ଲୋଡ୍ ହେଉଛି…
ଲୋଡ୍ ହେଉଛି…
ନାରୀ ଓ ସଂପର୍କ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ନାରୀ ଓ ସଂପର୍କ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୮୪ ଅଧ୍ୟାୟ
ନାରୀ ଓ ସଂପର୍କ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
ମୁଁ ନାରୀ ଟିଏ
ସଜଫୁଟା ଗୋଲାପ କଢିଟିଏ ପ୍ରୀତିର ମହକ ବାଣ୍ଟୁଥିବା ପରୀଟିଏ। । ମୋର କୋମଳ ନରମ ମନଟିଏ ମୁଁ ମମତାର ଫଲ୍ଗୁଭରା ନଦୀଟିଏ କୁଳୁକୁଳୁ ବହି ଯାଉଥିବା ପାହାଡି ଝରଣାଟିଏ ସାଗର ଯାହାର ସାଥୀଟିଏ। ମୁଁ ପ୍ରେମିକ ଆଖିରେ ସ୍ୱପ୍ନଟିଏ ମୁଁ ମତୁଆଲାଭରା ରାତିଟିଏ ମୁଁ କବିର ମାନସୀ କନ୍ୟାଟିଏ ମୁଁ ଛନଛନ କନକନ ବନ ହରିଣୀଟିଏ ମୁଁ ଲାଲ ଟୁକୁଟୁକୁ ସାଧବ ବୋହୂଟିଏ। ମୁଁ ଉଦାସୀ ଜହ୍ନର ବିରହୀ କଇଁଟିଏ ମୁଁ ଦରଦୀ ମନର…
ଖୋଲା
ଅଧ୍ୟାୟ ୨
ତୁମେ କି ବୁଝିବ !
ଏଇ ବେପଥୁ ମନ ଭାଷା ଅକୁହା ଛାତି ତଳର କଥା ଅବ୍ୟକ୍ତ କୋହର ଗନ୍ତାଘର ଅବୁଝା ରହିଯାଏ ପୁଣି କିଛି କେତେ କଥା ଛାତି ଚାପିଥାଏ କେତେ କଥା ଓଠ ଚାପିଦିଏ କେତେ କଥା ଲୁହ ପିଇଯାଏ ସବୁ କ'ଣ କହିପାରେ ତୁମକୁ । ମୁଁ ପରା ନାରୀଟିଏ ଫୁଲ ପରି କୋମଳ ଏ ହୃଦୟ ସରଳ ମନ ନେଇ ରହିଯାଏ ଅବୁଝା ହୋଇ ରହିଯାଏ କିଛି ଆମ ଭିତରର କଥା ଆଖିରେ ଲୁହ ସବୁ ଚାପିଦିଏ ଓଠରେ ମଧୁର ଚୁମ୍ବନ।
ଖୋଲା
ଅଧ୍ୟାୟ ୩
କହିପାରିବିନି କିଛି ନୀରବ ମୁଁ
କିଏ କହେ ପାଷାଣୀ କିଏ କହେ ସେ ଦେବୀଟିଏ କିଏ କହେ ସେ ମୋ ମା’ ଆଉ କିଏ କହେ ସେ ମୋ ଭଉଣୀ ପୁଣି କିଏ କହେ ସେ ମୋ ଝିଅ ଆଉ କିଏ କହେ ସେ ମୋ ପନôୀ । ମୁଁ ଅବତୀର୍ଣ୍ଣ ହୁଏ ସେ ଭୂମିକାରେ ଥରଥର ଅଭିନୟ କରି ଥକିଯାଏ ମୁଁ ପରା ନାରୀଟିଏ ଜନ୍ମ ମୋର ସହିବାକୁ । ପୁରୁଷ ମନ କଠୋର ତୁମ ହୃଦୟର କେତେ ସପନ ଭାଙ୍ଗ ମନ ଇଛା ତୁମ ଇଛାରେ ତୁମେ ରହି ଯାଅ ମନ ବୁଝିବାକୁ ସମୟର ଅଭାବ କାହିଁକି…
ଖୋଲା
ଅଧ୍ୟାୟ ୪
ଜଳିଯାଉ ସେସବୁ ମୋ ଜୁଇରେ
ଅଭିମାନର ଗଣ୍ଠିଲି ଧରି ଚାଲିବି ନାରୀଟିଏ ମୁଁ ସେଇ ରେବତୀଟିଏ ସବୁ ବାରଣ ପାଇଁ ସେ ଦାୟୀ ଶହେ ରେବତୀ ସଂସ୍କରଣ ହେଲେବି ରେବତୀର ଭାଗ୍ୟ ଆଜିଯାଏ ଖୋଲିନି ସେମିତି ଅଛି ଏକବିଂଶ ଶତାବ୍ଦୀରେ ଆସୁଥିବି ନୂଆ ରୂପରେ ତଥାପି ମୁଁ ସେଇ ରେବତୀ ହୋଇ ରହିଯିବି ଶାସନର ଚାବୁକ୍ ପ୍ରହାର ସହୁଥିବି ମୁଁ ପରା ନାରୀଟିଏ ।
ଖୋଲା
ଅଧ୍ୟାୟ ୫
ଘରର ସାଜସଜା ଫୁଲଦାନି ପରି
ଘରକୁ ସୁନ୍ଦର ଦିଶେ ଥିଲେ ନାରୀ ଭିତରେ କାନ୍ଦେ ସେ ମନ ଭରି ଉପରେ ହସେ ଏହି ପରା ନାରୀ । ଦୁଃଖର ସୋପାନ ଚଢ଼ି ଚଢ଼ି ସୁଖ ସାଉଁଟିପାରେ ସେ ନାରୀ ସଂସାର ଯାକର ବୋଝ ବୋହେ ବାଧା ସବୁ ତା’ ଦେହରେ ରହେ ସେ ପରା ପାଇଛି ଜନମ ନାରୀ । କାହାକୁ ହସାଇବ କାହାକୁ ବୁଝାଇବ ପାରେନା ସେ ଜାଣି ତଥାପି ସବୁ ଚେଷ୍ଟା କରେ ସେ ନାରୀ କରେ ପୂଜାର୍ଚ୍ଚନା କରେ ନାନା ବ୍ରତ ଉପାସ ଚାହେଁ ମଙ୍ଗଳ ସଭିଙ୍କର ତଥାପି ସବୁ ଲୁହ ତାହାରି…
ଖୋଲା
ଅଧ୍ୟାୟ ୬
ଜୀବନର ସବୁ ସମସ୍ୟା ଦେଇଛି ବିହି
ସହିପାରେ ବୋଲି ସହିବ ସିଏ ସେ ପରା ନାରୀ ହାୟରେ ବିଧାତା ଧନ୍ୟ ତୋର ନିୟମ ଦେଇଛୁ ନାରୀଟିଏ ଜନମ ସବୁବେଳେ ମରିମରି ବଞ୍ଚେ ତୁଛା ହସ ହସେ ସଭିଙ୍କ ପାଇଁ ସେ ନିଜର ହୁଏ ତା’ ପାଇଁ କାହାର ହାୟ ନଥାଏ ସୃଷ୍ଟିକାରିଣୀ ପାଳନ କାରିଣୀ ଧୈର୍ଯ୍ୟମୟୀ କର୍ମମୟୀ ସିଏ । ରଙ୍ଗ ପିଆଲାରେ ସିଏ ଅଙ୍ଗ ଶାୟିନୀ ସିଏ ମା’ ଡାକରେ ସିଏ ଭଉଣୀଟିଏ ସିଏ ଘରର ଲକ୍ଷ୍ମୀ ସୁନା ଝିଅଟିଏ ସିଏ ମମତାର ସାଗରଟିଏ ଅନ୍ୟ ପରିଚୟରେ…
ଖୋଲା
ଅଧ୍ୟାୟ ୭
କର୍ତ୍ତବ୍ୟରେ ବନ୍ଧା ଜୀବନ .
କର୍ମ ହିଁ ଭଗବାନ ନାରୀଟିଏ ବନ୍ଧା କର୍ତ୍ତବ୍ୟ ଡୋରିରେ ତା’ ପାଖେ ଆଗେ ତା ସଂସାର ଆଉ ସବୁ ଥାଏ ପରେ। ଦୁଃଖ ତା’ର ନିତି ଦିନର କାହାଣୀ ରହେ ଛାତି ତଳେ ହସିହସି କର୍ତ୍ତବ୍ୟର ଡୋରିରେ ଜୀବନ ବାନ୍ଧେ ଆଶା ମରିଯାଏ ଚୈତାଳି ତାତିରେ ସ୍ୱପ୍ନ ରହେ ହୃଦୟର କୋଣରେ ସ୍ୱପ୍ନ ଦେଖିବାକୁ ଆଖିକୁ ମନା କର୍ତ୍ତବ୍ୟର ବୋଝ ମୁଣ୍ଡେଇ ନଇଁ ଯାଏ ବେକ ।
ଖୋଲା
ଅଧ୍ୟାୟ ୮
ମନ ବୋଲି ଦୁଇଟି ଅକ୍ଷର
ତା’ ପାଖେ ହଜିଯାଏ ହୃଦୟ ବୋଲି ତିନୋଟି ଅକ୍ଷର ସଂସାରରେ ବନ୍ଧା ପଡ଼ିଥାଏ ପ୍ରେମ ବୋଲି ଅଢ଼େଇ ଅକ୍ଷର ଲୁଚିଲୁଚି କଷ୍ଟ ଦିଏ ଇଛା ଥିଲେ ବି ତ ନାହିଁ ତା'ର ଡେଣା ଉଡିଯିବାକୁ କାହିଁ ବହୁ ଦୂର । ସେ ଖାଲି ସ୍ମୃତିଟିଏ ଆସେ ବେଳେବେଳେ ପିଞ୍ଜରାରେ ଶାରୀ ଛଟପଟ ହୁଏ ଆଖି ଲୁହରେ ଲେଖେ କାହାଣୀ ତାର ଜୀବନଟା ବନ୍ଧା ପଡ଼ିଥାଏ କାହାପାଖେ ସଂସାର ରଜ୍ଜୁଟା ଏତେ ଯେ ଶକ୍ତ ମୁକୁଳିବାକୁ ନାହିଁ ବାଟ ଆଉ କ'ଣ କରାଯିବ ପଞ୍ଜୁରୀରେ ଆବଦ୍ଧ…
ଖୋଲା
ଅଧ୍ୟାୟ ୯
ଚାଲରେ ଜୀବନ
ବୋଝ ବୋହି ବୋହି ଯେଉଁଠି ଥକି ଯିବୁ ସେଇଠି ପଡ଼ିବୁ ଶୋଇ ଜନ୍ମ ତୋର ନାରୀଟିଏ କର୍ତ୍ତବ୍ୟରେ ବାନ୍ଧି ଦେ’ ଜୀବନ ସରିଲେ କର୍ତ୍ତବ୍ୟ ଫେରିଯିବୁ ନିଜ ଘର । ଏତେ କଷ୍ଟ କରେ ନାରୀ ଝିଅଠୁ ମା’ ଯାଏ ପଚାରନି କେବେ କିଏ ସେ କେତେ ଥର ମରି ମରି ପୁଣି ଜିଇଁ ଥାଏ । ତା’ କୋହ ସବୁ ନେଇ ସେ ଫେରିଯାଏ ଜନ୍ମ ଜୁଇରୁ ଜୀବନ ଆରମ୍ଭ ମଶାଣି ଭୂଇଁରେ ସରିଯାଏ ସାରା ଜୀବନ ସେ କର୍ତ୍ତବ୍ୟ କରୁଥାଏ ସମସ୍ତେ ଭୁଲନ୍ତି ତା’ ପାଇଁ କିଛି…
ଖୋଲା
ଅଧ୍ୟାୟ ୧୦
ନାରୀଟିଏ ବୋଲି ମୁଁ
