରୁ ମରଣ ଜୁଇରେ,
ସିଝୁଥିବା ଜୀବନଟିଏ
ସମାଜର ଶୃଙ୍ଖଳା ବେଢ଼ିରେ
ଆବଦ୍ଧ ନାରୀଟିଏ
ମୁଁ ନାରୀଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