କାହା ଇଚ୍ଛାରେ ବନ୍ଧା ନୁହେଁ ମୋର କ’ଣ ମନ ନାହିଁ କ’ଣ ନାରୀଟିଏ ବୋଲି ? ସବୁ କିଛି ଜଳାଞ୍ଜଳି ଦେଇ ତୁମ ଇସାରାରେ କାଠ କଣ୍ଢେଇ ପରି ନାଚୁଥିବି ମାଙ୍କଡ ନାଚିଲା ପରି ମୁଁ ପ୍ରତ୍ୟହ ତୁମ ଇସାରାରେ ଘୁଙ୍ଗୁର ପିନ୍ଧି ନାଚ କରି ସମସ୍ତଙ୍କ ମନକୁ ତୋଷି ସବୁକିଛି ତୁମକୁ ଦେଇ ପେଟକୁ ମୁଠେ ଖାଦ୍ୟ ଯୋଗାଡ଼ କରିବି ତୁମେ ଏହା ହିଁ ଚାହୁଁଛ ନା ? ତୁମ ଅହଂ ଭାବରେ ପେଷିଦେବ ମୋ ନାରୀ ଜୀବନକୁ ଭୁଲି ଯାଅନି ଯେ ସବୁ ଅତ୍ୟାଚାର ସୀମା…
ଖୋଲା
ଅଧ୍ୟାୟ ୧୧
ସବୁ ଦେବତା
ମା’ଙ୍କୁ ଆବାହନ କରି ନିଜ ନିଜର ଅସ୍ତ୍ର ପ୍ରଦାନ କରିଥିଲେ ପାପୀ ଆଉ ପାପ ନାଶ ପାଇଁ ମା’ ଦୁର୍ଗା ରୂପ ଧାରଣ କରି ଅସୁରମାନଙ୍କୁ ନିପାତ କଲେ । ସେ ନାରୀ ରୂପେ ନାରାୟଣୀ ସେ ଥିଲେ ମହାଯୋଗମାୟା ମହାଶକ୍ତି ନାରୀ ଯୁଗେ ଯୁଗେ ବନ୍ଦନୀୟା ନାରୀ ମମତାର ନିର୍ଝରିଣୀ ପ୍ରେମର ବାରିଧାରା ଶାନ୍ତ କମନୀୟ ତା’ ରୂପ ପୁଣି ସେ ଏମିତି ଫୁଲଟିଏ ଅନେକ ପୂଜାରେ ଗୋଟିଏ ଫୁଲ ।
ଖୋଲା
ଅଧ୍ୟାୟ ୧୨
କେତେବେଳେ
ଜନନୀ ପୁଣି ଭଗିନୀ ଦୁହିତା ପୁଣି ଜାÿୟା ନାରୀଠାରେ ଶକ୍ତି ହିଁ ବିଦ୍ୟମାନ ସେଇ ନିରୀହ ମନ ଭିତରେ ଥାଏ ନିଆଁର ଝୁଲ ଟିକିଏ ଆଖି ଲୁହରେ ଲଙ୍କା ଜଳିଗଲା ପରା ଦ୍ରୌପଦୀ ପାଇଁ କୌରବ ବଂଶ ଲୋପ ହୋଇଗଲା । କେତେ ଆଉ ଲୁହ ଦେବ କେତେ ଆଉ ଅପମାନ ଦେବ ସେଥିପାଇଁ ମା’ ଆସିଥିଲେ ନାରୀ ରୂପେ ନାରାୟଣୀ ହୋଇ ପୂଜା ପାଇ ଚେତାଇ ଦେଲେ ମାତୃଜାତିକୁ ସମ୍ମାନଦିଅ ନାରୀକୁ ସମ୍ମାନ ଦେଲେ ତା’ ହୃଦୟରୁ ଆପେ ମମତାର ବୈତରଣୀ…
ଖୋଲା
ଅଧ୍ୟାୟ ୧୩
ଅଙ୍କାବଙ୍କା ଏଇ ଚଲାପଥରେ
କେବେ କଣ୍ଟା କେବେ ଫୁଲ ନାରୀଟିଏ ଯିଏ ବୁଝିଛି ଏଠି ଦେବାକୁ ହେବ ଖାଲି ମୂଲ । ସ୍ନେହର ଫଲ୍ଗୁ ଝରାଇ ଲୁହ ପିଇଯିବ ପଣତ କାନିରେ ଲୁହ ପୋଛି ଏଠି ମିଛ ହସ ହସି ଦେବ ଅପମାନ ସବୁକୁ ଢୋକି ଦେବ ଏକା ଥରେ ହଜମ କରିବ ସବୁ ଏଠି ନିର୍ଦ୍ୱନ୍ଦ୍ୱରେ । କଥା କହିବାର ଅଧିକାର ନାହିଁ ଏଠି ଚୁପ୍ ରହିବ ଯାହା ଘଟୁଥିବ ଖାଲି ଜଳଜଳ ହୋଇ ଚାହିଁବ ଆଇନ ପୋଥିରେ ଅଧିକାର ସିନା ଆଜି ଯାଏଁ ନାରୀ ମାନସିକ ସ୍ତରରେ…
ଖୋଲା
ଅଧ୍ୟାୟ ୧୪
ସେ ପରା
କନ୍ୟା, ଭଗିନୀ, ଜାୟା, ଜନନୀ କହିବ କା’ କଥା ଆଉ ତା'ର ସଭିଏଁ ନିଜର ପରା ସବୁ କଥା ହୃଦୟରେ ରହୁ ମିଛ ହସ ହସି ବଞ୍ଚି ଯାଏ କିଛି ଦିନ ଗଲାବେଳେ ନିଜ ସାଥିରେ ଯାଏ ତା'ର ସ୍ୱାଭିମାନ । ନାରୀଟିଏ ବୋଲି ଭାରି ଅଭିମାନ ମନେ ଥାଏ ଜୁଇ ଜଳିଗଲାବେଳେ ତା’ ବେଦନାବି ଜଳିଯାଏ କିଏ ତା’ ଦୁଃଖ ବ୍ୱୁଝୁକି ନବୁଝୁ ସେ ସଭିଙ୍କ ମନ ବୁଝିଥାଏ ହଁ, ସେ ପରା ନାରୀଟିଏ ସେ ପରା ନାରୀଟିଏ ।
ଖୋଲା
ଅଧ୍ୟାୟ ୧୫
ବହୁତ କଷ୍ଟ ହୁଏ
କିନ୍ତୁ ସବୁ କହି ହୁଏନା କାହିଁକି କହିବି ଯେ ଅନ୍ତର୍ଦାହ ଇଏ ହୃଦୟର ଜଳୁଥାଏ ଅହରହ ଛାତି ତଳେ। ସମୟ ଉପହାସ କରେ ମଣିଷକୁ ସ୍ୱଳ୍ପ ଜୀବନକୁ ଲମ୍ବା ସପନ ରାତି କମ୍ ଭାବନା ବେଶୀ। ସତରେ ବହୁତ କଷ୍ଟ ହୁଏ ତଥାପି ସହିଯାଏ ନୀରବରେ ନାରୀଟିଏ ମୁଁ ସଂସାର ମଙ୍ଗରେ ମା’ ହୋଇ ବସିଥାଏ ଡଙ୍ଗା ସଳଖି ଚଳାଇବାକୁ । ମୁଁ ଯଦି ହଲିଯିବି ଚହଲି ଯିବ ସଂସାର ରୂପକ ହୁଲି ଡଙ୍ଗାଟି ବୁଡିଯିବ ମଝି ନଈରେ।
ଖୋଲା
ଅଧ୍ୟାୟ ୧୬
ନା’ ହୋଇଯିବି ମୁଁ ପାଷାଣୀ
ଅହଲ୍ୟା ପରି ସହିବି ଶତଶତ ପଦାଘାତ କେବେ ତ ଉଦ୍ଧାର ପାଇଯିବି । ମୁଁ କ’ଣ ହୋଇଯିବି ପାଞ୍ଚାଳୀ ବାଣ୍ଟିବି ମନ ପାଞ୍ଚଆଡ଼େ ମନର କୋହକୁ ଚାପି ରଖି ଉତ୍ସର୍ଗୀକୃତ ହେବି କର୍ଣ୍ଣ ରହିବେ ଆଢ଼ୁଆଳରେ । ହୋଇଯିବି ସତୀ ସୀତା ଯଦି ସହି ପାରିବିନି ମୋର କରୁଣ ଚିକ୍ରାରରେ, ଫାଟିଯିବ ବସୁଧା କୋଳେଇ ନେବାକୁ ମୋତେ। ମୁଁ ପରା ନାରୀଟିଏ ବହୁତ କଷ୍ଟ ହୁଏ ସଂସାରର ମଙ୍ଗ କୋଣରେ ରହି ଆହୁଲା ମାରିବାକୁ ତଥାପି କାତ ମାରେ ଡଙ୍ଗା ଚାଲେ…
ଖୋଲା
ଅଧ୍ୟାୟ ୧୭
କିଏ କହେ ନାରୀ ସମ୍ପୂର୍ଣ୍ଣ ?
କେତେ ଯେ ଖାଲି ଖାଲି ତା'ର ପଣତ କାନି କେତେ ହତାଶର ଛାଇ ତା’ ମନ ଆଢୁଆଳେ ଏକଲାପଣ ତା ଚାରିପଟେ ଏତେ ଭିଡ଼ରେ ସେ ଏକା ପୂର୍ଣ୍ଣତା ଭିତରେ ଶୂନ୍ୟତା । ସବୁ ଅଛି ସବୁ ମିଳିଛି ସେ ହଁ ଭିତରେ ନା ସେ ଅଛି ଭିତରେ ନାହିଁ ଧନ ମାନ ଜୀବନ ଯୌବନ ବୁଦ୍ଧି ବିବେକ ସ୍ୱାଭିମାନ ସନମାନ ସବୁ ଅଛି ତୁମ ଆଖିରେ। ହେଲେ ମୁଁ ଅସମ୍ପୂର୍ଣ୍ଣା କମି ଅଛି ବହୁତ କିଛି ମଖମଲି ଚାଦର ତଳେ କ୍ଷତାକ୍ତ ହୃଦୟ ଆଧୁନିକ ପରିପାଟୀ…
ଖୋଲା
ଅଧ୍ୟାୟ ୧୮
ତେଣୁ ଦେବୀଟିଏ ହୋଇଯାଏ
ଘରର ଚାରିକାନ୍ଥରେ ରହି ପରିବାର ପାଇଁ ଆଶିଷ ଅଜାଡୁଥାଏ । ମନର ଆବେଗକୁ ମନରେ ମାରେ ସେ ସଂପୂର୍ଣ୍ଣା ନୁହେଁ ବାକି ଅନେକ କିଛି ଆଶା ଅସୁମାରୀ ମରିଚୀକାର ତୃଷ୍ଣା ହୃଦରେ ବ୍ୟାକୁଳତା ଆତୁର ଚିକôାର ଆବେଗର ନଈଟିଏ ଛାତି ତଳେ ଛୁଇଁନି ଜହ୍ନକୁ ଉପଭୋଗ କରିନି ଚାନ୍ଦିନୀକୁ ଆସ୍ୱଦନା କରିପାରିନି ରସକୁ। ମନରେ ଅବସୋସ ଆଖିରେ ହତାଶା ହୃଦୟରେ କୋହ ମନରେ ପିପାସା ଲାଗେ କିଛି ବ୍ୟତିକ୍ରମ ସତରେ ଜୀବନ ଅସମ୍ପୂର୍ଣ୍ଣ ଜନମ…
ଖୋଲା
ଅଧ୍ୟାୟ ୧୯
ମୁଁ ଏକବିଂଶ ଶତାବ୍ଦୀର ନାରୀଟିଏ
ହଁ, ମୁଁ ଏକବିଂଶ ଶତାବ୍ଦୀର ଆଧୁନିକ ନାରୀଟିଏ ଉଗ୍ର ଆଧୁନିକତାର ଆବରଣ ଭିତରେ ମୁଁ । ମୋ ହାତପାହାନ୍ତାରେ ସବୁ ମୁଁ ଆଜି ସବୁଠି ପହଞ୍ଚି ପାରିଛି ସ୍ଥାନ, ମାନ, ଶିକ୍ଷା, ଯଶସବୁ ଅଛି ତଥାପି ତଥାପି କିଛି ନାହିଁ କିଏ ଦେଖିଛି କୁହୁଳା ହୃଦୟକୁ ବୁଝିଛି ତା’ ଅସହାୟତାକୁ ଶୁଣିଛି ଅନ୍ତରର ବିଳାପକୁ କେଉଁଠି ନା କେଉଁଠି ମୁଁ ପରାଧୀନ ମୋ ଅନ୍ତରାତ୍ମାରେ ଅନ୍ଧାରରେ ଭୟଭୀତ ମୁଁ ବାଟ ଚାଲିବାପାଇଁ ପାଦଟିଏ ଲୋଡ଼ା ମୋତେ ହଁ, ମୁଁ…
ଖୋଲା
ଅଧ୍ୟାୟ ୨୦
ସଂସାର ରୂପକ ବଗିଚାରେ
ସୁନ୍ଦର ଫୁଲଟିଏ ସ୍ରଷ୍ଟାର ଅନବଦ୍ୟ ସୃଷ୍ଟି ମୋହିନୀ ସେ ରୂପର ମାଧୁରିମାରେ ମୋହିନିଏ ସାରା ଜଗତକୁ। କଳକଳ ଛଳଛଳ ତଟିନୀ ଶାନ୍ତିର ସେ ବାରିଧାରା ସତେ ବେଗମତୀ ନଦୀଟିଏ ଧାଏଁ ସାଗର ସଙ୍ଗମ ପାଇଁ । ଚଳଚଞ୍ଚଳ ସେ ଅନବରତ କର୍ତ୍ତବ୍ୟ ଡୋରୀରେ ବନ୍ଧା ତା’ ଜୀବନ । ନାରୀ ! ଜଳେ ଯିଏ ଜନମ ଜୁଇରୁ ମରଣ ଜୁଇ ଯନ୍ତ୍ରଣାସିକ୍ତ ଜୀବନ ଯା’ର ଆରମ୍ଭରୁ ଶେଷ ଯାଏଁ ଜୀବନ ଯା’ର ଜଳେ କୁହୁଳା ନିଆଁରେ ଖାଲି ଯନ୍ତ୍ରଣା ଆଉ…
ଖୋଲା
ଅଧ୍ୟାୟ ୨୧
ଜୀବନର କଣ୍ଟକିତ ପଥଧାରେ
ରକ୍ତାକ୍ତ ଯାହାର ପାଦ ଧୈର୍ଯ୍ୟର ପାହାଡ଼ ଯା’ ଛାତିରେ ଲଦିଥାଏ ବିହି ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଯିଏ । ଦେବୀ ସିଏ ତା’ ଘର ଦେଉଳରେ ମମତାର ନିଝରିଣୀ ସ୍ନେହର ମନ୍ଦାକିନୀ କୁଳୁକୁଳୁ ହୋଇ ବହିଯାଉଥିବା କୁଆଁରୀ ଝରଣା ଛଳଛଳ ତା'ର ପ୍ରେମ ଉଛୁଳା ନଈଟିଏ । ପୁଣ୍ୟର ଗଙ୍ଗା ଧର୍ମରେ ଗଢା ଯା’ର ଜୀବନ ଘରେ ସେ ଜୀବନ୍ତ ଲକ୍ଷ୍ମୀ ପ୍ରତିମା ସଂସ୍କାର ସଂସ୍କୃତି ସବୁକୁ ଜାବୁଡି ଧରିଥାଏ ଅନବରତ। କିଏ ଦେଇ ପାରେନା ତା'ର ପାଉଣା…
ଖୋଲା
ଅଧ୍ୟାୟ ୨୨
ପଣତ ପାତି ସହି ଯାଏ
ମୋ ସଂସାର ବୋଝକୁ କେବେ ପାଟି ଖୋଲେ ନାହିଁ । ଖୋଲିଲେ ଆସିପାରେ ଅଦିନିଆ ବାଆ କାଳେ ଉଡ଼ାଇ ନେବ ମୋ ସୁନା ସଂସାରକୁ। ହେଉ ଯେତେ କଷ୍ଟ ଅଣ୍ଟା ପଛେ ନଇଁ ପଡୁ ଚର୍ମ ଲୋଳିତ ହେଉ ମୁଁ ସହିବି ସବୁ କଷ୍ଟ ଆଖି ବୁଜି ପିଇ ଯିବି ଲୁହ ସବୁ । ତଥାପି ଖୋଲିବିନି ତୁଣ୍ଡ କାହିଁକିନା କାଳେ ଭାଂଗିଯିବ ମୋ ସୁନାର ସଂସାର। ନାରୀ ବୋଲି କିଛି କଥା ରହିଯାଏ ଛାତି ତଳେ କାହାକୁ କହିବି ମନେ ମନେ ଭାଳେ ଶୁଣିବ କିଏ ।
ଖୋଲା
ଅଧ୍ୟାୟ ୨୩
ଯଦି ପୁତ୍ର ସ୍ୱାମୀକୁ କୁହେ
କାଳେ ଦୁଃଖ ପାଇବେ ସେ ନା ରହିଯାଉ ମନ କଥା ହୃଦୟର କାନ୍ଥ ତଳେ । ସଞ୍ଜବତୀ ଜାଳେ ତୁଳସୀ ମୂଳେ ମୋ’ ପରିବାର ଶୁଭ ମନାସି ତାଙ୍କ ଖୁସିରେ ମୋର ଖୁସି ତାଙ୍କ ଭାଗ୍ୟ ରେଖାରେ ପା’ ମୋ ରେଖା ଯୋଡ଼ା ଅଛି। ମୋର ଓଷା ବ୍ରତ ସବୁ ତାଙ୍କ ନାମରେ ମୋର ଚୂଡ଼ି ସିନ୍ଦୂର ପଣତ ସବୁ ହସେ ତାଙ୍କ ଖୁସିରେ । ନାରୀ ବୋଲି ଚୁପ୍ ରହେ ଅନେକ କଥାରେ ସାଲିସ୍ କରାଯାଏ ସମୟ ସାଥିରେ ଯନ୍ତ୍ରଣାର ଗାର ଖାଲି ହୃଦୟ ଭିତରେ ତଥାପି ପଣତ…
ଖୋଲା
ଅଧ୍ୟାୟ ୨୪
କୋମଳ ତା'ର ମନ
ସୁନ୍ଦର ତା'ର ରୂପ ସୁନ୍ଦର ମନଟିଏ ନେଇ ଚୁଲ୍ବୁଲ୍ ପ୍ରଜାପତି ପରି ଉଡିବୁଲେ ଏ ଡାଳରୁ ସେ ଡାଳକୁ। ସଂସାର ବଗିଚାରେ ସୁନ୍ଦର ଫୁଲଟିଏ କିଏ କେତେବେଳେ ତୋଳିନିଏ କେତେବେଳେ ମଧୁର ଦଂଶନ ପାଏ କେବେ ଖରା କେବେ ବର୍ଷା ପୁଣି ଶୀତ ସବୁ ସହି ଚାଲୁଥାଏ ସେ ବାଟ। ଦୁହିତା ସେ ଦୁଇ କୂଳକୁ ହିତା କେବେ ମିଠାମିଠା କେବେ ସେ ପିତା କର୍ତ୍ତବ୍ୟ ଡୋରିରେ ସର୍ବଂସହା ସୀତା ପାଞ୍ଚଆଡେ ବାଣ୍ଟେମନ ସେ ପାଞ୍ଚାଳୀ ଫେରାଇ ପାରେ ପତିଙ୍କୁ ଯମପାଶୁ ସେ…
ଖୋଲା
ଅଧ୍ୟାୟ ୨୫
ପୁଣି ଶତୃ ଆଗେ ଯୁଦ୍ଧରେ
ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ତୁଳସୀ ମୂଳେ ଦିଏ ସଞ୍ଜବତି ସଂସାର ମଙ୍ଗଳ ପାଇଁ କୂଳବଧୂ ସାଜି। ନାରୀ ସିଏ ସର୍ବଂସହା ଅଟେ ମଙ୍ଗଳମୟୀ କରୁଣାର ଝର ଝରିଯାଏ ତା'ର ହୃଦୟରୁ ସନ୍ତାନ ପାଇଁ ଅଭୟ ଦାୟିନୀ କରୁଣାମୟୀ ଜନନୀ ଶାନ୍ତିର ଗଙ୍ଗା ସିଏ ସଂସାର ପାଇଁ ଖୋଜେନା ମୂଲ ବିନା ପାରିଶ୍ରମିକରେ ସେ ଦିନ ରାତି କର୍ମ କରେ। କେବଳ ପଦେ ମିଠା କଥା ଚାହେଁ ସେ ଧନ୍ୟ ସେ ବିନ୍ଧାଣି ଗଢିଲା ନାରୀ କେତେ ମନ କେତେ ରୂପର ତୁଳନା କରି…
ଖୋଲା
ଅଧ୍ୟାୟ ୨୬
ବସୁଧା କେବେ ପୁଣି
ପାଷାଣୀ ଅହଲ୍ୟା କେବେ ମୀରାବାଇ କେବେ ରାଧା ସାଜେ ପ୍ରେମ ମନ୍ଦାକିନୀ ମମତାର ନିଝରିଣୀ ପୁଣି ଛଳନାମୟୀ । କେତେ ମନ ଯିଏ ଚୋରାଇ ନିଏ ସିଏ ନାରୀ ରୂପସୀ ସିଏ ମର୍ତ୍ତ୍ୟରେ ମେନକା ଉର୍ବଶୀ ନିଦ ହଜାଇନିଏ ପୁରୁଷ ଆଖିରୁ ସିଏ ନାରୀ ରୂପରେ ଗୁଣରେ ସରି କେହି ତା'ର ନାହିଁ ସଂସାରରେ ସିଏ ଏତେ ଜରୁରୀ ତା’ ବିନା ସଂସାର ନାହିଁ । ନାରୀଟିଏ ପରା ନିହାତି ଜରୁରୀ ଘର ପାଇଁ ନାରୀ ସମ୍ମାନ ଚାହେଁ ନାହିଁ କେବେ ତଥାପି ମଥା ନଇଁଯାଏ…
ଖୋଲା
ଅଧ୍ୟାୟ ୨୭
ହଁ !
ନାରୀଟିଏ ସବୁକିଛି ଦେଇ ପାରେନା ଜଣକୁ ବାଣ୍ଟିଥାଏ କୁଢ଼କୁଢ଼ କରି ତା'ର ଦେହ ଆଉ ମନକୁ । ପ୍ରେମ ଦିଏ ପ୍ରେମିକକୁ ଦେହ ଦିଏ ସ୍ୱାମୀକୁ ମମତା ଦିଏ ସନ୍ତାନମାନଙ୍କୁ ସବୁ ସମୟ ଦେଇଦିଏ ଗଢିଥିବା ପରିବାରକୁ। ନାରୀଟିଏ ତା’ ପାଇଁ କିଛି ରଖେନା ଅନୁତାପ କି ଅନୁଶୋଚନା ନଥାଏ ସେ ନିଃସ୍ୱ ହୋଇ ବି ଭାବେ ସର୍ବସ୍ୱ ଅଛି ତା’ ପାଖରେ ନା’ ତ କାହିଁକି ତା’ ପାଖରେ ସଭିଙ୍କର ଭିଡ଼ ?
ଖୋଲା
ଅଧ୍ୟାୟ ୨୮
ସେ ପାଞ୍ଚାଳୀର ମନ ନେଇ
ବାଣ୍ଟିଦିଏ ଦେହ ମନ ପାଞ୍ଚଜଣଙ୍କୁ ମନ ରହିଯାଏ କର୍ଣ୍ଣ ପାଖରେ କହି ପାରେନା ମନ ଖୋଲି ହୃଦୟରେ ଦେଖେ ତା'ର ପ୍ରେମର ପ୍ରତିଛବିକୁ । କହିଦେଲେ ସମାଜ କହିବ କଳଙ୍କିନୀ ଅଧିକାର ନାହିଁ ମନ ଖୋଲି କହିବାକୁ। ନାରୀକୁ ଭାଗ କଲା ଯିଏ ସେ ନିର୍ଦୋଷ କିନ୍ତୁ ଭାଗ ହେଲା ପରେ ସେ ବିଟପୀ କେତେ ଅବ୍ୟକ୍ତ ଯନ୍ତ୍ରଣା ଛାତିରେ ଚାପି ଧରେ କେତେ ଧୈର୍ଯ୍ୟର ବନ୍ଧ ବାନ୍ଧି ଚାଲେ କେତେ ଲୁହର ସାଗର ପହଁରି ଯାଏ ତଥାପି ପରିବାର ତା’ ପାଇଁ ସବୁଠୁ…
ଖୋଲା
ଅଧ୍ୟାୟ ୨୯
ସମୟର ସ୍ରୋତରେ ଯୌବନ ଖସିଯାଏ
ସବୁଠି ଆଦର କମି ଯାଏ ମଉଳା ଫୁଲଟିଏ ଭାବି ପାଦରେ ଆଡେଇ ଦିଏ ସମୟ କିନ୍ତୁ ଦେଖୁଥାଏ ସେ ମନ କାନ୍ଭାସରେ ଅଙ୍କା ଯାଇଥିବା ଛବିକୁ କାହିଁ କିଛି ତ ପରିବର୍ତ୍ତନ ହୋଇନି ରୂପ ପରିବର୍ତ୍ତନ ମନ ତ ସେମିତି ସ୍ୱଚ୍ଛ ଆଉ ପବିତ୍ର ସମୟର ଅଦେଖା ଆଇନାରେ ମୁହଁ ଦେଖି ହସୁଥାଏ ନିଜେ ନିଜେ ଓଃ ! ସେ ପରା ନାରୀଟିଏ !
ଖୋଲା
ଅଧ୍ୟାୟ ୩୦
କିଏ ବୁଝିନି ଆଜିଯାଏ ତାକୁ
କେବେ ପ୍ରେମ ପୂଜାରିଣୀ କେବେ ମମତାର ନିର୍ଝରିଣୀ କେବେ ପୁଣି ଅଭିମାନୀ କେତେବେଳେ ମତୁଆଲି କେତେବେଳେ ମାୟାବିନୀ। କେବେ ଫୁଲେଇ ଫଗୁଣ ପରି କେବେ କୃଷ୍ଣଚୂଡା ପରି ନାଲି ଓଢ଼ଣୀ ଦେଇ ଚାଲୁଥାଏ ସଂସାର ପଥରେ । କେବେ ରଙ୍ଗିନ୍ ମନଟିଏ ନେଇ ଉଡ଼ିଯାଏ ପ୍ରେମ ଚଢେଇ ପରି ସଂସାର ରଙ୍ଗମଞ୍ଚରେ ଅଭିନୟ କରୁଥାଏ କେତେ ରୂପରେ ନାରୀ ତୋର କେତେ ରୂପ କିଏ ପାରିବ ଜାଣି ! ଛଳନାମୟୀ କେହି ପାରେନି ଛଳନା କୁ ବୁଝି କାହା ପାଇଁ କେମିତି…
ଖୋଲା
ଅଧ୍ୟାୟ ୩୧
କେତେ ରୂପ ତୋର ମାଗୋ
ମୁଁ ବୁଝି ନ ପାରଇ ଦେବୀ ରୂପେ ମାଗୋ ତୋତେ ମୁଁ ବନ୍ଦଇ ନାରୀ ରୂପେ ମାଗୋ ତୁ ନାରାୟଣୀ। କେବେ ତୁ ଜନନୀ କେବେତୁ ଭଗିନୀ କେବେ ତୁ ଜାୟା କେବେ ପୁଣି କନ୍ୟା ନାରୀ ତୁ କେତେ ରୂପ ଧରିପାରୁ କେମିତି ଏତେ ବଡ଼ ବୋଝ ବୋହିପାରୁ। ପିଇପାରୁ ଲୁଣିଲୁହ ଏକା ହସିହସି ପଥର କରିପାରୁ ପୁଣି ତୋର ଛାତି ସେଇ ଛାତିରୁ ପୁଣି ଝରଇ ଅମୃତ ସେଇ ଓଠ ପୁଣି ବାଣ୍ଟି ପାରେ ହସ। କେତେବେଳେ ତୁ କନ୍ୟା ରତ୍ନଟିଏ ସତେ ମା’ ଲକ୍ଷ୍ମୀ କନ୍ୟା ରୂପେ…
ଖୋଲା
ଅଧ୍ୟାୟ ୩୨
ଗୋଟିଏ ହୃଦୟରେ
କେମିତି ଏତେ ତୋର ମମତା ରହେ । ଯା’ ପାଇଁ ଯା’ ସବୁ ତୋ ପାଖକୁ ମିଳିଯାଏ ସେଥିପାଇଁ ନାରୀ ରୂପେ ତୁ ନାରାୟଣୀ ତୋତେ ମୁଁ କରେ କୋଟି ନମସ୍କାରର ହେ ଜନନୀ! ଦେବୀ ତୁହି ମାଗୋ ଧନ୍ୟ ସେ ବିନ୍ଧାଣି କେମିତି ଗଢ଼ିଲା ଏତେ ରୂପ ଦେଇ ପୁଣି ତୋ ପାଇଁ ପାଗଳ ଏ ସୃଷ୍ଟି ପରା ହୁଅଇ ତୋ ରୂପରେ ମୁନି ମତି ଭ୍ରମ ହୋଇଥାଇ। ତୁ ପୁଣି ଏକା ସୃଷ୍ଟି ରକ୍ଷାକାରିଣୀ ହେ ନାରୀ ଯୁଗେ ଯୁଗେ ତୁ ଚିର ନମସ୍ୟ ହେ ଜନନୀ ଛଳନାମୟୀ,…
ଖୋଲା
ଅଧ୍ୟାୟ ୩୩
ହଁ ମୁଁ ନାରୀଟିଏ
ସୃଷ୍ଟିର ଅନବଦ୍ୟ ସୃଷ୍ଟି ସଭିଙ୍କ ମନକୁ ପୁଲକିତ କରୁଥିବା ଏକ ସୁନ୍ଦର ଗୋଲାପ । ଆଗ୍ନେୟଗିରିରୁ ହଠାତ୍ ଲାଭା ଉଦ୍ଗୀରଣ ପରି ମୋ କୋହ ଯଦି ଉଛୁଳି ଯାଏ ତାହା ହେଲେ କଣ ହେବ କହିଲ! ସେଇ ମହାଭାରତ ବା ରାମାୟଣପରି ପୁଣି କିଛି ବିଷୟବସ୍ତୁ ଯୁଗଯୁଗପାଇଁ ଲିପିବଦ୍ଧ ହୋଇଯିବ ଇତିହାସ ପୃଷ୍ଠାରେ। ମୁଁ ଚାହେଁନା ଆଉ ଥରେ ଲେଖାଯାଉ ଆଉ ଏକ କାହାଣୀର ପୃଷ୍ଠା ଥାଉ, ରହିଯାଉ ସବୁ କୋହ ବୁକୁ ତଳେ ସହି ଯାଉଛି ସବୁ ବିନା…
ଖୋଲା
ଅଧ୍ୟାୟ ୩୪
ତୁମ ପୁରୁଷପଣିଆ ପାଖରେ
ଜାଣିଜାଣି ମୁଁ ହାରିଯାଉଛି ଜୁଆ ରେ ବାଜି ଲଗାଅ ବା ଅପବାଦରେ ବନସ୍ତକୁ ପଠାଇଦିଅ ନହେଲେ ହରିଶ୍ଚନ୍ଦ୍ର ପରି ବିକିଦିଅ ଦାନୀ ହେବା ପାଇଁ ପ୍ରତିବାଦ କରିବିନି ଚାହିଁବିନି ପୁଣି ନାରୀପାଇଁ ପୃଷ୍ଠାଟି ଏ ବଢ଼ିଯାଉ ଇତିହାସରେ। ମୁଁ ତ ସେମିତି ଅସାଧାରଣନାରୀ ଟିଏ ନୁହେଁ ନା ଇତିହାସ ସୃଷ୍ଟି କରିବି ସୁନାର ସଂସାର ଗଢ଼ିବାର ଅଛି ପରା ଦୁହିତା ଦୁଇ କୂଳକୁ ହିତା ନାରୀ ମହାନ ଶକ୍ତିର ଅଧିକାରିଣୀ ହେଲେ, ତା’ ଶକ୍ତି ରହିଯାଏ ତା’…
ଖୋଲା
ଅଧ୍ୟାୟ ୩୫
କେତେବେଳେ ତା’ ପାଇଁ
ଗୋଲାପର ଶେଯ କେବେ ପୁଣି ତା’ ରାସ୍ତା କଣ୍ଟା କେବେ ପୁଣି ସେ ସରଗର ପାରିଜାତ କେବେ ସେ ମରୀଚିକା ସ୍ୱପ୍ନର ସୁନ୍ଦରୀ ପୁଣି କାହାର ତୃଷ୍ଣା ମମତାର ମନ୍ଦିର ସେ କା’ ପାଇଁ ସ୍ନେହର ଝରଣାଟିଏ ସେ କନ୍ୟା ରନôଟିଏ କା’ ଘରର ପୁଣି ଅଙ୍ଗନାୟିକା କାହାର । କେତେ ତୋର ରୂପ ନାରୀ କେତେ ତୋର ଅଭିନୟ ନିତିନିତି ପିଇଥାଉ ମିଠାମିଠା ଜହର ନାରୀ ତୁହି ନାରାୟଣୀ ପୁଣି ସୃଷ୍ଟିକାରିଣୀ ତୁହି ସୀତା ସତୀ ପୁଣି ଦ୍ରୌପଦୀ ତୁହି ଅହଲ୍ୟା ତୁ ପୁଣି…
ଖୋଲା
ଅଧ୍ୟାୟ ୩୬
ନାରୀଟିଏ ମୁଁ ନାରୀଟିଏ
ଚାରି କାନ୍ଥ ଘେରରେ ଶାରୀଟିଏ ଏହି ମୋର ଛୋଟ ଘରଟିଏ ତା ଭିତରେ ସଚ୍ଚା ଗୃହିଣୀଟିଏ। ଥାଏ ମୋର ସରଳ ମନଟିଏ ନିଷ୍କପଟ ଭରା ହୃଦୟଟିଏ ମମତା ନିଗାଡି ଗଢ଼େ ସଂସାରଟିଏ। ମୋ ମନ ପରି ଭାବେ ସବୁରି ମନଟିଏ ଛଳନା ପ୍ରତାରଣା ମୁଁ ବୁଝିନଥାଏ । ମୋ ସଂସାରକୁ ମୁଁ ସମାଜ ଭାବିଥାଏ ତାର ଉନ୍ନତି ପାଇଁ ମୁଁ ସଦା ଲାଗିଥାଏ ପରିବାର ଉନ୍ନତିରେ ସମାଜର ହିତ ହୁଏ ଏ କଥା ମୁଁ ଭଲ ଭାବେ ଜାଣି ଥାଏ ।
ଖୋଲା
ଅଧ୍ୟାୟ ୩୭
ଉପଯୁକ୍ତ ସଂସ୍କାର ମୁଁ ପରିବାରକୁ ଦିଏ
ଏହାଠୁ ଅଧିକ କିଛି ଜାଣି ନଥାଏ ନାରୀ ଅବଳା ହେଲେ ବି ଦୁର୍ବଳା ନୁହେଁ ତା’ ଭିତରେ ବଡ଼ ସମ୍ୱଳ ତା’ ସ୍ୱାଭିମାନ ଥାଏ ତାକୁ ଧରି ସେ ନିରେବ ଜିଏ । ନୁହେଁ ମୁଁ କବି, ସମାଜସେବୀ, ସଭାନେତ୍ରୀ ପ୍ରତିଷ୍ଠିତ ରାଜନେତ୍ରୀ ତଥାପି ମୁଁ ନାରୀଟିଏ । ମୁଁ କନ୍ୟା, ଭଗିନୀ, ଜାୟା, ଜନନୀ ମୋର ଥାଏ ଏହି ପରିଚୟ ମୁଁ ଗୃହିଣୀଟିଏ ସ୍ୱାଭିମାନ ମୋର ଚିର ସାଥୀଟିଏ । ତ୍ୟାଗରେ ଜୀବନ ଗଢ଼ାଥାଏ । ମୋ’ ସଂସାର ମୋ’ପାଇଁ ସ୍ୱର୍ଗ ହୋଇଥାଏ…
ଖୋଲା
ଅଧ୍ୟାୟ ୩୮
ନାରୀ ତୁ ତ ନାରାୟଣୀ
ପୁଣି ଜନନୀ, ଜାୟା, କନ୍ୟା, ଭଗିନୀ ଏକା ରକ୍ତ, ମାଂସରେ ଗଢ଼ା ତୁ ନାରୀ କେମିତି ପାରୁଛୁ ସମ୍ପର୍କକୁ ତିନି ଭାଗ କରି । ଜନନୀ ! ଜନନୀ ତୁ ମମତାମୟୀ ଗର୍ଭଧାରିଣୀ ଦଶମାସ ଗର୍ଭ ଧରି ତୁ ଚିର ବନ୍ଦନୀୟା ବାତ୍ସଲ୍ୟ ମମତାର ଅଧିକାରିଣୀ ତୋ ସନ୍ତାନ ଆଗେ ତୁଚ୍ଛ ସବୁ ସୁଖ ତା’ ଖୁସିରେ ଭରିଯାଏ ତୋ’ର ସ୍ୱପ୍ନ ଚିର ନମସ୍ୟା ତୁ ଜନନୀ ରୂପେ ନାରୀ । ଜାୟା ! ନାରୀ ତୁ ଜାୟା ପ୍ରେମ ପୂଜାରିଣୀ ତୁ ପୁଣି ଅର୍ଦ୍ଧାଙ୍ଗିନୀ ସୁଖ ଦୁଃଖର…
ଖୋଲା
ଅଧ୍ୟାୟ ୩୯
ପାଞ୍ଚାଳୀ କ’ଣ ହାରିଥିଲେ କୁରୁସଭା ତଳେ
ନା କୁନ୍ତୀମାତାଙ୍କର ଭାଗ ଭାଗରେ ନା ହାରିଥିଲେ କର୍ଣ୍ଣଙ୍କ ବଦଳରେ ଅର୍ଜୁନଙ୍କୁ ପାଇବାରେ ? ଅବଶ୍ୟ ମନ ତଳେ ବୀର ଭାବେ କର୍ଣ୍ଣ ଙ୍କୁ ଗ୍ରହଣ କରି ସାରିଥିଲେ ନା ସୀତା ମାତା ହାରିଯାଇଥିଲେ ରାମଚନ୍ଦ୍ରଙ୍କ ଅଗ୍ନି ପରୀକ୍ଷାରେ ନା କୈକେୟୀ ଭାଙ୍ଗି ପଡ଼ିଥିଲେ ଅପବାଦରେ ନା ମନ୍ଦୋଦରୀ ଅନ୍ୟକୁ ସାଥୀ କରିପାରିଥିଲେ ନା ରାଧା ଯମୁନା ଯିବା ବନ୍ଦ କରିଥିଲେ ନା ଶ୍ୟାମ ପ୍ରେମରୁ ବାହାରି ପାରିଥିଲେ ନା ଦେବକୀ କାରାବରଣ ସତ୍ତ୍ୱେ ଗର୍ଭ ଧାରଣ କରିନଥିଲେ ! ଯୁଗେ…
ଖୋଲା
ଅଧ୍ୟାୟ ୪୦
ସପନ ତ ଏଠି ଭାଙ୍ଗି ଯାଏ କ୍ଷଣିକେ
ସାମାନ୍ୟ ଶୁଖିଲା ପତ୍ରର ଖଡ୍ଖଡ୍ ଶବ୍ଦରେ କୋହଲା ପବନର ହାଲ୍ କା ଶୀତରେ ହଠାତ୍ ଅଦିନିଆ ଝଡ଼ ତୋଫାନରେ ଝିପିଝିପି ବର୍ଷାରେ ବି ଜୀବନ ଓଦା ସରସର ହୋଇଯାଏ ଆଖିର ଲୁହ ତ ବୋହି ବୋହି ଆପେ ଆପେ ଶୁଖିଯାଏ । ମନର କୋହ ଜମାଟ ବାନ୍ଧି ଆପେ ଆପେ ବରଫ ପାଲଟିଯାଏ ଛାତିରେ ବରଫର ପାହାଡ଼ ଠିଆହୁଏ ଟିକେ ଟିକେ ଯନ୍ତ୍ରଣା ଦେଇଚାଲେ ମୁହୂର୍ତ୍ତ ମୁହୂର୍ତ୍ତ ଜୀବନ ଏମିତି ବି ହଠାତ୍ ବଦଳିଯାଏ ଭାବି ନ ଥିବା ଭାବନା ଆସି…
ଖୋଲା
ଅଧ୍ୟାୟ ୪୧
ବୋକି ଝିଅଟିଏ
ସରଳ ତା’ ମନ ମଣିଷର ବିଶ୍ୱାସ ଘାତକତାକୁ ସେ କାହୁଁ ବୁଝିବ ? ବୋକୀ ଝିଅଟିଏ ବୋଲି ସିନା ବାଜି ହାରିଯାଏ ଠକାମୀରେ ପଡ଼େ ବୁଝିପାରେନା ଛଳନାର ବୁଢିଆଣୀ ଜାଲକୁ ସରଳ ଅମାୟିକ ମନ ନେଇ ଚାଲି ଥାଏ ପ୍ରତାରଣା ପଥରେ ବାରମ୍ବାର ହାରୁଥାଏ ।
ଖୋଲା
ଅଧ୍ୟାୟ ୪୨
ପୁଣି ବିଶ୍ୱାସରେ ପିଆଲା ଭରିଯାଏ
ମିଛ ଛଳନାର ଶିକାର ହେଉଥାଏ ସତରେ କେତେ ବିଶ୍ୱାସ ତା’ର ସମ୍ପର୍କ ଉପରେ ଟିକେ ବି ଆବିଳତା ନଥାଏ ମନରେ ହସ ଖୁସିରେ ଡେଇଁଡେଇଁ ତା’ ବାଟରେ ସେ ଚାଲିଥାଏ । ହସହସ ମନ ଆଉ ଖୋଲାଖୋଲା ହୃଦୟରେ ସଭିଙ୍କୁ ଧରି ରଖେ ହେଲେ ଏ ମଣିଷ ଯେ କଳାମୁଣ୍ଡିଆ ବିଶ୍ୱାସର ପଶାକାଠିରେ ଅବିଶ୍ୱାସର ଗୋଟି ଚଳାଏ ସ୍ୱାର୍ଥାନ୍ଧ ମନ ନେଇ ଚେର କାଟିଥାଏ ତାକୁ ଭୁଲାଇଦିଏ ଚକୋଲେଟ୍ ବା ଆଇସକ୍ରିମପରି ମିଠାମିଠା ଜହର ଦେଇ ମହୁଆ…
ଖୋଲା
ଅଧ୍ୟାୟ ୪୩
ତୁମ ଛବି ଆସେ ଯଦି
ମାନସ ପରିଧିକୁ ଦିଗ ହଜା ମନ ହଜିଯାଏ ଅଜଣା ପରି ରାଇଜରେ। ଭାସିଯାଏ ମନ ଭସା ବାଦଲର ମେଘ ମାଳରେ ତୁମେ ଭାବନାରେ ଆସିଲେ ହାଲୁକା ହାଲୁକା ଲହରି ମାଡ଼ିଯାଏ ଆଖି ମୁଦି ହୁଏ ଦିବା ସ୍ୱପ୍ନରେ। ଛାତିର ନିଭୃତ କୋଣରେ ଜାଗାଟିଏ ତ ଥାଏ ତୁମ ନାମରେ ହେଲେ ଖୋଜେ ଆମ ସମ୍ପର୍କର ସୂତା ଖିଅକୁ ଅସଜଡା ଜୀବନ ଭିତରେ।
ଖୋଲା
ଅଧ୍ୟାୟ ୪୪
ସମ୍ପର୍କର ନଦୀ ତୀରେ
କେବେ କାଶତଣ୍ଡୀ ଫୁଲଟିଏ ଧୋବ ଫରଫର ହୋଇ ହଲିଯାଏ କେବେ ରଙ୍ଗୀନ ଗୋଲାପଟିଏ ଫୁଟି ଖିଲିଖିଲି ହସୁଥାଏ କେବେ ମଲାଜହ୍ନର ମୁହଁ ନଦୀ ସ୍ରୋତରେ ଚହଲି ଯାଏ। ସମ୍ପର୍କର ନଦୀ ତୀରେ ମୁଁ ବେନାମୀ ପକ୍ଷୀଟିଏ ହତାଶ ସେ ଶୁଖିଲା ବୃକ୍ଷରେ ବସିଥାଏ ମୋ ସମ୍ପର୍କକୁ ଖୋଜୁଥାଏ ସେ ଓଲଟା ବୃକ୍ଷରେ।
ଖୋଲା
ଅଧ୍ୟାୟ ୪୫
ମୁଁ ହତାଶ ବାଟୋଇଟିଏ
ଥକିଯାଏ ସମ୍ପର୍କର ନଦୀ କୂଳରେ ନାବ ଅଛି ନାଉରୀ ନାହିଁ ପାରି ହେବାପାଇଁଏ ଜୀବନ ନଈ ଖୋଜୁଥାଏ ମଣିଷଟିଏ ସମ୍ପର୍କର ଡୋରି ପାଏନାହିଁ। ସବୁ ଯେ ଦୁର୍ବଳ ମୋତେ ଲାଗେ ମୋ ବାଲ୍ୟରୁ ଯୌବନ ଯାଏ ମୋ ଜୀବନର ଅପରାହ୍ନରେ ସକାଳୁ ସଂଜ ଯାଏ ମୋ ଚାରି ପାଖରେ ଯେତେ ଯେତେ ଚିହ୍ନା ମୁହଁ କାହିଁକି ଅଚିହ୍ନା ଲାଗେ ! ମୁଁ ବସିଛି ସମ୍ପର୍କର ନଦୀ ତୀରେ ଭାବୁଛି ମୁଁ କେତେ ଅସହାୟ ପଙ୍ଗୁ ମଣିଷ ଟିଏ, ଖୋଜେ ସାହାରା ଟିକେ ବେସାହାରା ହୃଦୟରେ…
ଖୋଲା
ଅଧ୍ୟାୟ ୪୬
ଯାହାକୁ ଭେଟିଲା ଏ ଜୀବନ
ଫେରି ଆସିଲା ଅସହାୟ ହୋଇ ସବୁ ମତଲବୀ ଦେଖୁଛି ଅନୁଭବ କରିଛି ଡାକୁଛି ହାତ ଠାରି କାହା ପାଖେ ନାହିଁ ସମୟ ନେବ ହାତ ଧରି ପାରି କରିଦେବ ଏ ଉଛୁଳା ନଈଟାକୁ ଏପାରିରେ ନଈ କୂଳରେ ମୁଁ ଯେ ଏକାକୀ ଯିବାକୁ ଅଛି ପାରି ହୋଇ ସେ ପାରିକୁ। ଆଜିଯାଏ ସବୁ ମିଛ ସମ୍ପର୍କ ମୋ ଆଗରେ ପଛରେ କେହି ନାହିଁ ବୁଲି ପଡ଼ି ଦେଖିଲି ଆଗକୁ ବିରାଟ ନଦୀ ହେଲେ ମୁଁ ଏକାକୀ। କୁଆଡେ ଗଲେ ସମ୍ପର୍କୀୟ ମାନେ? କାମ ସରିଲେ ନାହିଁ…
ଖୋଲା
ଅଧ୍ୟାୟ ୪୭
ତୁମ ମୋ ଭିତରେ ସମ୍ପର୍କ
ଏଇ ମାତ୍ର କେତେଟା ମୁହୂର୍ତ୍ତ ଦିନ ବା ବର୍ଷର ତଥାପି ତୁମେ ଯେ ଏତେ ନିଜର ବୋଧହୁଏ ଏ ସମ୍ପର୍କ ଆର ଜନ୍ମର । ଋତୁର ଫଗୁଣ କୋଇଲିର କୁହୁ ତାନ ରଙ୍ଗୀନ ଦୁନିଆ, ମହମହ ଫୁଲର ବାସ ରୂପରେ ମେଲଣ ସବୁ ଯେ ବେକାର.. ସବୁଜ ମନଟା ତୁମ ବିନା ଧୂସର ଧୂସର ରଙ୍ଗୀନ ଦୁନିଆ ତୁମ ବିନା ଫିକା ଫିକା ତୁମ ବିନା ଏମିତି ସତେ ବିରହୀ ରାଧିକା !
ଖୋଲା
ଅଧ୍ୟାୟ ୪୮
ସତେ କୃଷ୍ଣ !
ଅସହାୟ କୃଷ୍ଣ ବିନା ହେ ସାଥୀ ତୁମେ ମୋର ପରମ ତୃପ୍ତି କେଉଁ ଯୁଗର ହୃଦୟର ସମ୍ପର୍କ ଅତିଥି ମୋ ଭଗ୍ନ କୁଟୀରର ମୋ ପ୍ରେମର ଅର୍ଘ୍ୟ ଗ୍ରହଣକର ଏ କି ଆକର୍ଷଣ ! କେଉଁ ଅୟୁତ ଯୁଗର ଏ ସମ୍ପର୍କ ! ତୁମ ବିନା ଖାଲି ଖାଲି ମନ ଆଉ ଖାଲି ଖାଲି ଯେ ହୃଦୟ । ହେ ପ୍ରିୟତମ! କ’ଣ ତୁମର ମୋର ସମ୍ପର୍କ କୁହ ଥରେ ଜାଣିଛ କି ଏ କେଉଁ ଜନ୍ମର ବନ୍ଧନ ତୁମ ବିନା ଲାଗେ ଅଧୁରା ଏ ଜୀବନ ।
ଖୋଲା
ଅଧ୍ୟାୟ ୪୯
କେବେ ଛଳଛଳ ଉଛୁଳା ନଈଟିଏ
କେବେ ଆଗକୁ ସେ ବୋହି ଯାଏ କେବେ ଆକାଶର ଜହ୍ନ ପରି ଛନଛନ ଭାରି ସୁନ୍ଦର ମନକୁ ମୋହିନିଏ ଜୋର୍ରେ ଭିଡିଦେଲେ ଛିଣ୍ଡି ଯାଏ ସମ୍ପର୍କର ରଜ୍ଜୁ ଅତି କୋମଳରେ ଧରିଲେ ହାତୁ ଯାଏ ଖସି, ଧରିପାରିଲେ ଅତି ଆଦରରେ ବନ୍ଧା ପଡ଼ିଯାଏ ସେ ପଣତ ପାଖରେ । ସମ୍ପର୍କ! ଦୁଇ ମନର ହୃଦୟର ସେତୁ ଟିଏ ଦରକାର ନାହିଁ ପଥର ସିମେଣ୍ଟବସ୍ତା ଟିଏ ମମତାର ରଜ୍ଜୁ ରେ ବନ୍ଧା ଯାଇଥାଏ.. ଅନାବିଳ ସେ ମମତାର ବନ୍ଧନ ଭାରି ମିଠା ଲାଗେ…
ଖୋଲା
ଅଧ୍ୟାୟ ୫୦
କେମିତି ଏ ସମ୍ପର୍କ
ତୁମେ ଜାଣ ମୁଁ ଜାଣେ ଟିକ୍ଟିକ୍ କରେ ହୃଦୟ ମନ ନିତିନିତି ଜଳେ । କେତେ ଦୂରେ ତୁମେ କେତେ ଦୂରେ ମୁଁ କାହିଁକି ଜଳେ ବିରହରେ ଏ ଶୀତ ଛୁଉଁ ଛୁଉଁ ? ଥରିଯାଏ ଦେହ ହୃଦୟ ବି ଥରୁଥାଏ ତୁମ ଭାବନାରେ ସାଥୀ ଏ ମନ ବି ଜଳୁଥାଏ ଜହ୍ନର ଜୋଚ୍ଛନାଠୁ ମିଠା ଲାଗେ ତୁମ ଭାବନା ଛୁଇଁ ଦେଲେ ଥରେ ଜମା ଭୁଲି ହୁଏନା।
ଖୋଲା
ଅଧ୍ୟାୟ ୫୧
କେମିତି ଏ ସମ୍ପର୍କ
ହାୟ, ଯନ୍ତ୍ରଣା ନଈ ପାଖେ ନେଇଯାଏ ସେ ନଈ ଭିତରେ ସାଥୀ ତୁମ ମୁହଁ ଦିଶୁଥାଏ କଇଁ ପରି ଭିଜୁଥାଏ ମୁଁ ପ୍ରେମର ପହିଲି ଛୁଆଁରେ ହାତ ଠାରି ଡାକୁଥାଏ ତୁମ ସ୍ମୃତି ଦୂର ଜହ୍ନରେ। ସାଗର ବେଳାରେ ଭିଜା ବାଲୁକା ଭିତରେ ଖୋଜୁଥାଏ ତୁମ ପାଦ ଚିହ୍ନ ଏଇ ଅବୁଝା ମନରେ। ଲହରୀ ଛୁଇଁଲେ ଛୁଇଁ ଯାଏ ତୁମ ସ୍ମୃତି କେମିତି ଏ ସମ୍ପର୍କ ଭାବେ ବସି ନିତି ନିତି । ଫୁଲ ଭିତରେ ସତେ ତୁମ ମୁହଁ ଚାନ୍ଦର ଚାନ୍ଦିନୀରେ ତୁମେ ପୁଣି ରହିଥାଅ…
ଖୋଲା
ଅଧ୍ୟାୟ ୫୨
ପାଖେ ନାହଁ ହେଲେ
ପାଖେ ରହି ଥାଅ.. ଛୁଇଁ ନାହଁ ପୁଣି ହୃଦୟରେ ଛୁଇଁ ଦିଅ। କେମିତି ଏ ସମ୍ପର୍କ ! ଭୁଲି ହୁଏନା ଜମା ମନରୁ ଚିହ୍ନ ବି ଲିଭେନା ଏଇ ଛାତିରୁ ବୁଢିଆଣୀ ଜାଲପରି ଛନ୍ଦି ହୋଇଯାଏ ମୁକୁଳିବାକୁ ଚାହିଁଲେ ସେ ସମ୍ପର୍କର ରାଣ ଦେଇଥାଏ ବୁଝି ମୁଁ ପାରେନା କେମିତି ସମ୍ପର୍କ ଇଏ !
ଖୋଲା
ଅଧ୍ୟାୟ ୫୩
ତୁମ ମୋ ଭିତରେ ସମ୍ପର୍କ
ହୃଦୟ ସହ ହୃଦୟର ମିଳନ ନାହିଁ ସେଠି କିଛି ଭେଦଭାବ ସମାଜର ବାଛବିଚାର । ନୀରବରେ କିଛି କୁହେ ଏ ହୃଦୟକୁ ତୁମକୁ ଶୁଭିଯାଏ ସେଠି ଏ ମନର ଭାବନା ଛୁଇଁ ଯାଏ ତୁମକୁ ତୁମ ଭାବନା ଛୁଇଁଯାଏ ମୋତେ। ଏଇ ତ ସମ୍ପର୍କ! ଦୂର ଆକାଶରେ ଚାନ୍ଦ ଛୁଇଁଯାଏ ପଙ୍କ ପୋଖରୀର କଇଁକୁ ସୂର୍ଯ୍ୟ ଘୂରାଏ ତା’ ଇଛାରେ ପୃଥିବୀର ସୂର୍ଯ୍ୟମୁଖୀକୁ ସୂର୍ଯ୍ୟର ଆଗମନରେ ପଦ୍ମ ଫୁଟେ ନଦୀ ଆପେ ଆପେ ସାଗରକୁ ଖୋଜି, ଧାଇଁ ଯାଏ।
ଖୋଲା
ଅଧ୍ୟାୟ ୫୪
ଏଇତ ସମ୍ପର୍କ !
କେଉଁ ଆବହମାନ କାଳରୁ ରହିଆସିଛି ଫଗୁଣ ସହ ରଙ୍ଗ ଆଉ ଫୁଲ ସହ ଭ୍ରମର ପ୍ରେମରେ ଭରପୂର ହୃଦୟ ସେଥିପାଇଁ ତ ଛାତିରେ ସ୍ପନ୍ଦନ ହୃଦୟ ଭାବ ମନର ଅନାବନା ଭାବନା ଏମାନଙ୍କର ସମ୍ପର୍କ ଯେ ବିଧି ନିର୍ଦ୍ଦିଷ୍ଟ। ସମ୍ପର୍କ! ତୁମେ ମୋ ସମ୍ପର୍କ ଯେ ଆମ ମନର ଭାବନା, ହୃଦୟର ମିଳନ ଛାତିର ସ୍ପନ୍ଦନ ଆଖି ବୁଜିଦେଲେ ସେଇ ସମ୍ପର୍କର ଦ୍ୱାହିରେ ତୁମେପରା ଚାଲିଆସ ହୃଦୟରେ ଘର କରି ରହିଯାଅ ଚୁପିଚୁପି ମୋ କାନରେ କହିଦିଅ…
ଖୋଲା
ଅଧ୍ୟାୟ ୫୫
ସମ୍ପର୍କ !
ସେଇ ସମ୍ପର୍କ ପାଇଁ ମୁଁ ତୁମକୁ ଖୋଜିଯାଏ ଆକାଶରୁ ପୃଥିବୀ ଖୋଜେ ଏଣେତେଣେ ସବୁଆଡ଼େ ମୋ’ ଚାରି ପାଖରେ ମୋ ହୃଦୟର ଚାରି କାନ୍ଥରେ ପାଏ ତୁମକୁ ତୁମେ ଯେ ନିଜର କେବଳ ମୋର ହଁ କେବଳ ମୋର, ସମ୍ପର୍କ କୁହେ ତୁମେ ଯେ ମୋର। ଛାତିରେ ହାତ ମାରିଦେଲେ ତୁମେ ଧରି ନିଅ ଆଖି ମୁଦିଦେଲେ ତୁମେ ଦେଖା ଯାଅ ହୃଦୟକୁ ପଚାରିଲେ କୁହେ ତୁମେ ମୋର ଅତି ଆପଣାର ଅନୁଭବରେ ସମ୍ପର୍କ ଭାରି ମିଠା ସମ୍ପର୍କର ରଜ୍ଜୁ ବହୁତ ଶକ୍ତ ଧରି ପାରିଲେ…
ଖୋଲା
ଅଧ୍ୟାୟ ୫୬
ସମ୍ପର୍କ ତୁମ ମୋ ଭିତରେ
ଠିକ୍ ଆକାଶ ଆଉ ନୀଳିମା ସାଗର ଆଉ ଲହରି ଚାନ୍ଦ ଆଉ ଚାନ୍ଦିନୀ ଫୁଲ ଆଉ ରଙ୍ଗ ଶୀତ ଆଉ କୁହୁଡି ମେଘ ଆଉ ମୟୂର ଆମ୍ବ ବଉଳ ଆଉ ଫଗୁଣ। ତୁମ ମୋ ସମ୍ପର୍କ ହୋଇପାରେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତର ତଥାପି କିଛି ହୃଦୟର ଆବେଗ ମମତାର ସେତୁଟିଏ ସମ୍ପର୍କର ମାନେ ନା ତୁମେ ବୁଝାଇ ପାରିବ ନା ମୁଁ ତଥାପି ଦୁଇଟି ହୃଦୟର ମିଠା ମିଠା ଅନୁଭବ ସେ।
ଖୋଲା
ଅଧ୍ୟାୟ ୫୭
କେବଳ ଜଣଙ୍କ ହୃଦୟରେ
ଆନ ପାଇଁ ସଦ୍ଭାବନା ସମ୍ପର୍କ ପ୍ରୀତିର ଫୁଲଟିଏ ଫୁଟେ ହୃଦୟ ବଗିଚାରେ ଜୋର୍ ଧରିଲେ ଛିଡ଼ିଯାଏ ହାଲ୍କାରେ ଖସିଯାଏ ଅବିଶ୍ୱାସରେ ତୁଟିଥାଏ ବିଶ୍ୱାସ, ସ୍ନେହରେ ରହିଯାଏ। ସମ୍ପର୍କ ମମତାର ଫଲ୍ଗୁଧାରା ପବିତ୍ର ଗଙ୍ଗା ପରି ସ୍ୱଚ୍ଛ ଏଠି ନଥାଏ ଛଳନା ନଥାଏ ପରଶ୍ରୀକାତରତା ସ୍ୱାର୍ଥ ଆଉ ଈର୍ଷା । ଜଣଙ୍କ ଆଖିର ଲୁହ ଆନ ଆଖିରୁ ଝରିଯାଏ ଜଣଙ୍କ ହୃଦୟର ଭାଷା ଆନ ଜଣେ ନୀରବରେ ପଢିଦିଏ। ବିପଦ ଆପଦେ ଜଣେ ଜଣଙ୍କର ସାହାରା…
ଖୋଲା
ଅଧ୍ୟାୟ ୫୮
ଦୁଇଟି ମନକୁ ବାନ୍ଧି ରଖିଥିବା ରଜ୍ଜୁ
ମରିଯାଇଥିବା ମନରେ କ୍ଷୀଣ ଆଶାଟିଏ ଯାହା ଥାଏ ମଣିଷ ସହ ମଣିଷର ଏଇ ଟିକେ ମିଠା କଥା ଆଉ କିଛି ସମବେଦନା ସାନ୍ତ୍ୱନା । ମନଟା ଏମିତି ଅବୁଝା ଯେ ନିଜେ ଜମା ବୁଝେନି କିଏ ନିଜର ହୋଇ ବୁଝାଇଦେଲେ ସେ ବୁଝିଯାଏ ସେଇଠି ସମ୍ପର୍କର ସେତୁ ଗଢିଉଠେ କିଛି ନାହିଁ ଏଇ ବଂଚିବା ପାଇଁ ଟିକେ ସାହାରା ।
ଖୋଲା
ଅଧ୍ୟାୟ ୫୯
ହୃଦୟର ଆବେଗ
କେତେବେଳେ କେମିତି କେଉଁଠି ବି ଗଢିଉଠେ କାହାସହ ଏ ହୃଦୟଟା ଭାରି ବେସାହାରା ନିଜ ସହ ନିଜେ ସାଲିସ କରି ମଣିଷ ବଂଚେ ଚାଲୁ ଚାଲୁ ଏକଲା ପଣରେ ଥକିଯାଏ କେହି ଯଦି ହାତ ଧରିବାକୁ ବଢ଼ାଇଦିଏ ହାତ ସେଇଠି ସମ୍ପର୍କର ସେତୁ ଗଢିଉଠେ। ସମ୍ପର୍କ, ବଂଚିବାର ଗୋଟିଏ ବାହାନା କେତେ ଦିନ ପାଇଁ ପ୍ରତିଶ୍ରୁତି ବିପଦରେ କେହି ଜଣେ ସାଥୀ ଲୁହ ପୋଛିବା ପାଇଁ ଗୋଟିଏ ହାତ ଭାରାକ୍ରାନ୍ତ ମନକୁ ହାଲକା କରେ ନୀରବି ଯାଇଥିବା ଓଠରେ ହସ…
ଖୋଲା
ଅଧ୍ୟାୟ ୬୦
ସମ୍ପର୍କ କେତେ ମିଠା ସତେ
ଅନୁଭବୀ ପାରେ ଜାଣି ଅନ୍ତରୁ ଅନ୍ତର ହୋଇଗଲେ ଅନ୍ତର ହୃଦୟ ହୁଅଇ ହାଣି ହୃଦୟରୁ ହୃଦୟକୁ ଛୁଇଁଯାଏ ଥାଅ ଯେତେ ଦୂରେ ସମ୍ପର୍କର ପରିଭାଷା କେତେ ସୁନ୍ଦର ଯିଏ ବୁଝି ପାରେ । ମାନସ ପଟରେ ଅଙ୍କାଥାଏ ଛବି ଏକ ହୃଦୟର କଥା ଆନ ହୃଦୟ ପାରେ ସହଜେ ବୁଝି ବିପଦ ଆପଦେ ଦରକାର ଆସେ ସମ୍ପର୍କଟିଏ ଗଢିଥିଲେ ଖୋଜି।
ଖୋଲା
ଅଧ୍ୟାୟ ୬୧
ନୀରବତା ଭଙ୍ଗ କରି ଖୋଜିଲି ସମ୍ପର୍କକୁ
ଛୋଟଠୁ ବଡ଼ଯାଏ ଆତ୍ମୀୟଠୁ ପରଯାଏ ଏଠି ସେଠି ସବୁଠି କାହିଁ ପାଇଲିନି କେଉଁଠି ତାକୁ। ଅଛି ତ ସମ୍ପର୍କ କିଛି ଦେଖିଲି ସବୁ ଆଡ଼େ କିଛି ଅହଙ୍କାର କିଛି ଆତ୍ମଗର୍ବ, କିଛି ଈର୍ଷା ଆଉ ପରଶ୍ରୀକାତରତା ସ୍ୱାର୍ଥ ଭିତରେ। ହେଲେ ଆଜିକାଲି ସମ୍ପର୍କର ମାନେ ସ୍ୱାର୍ଥ ଆଉ ସ୍ୱାର୍ଥ ନେଣଦେଣ ନୀତିରେ ତିଷ୍ଠି ପାରେ। ଆଜିକାଲି ସମ୍ପର୍କରେ ଅଳନ୍ଧୁ ଠିକ୍ କାନ୍ଥର ଆଇନା ପରି ପୋଛିଲେ ବି ପୁଣି ସଫା ଲାଗେନା ଆଗପରି ସଫା ହୃଦୟଟିଏ ମିଳେନା ଯେତେ…
ଖୋଲା
ଅଧ୍ୟାୟ ୬୨
କିଛି ତ ନିଶ୍ଚୟ ମିଠା
କିଛି ଭାରି ଖଟା କିଛି ତ ଭଲ ଲାଗେ ଆଉ କିଛି ରହି କଷ୍ଟ ଦେଇଥାଏ ଯେଉଁ ସମ୍ପର୍କ ରହି କଷ୍ଟ ଦିଏ ସେ ସମ୍ପର୍କଠୁ ମନ ଦୂରେଇ ଦିଏ ଯିଏ ବୁଝିଛି ସମ୍ପର୍କର ମାନେ ତାକୁ ହୃଦୟରୁ ମଣିଷ ଭଲପାଏ । ମୁଁ ଗଢ଼ିଥିବା ସମ୍ପର୍କ ବା ତୁମେ ଗଢିଥିବା ସମ୍ପର୍କ ତିଷ୍ଠି ପାରିଲାନି ବୋଧେ ଏଥିପାଇଁ ସେଥିରେ ମମତା ନାହିଁ। ସମ୍ପର୍କର ପରିଭାଷା ନୁହେଁ ସମାଲୋଚନା ସମ୍ପର୍କର ପରିଭାଷା ନୁହେଁ ଈର୍ଷା ସମ୍ପର୍କ ଆସେ ହୃଦୟର ମମତାରୁ ସମ୍ପର୍କ ଆସେ…
ଖୋଲା
ଅଧ୍ୟାୟ ୬୩
ଏଇତ ସମ୍ପର୍କ
ଟାଣି ନିଏ ଅନେକ ଦୂରକୁ ଛୁଇଁ ଯାଏ ଢେଉଟିଏ ପରି ହୃଦୟ ବେଳାଭୂମିକୁ । ଭାବ ବିହ୍ୱଳିତ କରିଦିଏ ମନର ଆବେଗକୁ ମିଠା ମିଠା କରିଦିଏ ଏଇ ଜୀବନକୁ । ଶବ୍ଦର ଚୁମ୍ବକ ଟାଣି ନିଏ ଏକ କରେ ଦୁଇଟି ହୃଦୟ ମମତାର ବାରିଧିରେ ପ୍ଲାବିତ କରେ ଜୀବନକୁ । ନଥାଏ ମାନ ଅଭିମାନ ଈର୍ଷା କି କାତରତା ଖାଲି ଥାଏ ମନରେ ପ୍ରେମ ଦୁଇଟି ଖିଆଲି ମନ ଭାସିଯାଏ ମିଠା ମିଠା ଆବେଗରେ। ଆଖି ଆଇନାରେ ଖାଲି ସେଇ ଗୋଟିଏ ଛବି…
ଖୋଲା
ଅଧ୍ୟାୟ ୬୪
ଏଇତ ସମ୍ପର୍କ
ଭଲ ଲାଗେ ତୁମ କଥା ଭଲ ଲାଗେ ତୁମ ନୀରବତା ଭଲ ଲାଗେ ତୁମ ଆଶ୍ୱାସନା ତୁମ ସାନ୍ତ୍ୱନା । ସମ୍ପର୍କର ଦ୍ୱାହି ଦେଇ ମୁଁ ହଜିଯାଏ ତୁମ ସ୍ପନ୍ଦନରେ ତୁମେ ହଜିଯାଅ ଏ ଛାତିରେ ମନ ସହ ମନ ମିଶିଯାଏ ହୃଦୟ ସହ ହୃଦୟ ମିଶିଯାଏ ବଞ୍ଚିବାର ବାହାନା ତୁମେ ହୋଇଯାଅ ତୁମେ ନ ଥିଲେ ମୁଁ ନାହିଁ ମୁଁ ନଥିଲେ ତୁମେ। ଅଜଣାରୁ ଜଣା ଅଚିହ୍ନାରୁ ଚିହ୍ନା ତା’ପରେ ତୁମେ ମୋ ନିଃଶ୍ୱାସ ଆଉ ମୁଁ ରହିଗଲି ବିଶ୍ୱାସରେ ଏଇ ତ ଆମ ସମ୍ପର୍କ।
ଖୋଲା
ଅଧ୍ୟାୟ ୬୫
ଥିଲେ ଦୂରେ ଲାଗେ ପାଖରେ
ନୀରବତାରେ ଅନେକ କଥା କହି ଦିଅ ନୀରବ ଆଖିକୁ ଏକା ନିଃଶ୍ୱାସରେ ପଢିଯାଏ ଏଇତ ଆମ ସମ୍ପର୍କ । ଚୁପିଚୁପି ଛୁଇଁଦିଅ ମନକୁ ଧୀରେ ଧୀରେ ମାପ ହୃଦୟର ଗଭୀରତାକୁ ଆସ୍ତେ ଆସ୍ତେ ଚାଲିଆସ ମୋ ମନ ଅଗଣାକୁ ଲୁଚିଲୁଚି ଆଙ୍କି ଦିଅ ଝୋଟି ବୁଣିଦିଅ ପ୍ରେମ ଅବିର ଚୁମି ଯାଅ ମଧୁମକ୍ଷୀ ପରି। ଏଇତ ସମ୍ପର୍କ! ସାହାରା ବନି ଯାଅ ହାତଧରି ପଥ ଦେଖାଅ ଆଉ କ'ଣ ଯେ ଏଇତ ସମ୍ପର୍କ ଆମ ଭିତରେ ଆହା କି ମିଠା ସେ ରସ…
ଖୋଲା
ଅଧ୍ୟାୟ ୬୬
ମାଳିଟିଏ ମୁଁ
ମିଛ ସଂସାର ମାୟାର ବନ୍ଧନ କେହି ନୁହେଁ କାହାର ତଥାପି ମୋ ବଗିଚାର ମାଳୀଟିଏ ମୁଁ ସବୁଦିନେ ସଂସାର ରୂପକ ଗଛରେ ପାଣିଦିଏ । ବଢ଼ିଯାଏ ଗଛସବୁ ସବୁଜିମାରେ ଭରିଯାଏ ବଗିଚା ସୁନ୍ଦର ଫୁଲ ଫୁଟେ ଫଳ ଧରେ ଖୁସିହୁଏ ମାଳିଟି ତା’ ପରିଶ୍ରମର ଫଳ ଦେଖିଲେ ଆନନ୍ଦରେ କୁରୁଳିଉଠେ ମନ ସତରେ ବଗିଚାଟି ସୁନ୍ଦର ମାଳୀ ବି ଫଳ ଖାଇବା ପାଇଁ ଇଛା କରେନି ତା'ର ଆତ୍ମତୃପ୍ତି କେବଳ ସୁନ୍ଦର ବଗିଚା ! ମାଳୀ ଜାଣି ପାରେନି ସମୟ…
ଖୋଲା
ଅଧ୍ୟାୟ ୬୭
ଏଇତ ସଂସାର ଏଇତ ଜୀବନ!
କାହିଁକି ଏତେ ଜରାବାସ ସେ ମାଳୀ କ’ଣ ଜଗି ନଥାଏ ତା’ ବଗିଚାକୁ ? ତଥାପି, ସମ୍ପର୍କର ତରାଜୁରେ ଗୋଟିଏ ପଟ ଭାରି ପଡେ କାହିଁକି ବୟସର ଅପରାହ୍ନରେ ? ନୀଳ ଆକାଶରେ ଜହ୍ନ କେତେ ସୁନ୍ଦର ପୁଣି ଉଅାଁସ ମାଡ଼ି ଆସେ କ’ଣପାଇଁଁ ଜୁଆର ଆସେ ନାଚିନାଚି ପରେପରେ ଭଟ୍ଟା ଆସିବା ଧ୍ରୁବ ସତ୍ୟ। ଧନ୍ୟ ତୋର ସୃଷ୍ଟି ଧନ୍ୟ ତୋର ଲୀଳା ମିଛ ସଂସାରରେ କେତେ ରଙ୍ଗ ମାରିଦେଉ ପୁଣି ବେରଙ୍ଗି କରିଦେଉ ସଜାଡ଼ି ଦେଉ ପୁଣି ଉଜାଡି ଦେଉ ।…
ଖୋଲା
ଅଧ୍ୟାୟ ୬୮
କେମିତି ଏ ସମ୍ପର୍କ
ହାୟ ଯନ୍ତ୍ରଣା ନଈ ପାଖେ ନେଇଯାଏ ସେ ନଈ ଭିତରେ ସାଥୀ ତୁମ ମୁହଁ ଦିଶୁଥାଏ କଇଁ ପରି ଭିଜୁଥାଏ ମୁଁ ପ୍ରେମର ପହିଲି ଛୁଆଁରେ ହାତ ଠାରି ଡାକୁଥାଏ ତୁମ ସ୍ମୃତି ଦୂର ଜହ୍ନରେ। ସାଗର ବେଳାରେ ଭିଜା ବାଲୁକା ଭିତରେ ଖୋଜୁଥାଏ ତୁମ ପାଦ ଚିହ୍ନ ଏଇ ଅବୁଝା ମନରେ। ଲହରୀ ଛୁଇଁଲେ ଛୁଇଁ ଯାଏ ତୁମ ସ୍ମୃତି କେମିତି ଏ ସମ୍ପର୍କ ଭାବେ ବସି ନିତିନିତି ଫୁଲ ଭିତରେ ସତେ ତୁମ ମୁହଁ ଚାନ୍ଦର ଚାନ୍ଦିନୀରେ ତୁମେ ପୁଣି ରହିଥାଅ। ଚାରିପାଖେ…
ଖୋଲା
ଅଧ୍ୟାୟ ୬୯
ଦୁଇଟି ମନର ଆବେଗ
ଛାତି ତଳେ ଦୁଇଟି ମୁହଁ ବୁଢ଼ିଆଣି ଜାଲପରି ଛନ୍ଦି ହୋଇ ଯାଏ ଜୀବନ। କେଉଁଠି ଆରମ୍ଭ କେଉଁଠି ହୁଏ ଶେଷ ଜଣାନାହିଁ କେବେ ଅଣନିଃଶ୍ୱାସୀ କରିଦିଏ କେବେ ହୃଦୟ ତରଳାଇଦିଏ କେବେ ଆତୁର କେବେ ଭୟାତୁର । କେବେ ମନ ଆନ୍ଦୋଳିତ କରେ ସମ୍ପର୍କ ଜୋର୍ କରି ଧରିଲେ ଛିଣ୍ଡିଯାଏ ହାଲକାରେ ଖସିଯାଏ ମମତାରେ ମଜବୁତ୍ ହୁଏ ମାନ ଅଭିମାନ ଲାଭ କ୍ଷତିର ହିସାବ ନ ଥାଏ ସ୍ୱାର୍ଥଠାରୁ ବହୁ ଊର୍ଦ୍ଧ୍ୱରେ ଛଳନା ପ୍ରତାରଣାର ସ୍ଥାନ ନାହିଁ ନେବା…
ଖୋଲା
ଅଧ୍ୟାୟ ୭୦
ଏକ ସେତୁ ଦୁଇଟି ମନର
ଦୁଇଟି ହୃଦୟର ବିଶ୍ୱାସର ମଞ୍ଜିଟିଏ ବିରାଟ ମହାଦ୍ରୁମପାଇଁ ଗୋଟିଏ ହୃଦୟର ପ୍ରତିଛବି ଅନ୍ୟ ହୃଦୟର ମନ କାନ୍ଭାସରେ । ସମ୍ପର୍କ ! ମିଠାମିଠା ଭାରି ମିଠା ସେ ଅନୁଭବୀ ଜାଣେ କୁଆଁର ପୂନେଇଁ ଜହ୍ନଠୁ ସଫା ଶରତ ଆକାଶ ପରି ନିର୍ମଳ ହୃଦୟର ପରିଭାଷା । ସମ୍ପର୍କ ! ସମୁଦ୍ରର ନୀଳ ଢେଉ ପରି ନୀଳ ନୀଳ ଗୋଲାପଠୁ ଆହୁରି ସୁନ୍ଦର ଆହୁରି ଲାଲ୍ ଏକ ମନର ଆବେଗ ଟାଣି ନିଏ ବହୁ ଦୂର ଆଲୋକର ଗତିଠୁ ଆହୁରି କ୍ଷିପ୍ର…
ଖୋଲା
ଅଧ୍ୟାୟ ୭୧
ସମ୍ପର୍କ !
ଏମିତି ଅମୂଲ୍ୟ ଚିଜଟିଏ ତାକୁ ରଖ ବନ୍ଧୁ, ହୃଦୟ ସିନ୍ଧୁକରେ ସାଇତି କରି ଅତି ଯନôରେ ତାହା ହେଲେ ସମ୍ପର୍କ ସେ ସବୁଠି ଥିବ ତୁମ ସାଥୀରେ ନିଶ୍ଚୟ ଆସିବ ତୁମ ଦରକାରରେ ଅଭିମାନ କେବଳ ଭାଙ୍ଗିଦିଏ ମଜବୁତ ହୃଦୟକୁ ଗଢ଼ି ପାରେନା ସୁନ୍ଦର ସମ୍ପର୍କଟିଏ । ସମ୍ପର୍କ ! ନରମ ଚାରାଟିଏ ତାକୁ ମମତାର ଜଳ ସ୍ନେହର ମଳୟ କୋମଳ ହାତର ପରଶ ବିଶ୍ୱାସର ମାଟି ଦେଇ ଯନô ନେବା ନିହାତି ଦରକାର ସେ ହୁଏ ସୁନ୍ଦର…
ଖୋଲା
ଅଧ୍ୟାୟ ୭୨
ଏଇ ତ ସମ୍ପର୍କ
ତୁମ ମୋ ଭିତର ଦୁଇଟି ଦେହ ଦୁଇଟି ହୃଦୟ ଗୋଟିଏ ମନ । ଜଣକ ପାଇଁ ଆନ ଜଣଙ୍କର ସ୍ପନ୍ଦନ ଚାଲେ ଜଣଙ୍କ ମିଠା କଥାରେ ଆନ ଜଣେ ବିମୋହିତ ହୁଏ। କହିବା ଆଗରୁ ଆଉ ଜଣେ ବୁଝିଥାଏ ପଡ଼ିଯିବା ଆଗରୁ ଆଉ ଜଣେ ହାତ ଧରିନିଏ ହାରିବା ଆଗରୁ ଆଉ ଜଣେ ଜଣକୁ ଜିତିବାକୁ ଚେଷ୍ଟା କରେ।
ଖୋଲା
ଅଧ୍ୟାୟ ୭୩
ଜଣଙ୍କ ଆଖିର ଲୁହରେ
ଆଉ ଜଣେ କାନ୍ଦିଉଠେ ଖୋଜିବା ମାତ୍ରେ ଆସେ ହୃଦୟକୁ ସେ ସିନା ସାଥୀଟିଏ । ସମ୍ପର୍କରେ ନ ଥାଏ ଆବିଳତା ନଥାଏ ଈର୍ଷା ସତରେ ଏମିତି ସମ୍ପର୍କରେ ହଜିଯିବାକୁ ଭଲ ଲାଗେ ଆଜୀବନ ତୁମେ ମୋ ପାଇଁ ମିଠା ସାଥୀଟିଏ ତୁମ ଦୁଇ ପଦ କଥାରେ ଏ ହୃଦୟକୁ ମିଳେ ଶାନ୍ତି ଆତ୍ମତୃପ୍ତି । ଇଛା ହୁଏ ତୁମ ମିଠା ସମ୍ପର୍କରେ ବାନ୍ଧି ହେଇଯାଆନ୍ତି ସାରା ଜୀବନ ସମ୍ପର୍କର ମାନେ କା’ ପାଇଁ କେମିତି ମୋ ପାଇଁ ରାତିର ରଜନୀଗନ୍ଧା ସ୍ୱର୍ଗ ର ପାରିଜାତ…
ଖୋଲା
ଅଧ୍ୟାୟ ୭୪
ଶବ୍ଦଟା ବୁଝିବା ଭାରି କଷ୍ଟ
ପ୍ରଥମେ ଆସେ ମିଠା ମିଠା ଶବ୍ଦରେ ବାନ୍ଧି ଦିଏ ଗୋଡ଼କୁ ମୁଣ୍ଡଯାଏ ମତୁଆଲା ପ୍ରେମରେ । ଧିରେ ଧିରେ ଆଗେଇଯାଏ କାହିଁ ହୃଦୟର ନିଭୃତ କୋଣରୁ ଲମ୍ୱିଯାଏ କେଉଁ ଅଜଣା ରାଇଜକୁ ପରିବ୍ୟାପ୍ତ ସୀମାହୀନ ଆକାଶଯାଏ କାହିଁକି କେଜାଣି ଆସ୍ତେ ଆସ୍ତେ ସମ୍ପର୍କର ରଙ୍ଗଟା ଫିକା ପଡିଯାଏ ଯେମିତି ଜୁଆର ପରେ ଭଟ୍ଟା ବୁଝିହୁଏ ନା କି ବୁଝାଇ ହୁଏନା କାହିଁକି ଏମିତି ହୁଏ ଏତେ ଭଲ ଲାଗୁଥିବା ମଣିଷଟା କ’ଣ ବଦଳିଯାଇପାରେ! ନା ସମୟଟା ଏମିତି…
ଖୋଲା
ଅଧ୍ୟାୟ ୭୫
ବନ୍ଧୁ ହେ ବନ୍ଧୁ ପରି ଆସ
କୃଷ୍ଣ ସୁଦାମାର ଭାବ ନେଇ ସେ ବନ୍ଧୁତା ଚିର ଅମଳିନ ରହିବ ଜଗତେ ଯୁଗ ଯୁଗ ପାଇଁ। ମିଛ ସମ୍ପର୍କରେ ଆସିବନି ବନ୍ଧୁ ସହଜେ ଭଙ୍ଗା ହୃଦୟ ମୋର ମମତାର ଫଗୁ ଉଡ଼ାଇ ଆସିବ ଦେଖ ହସୁଛି ଫଗୁଣ ଆସିବେ ରାଧା କୃଷ୍ଣ ପ୍ରୀତିର ଅବିର ବୁଣି ଫଗୁ ଦଶମୀରେ ସେମିତି ଖୁସି ନେଇ ଆସ ଏଇ ବନ୍ଧୁତା ଜୀବନରେ। କୃଷ୍ଣ ସୁଦାମା ପରି ଆସ ଜୀବନେ ବନ୍ଧୁତାର ଦ୍ୱାହି ଦେଇ ବନ୍ଧୁଙ୍କ ପାଇଁ ଯେପରି ହୃଦୟର ଦ୍ୱାର ଆପେ ଖୋଲି ଯାଇ।
ଖୋଲା
ଅଧ୍ୟାୟ ୭୬
ଛଳନା ନେଇ କେବେ ଆସିବନି
ସମ୍ପର୍କଟା ଭୁଷୁଡି ଯିବ ବଂଚି ଥାଉଥାଉ ଜୀବନଟା ଚାଲିଯିବ ଦୁଃଖରେ ସୁଖରେ ଆସ ବନ୍ଧୁତାର ମନ ନେଇ ବିପଦରେ ଥାଅ ସାଥିଟିଏ ହୋଇ। ସ୍ୱାର୍ଥପର ମନ ନେଇ କେବେ ଆସିବନି ବନ୍ଧୁ ଭାଙ୍ଗିଯିବ ଏଇ ସମ୍ପର୍କର ସେତୁ ଦୂରେ ଥାଅ କି ପାଖେ ଥାଅ ନାହିଁ ମନରେ ଦୁଃଖ ବନ୍ଧୁ ପରି ବନ୍ଧୁ ହୋଇ ରହିବା ଶିଖ। ବିଶ୍ୱାସର ମଞ୍ଜି ବୁଣି ଦେଇ ପ୍ରତାରଣା କରିବ ନାହିଁ ହୃଦୟ ସହିତ ହୃଦୟ ମିଶିଲେ ବନ୍ଧୁତା ଅମଳିନ ରହି ଥାଇ। ଆଜି ମିଠା କଥା…
ଖୋଲା
ଅଧ୍ୟାୟ ୭୭
ସେ ଦିନ ତୁମେ ଥିଲ ଅଚାନକ
ଏମିତି ଭାବପ୍ରବଣତାରେ ମିଛିମିଛିକା ସମ୍ପର୍କର ରଜ୍ଜୁରେ ଏଇ ମନର ନୀରବ ଇଲାକାରେ। ମନର ଆବେଗରେ ଆମେ ଥିଲେ ବହୁତ ପାଖରେ ଚୁମି ଯାଉଥିଲ ଏଇ ନୀରବ ମନକୁ ଖୁବ୍ ଆତ୍ମୀୟତାରେ। ସତେ ଅବା ତୁମେ ଆଉ ମୁଁ ସାଗରର ତୃଷ୍ଣା ନଦୀର ବ୍ୟାକୁଳତା ଅଦମ୍ୟ ପିପାସା ଅତି ବ୍ୟାକୁଳତା ଦୁହେଁ ଦୁହିଁଙ୍କ ପାଖରେ..। ଆଜି ଆଜି ତୁମେ ପରିଚିତ ପୃଷ୍ଠାଟିଏ ମନ ଡାଏରୀରେ ଏ ଦରଜ ଛାତିର ଉପଶମ ପାଇଁ ଶାନ୍ତିର ମଲମଟିଏ। ଏ ଭଙ୍ଗା…
ଖୋଲା
ଅଧ୍ୟାୟ ୭୮
ସାହାରା ହୋଇ ଆସ ତୁମେ ଏଇ
ବେସାହାରା ମନ ପ୍ରାଙ୍ଗଣରେ ଲୋଡ଼ା ପଡ ତୁମେ ମୋ ଜୀବନର ନିଛାଟିଆ ପଥରେ। ନୀରବ ନିସ୍ତବ୍ଧ ପାନ୍ଥଶାଳାରେ କ୍ଲାନ୍ତ ପଥିକଟିଏ ମୁଁ ଖୋଜୁଛି ଟିକେ ଆଶ୍ୱାସନା ଆଉ ସାନ୍ତ୍ୱନାର ମଲମ। କାହିଁକି କେଜାଣି ମନ ବେଳାଭୂମିରେ ଅସଂଖ୍ୟ ଢେଉ ଗୁରୁ ଗମ୍ଭୀର ସ୍ୱରରେ ପ୍ରକମ୍ପିତ ଏଇ ଜୀବନ ତଟ ଯଦି ତୁମ ଆସିବାରେ ଶାନ୍ତ ଏ ମନ ତୃପ୍ତ ଏ ଜୀବନ ଥାଅ ତୁମେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ହସିହସି ପିଇ ଦିଏ ସକ୍ରେଟିସ ପରି ବିଷ ସବୁ କିଛି ବି ଲାଗିବନି…
ଖୋଲା
ଅଧ୍ୟାୟ ୭୯
କିଏ ଜାଣେ କେତେବେଳେ ତୁମେ
କେଉଁଠି ଭେଟିବ ଚିହ୍ନିବ କି ନାହିଁ ବନ୍ଧୁ ସମୟ କହିବ । ଆଜି ସିନା ଲାଗେ ତୁମେ ଭାରି ମୋ ନିଜର କାଲିକି ତୁମେ ବଦଳିବ କି ନା କାଲିତ କହିବ ଆଜି ମିଠା ମିଠା ଲାଗେ ଭାରି ଆମ କଥା ସମ୍ପର୍କଟା ଲାଗେ ଭାରି ତୋଫା ତୋଫା ଜହ୍ନ ବି ତ ତୋଫା ଦିଶେ ଦେଖୁନା ତା ଭିତରେ କଳଙ୍କର ଚିହ୍ନ ।
ଖୋଲା
ଅଧ୍ୟାୟ ୮୦
ଆଜି ସିନା ବାଟଟା ଲାଗେ
ଭାରି ସାଧା ସିଧା କାଲିକି କିଏ କହିପାରିବ ପଡ଼ିବ ଫୁଲ କି କଣ୍ଟା ସୁନ୍ଦର ଗୋଲାପଟିଏ ବୋଲି ତୋଳିବାକୁ ମନହୁଏ ଛୁଇଁଲା ବେଳକୁ ସେତ କଣ୍ଟାର ଆଘାତ ଦିଏ ମନତ ଏକ ରଙ୍ଗୀନ କାଗଜର ଡଙ୍ଗା ପରି କେତେବେଳେ କେଉଁଠି ଭାସିବ କେ ପାରିବ କଳି ଏତେ ବଡ଼ ଦୁନିଆରେ ଏତେ ଯେ ଗହଳି କେଉଁଠି ହଜିବ ମନ କେ ପାରିବ ଜାଣି ତୁମେ ସିନା ଆସି ଆଜି ମନକୁ ଚୋରି କରି ମିଠା ଆଲିଙ୍ଗନେ ରୁହ ହୃଦୟରେ ଘର କରି କାଲି ଯେ ତୁମେ ଭାଙ୍ଗି…
ଖୋଲା
ଅଧ୍ୟାୟ ୮୧
ଦେଖନା !
କେତେବେଳେ ଅଦିନିଆ ଝଡ଼ ଆସିଯାଏ ହଠାତ୍ ସୁନାର ସଂସାରକୁ ଭାଙ୍ଗିରୁଜି ଦିଏ ସରାଗରେ ସିନା ତୋଳେ ବସି ସାଗର କୂଳରେ ବାଲିର ସେ ଘର ସାଗର କି ବୁଝେ ମୋ ସୁନାର ସପନ ଲହରୀମାଳ ଆସି ବାଲି ଘର ଧୋଇ ନିଏ ଚାହୁଁ ଚାହୁଁ ଘର ମୋର ସାଗରକୁ ଚାଲିଯାଏ । ଏମିତି ବନ୍ଧୁ ସମ୍ପର୍କ ସୂତାଖିଅ ଟିଏ ପରି ବୁଢ଼ିଆଣୀ ଜାଲରେ ଛନ୍ଦି ହୁଏ ଭାରି ଆଜି ଯାହା ସୁନ୍ଦର କାଲି କି ବଦଳିଯାଏ ଆଜି ତୁମେ ନିଜର ଲାଗ ଭାରି ଏ ଜୀବନେ…
ଖୋଲା
ଅଧ୍ୟାୟ ୮୨
ସମ୍ପର୍କ ଦୁର୍ବଳ ହୋଇଯାଏ
ସେତେବେଳେ ଯେତେବେଳେ ଅନ୍ୟ ଜଣେ ଜଣକୁ ହତାଦର କରେ । ଜଣଙ୍କର ଆବଶ୍ୟକତା ଅନ୍ୟ ଜଣଙ୍କ ପାଖରେ କମିଯାଏ ଦୁଇଟି ମନର ଆବେଗ ଦୁଇଟି ହୃଦୟର ବନ୍ଧନ ପରସ୍ପର ବୁଝାମଣା ଜଣେ ଜଣଙ୍କର ସ୍ପନ୍ଦନ ଭାବନାର ରୂପରେଖ ସେଇଠି ମଜବୁତ ଛଳନା, ହତାଦର, ପ୍ରତାରଣାରେ ଦୁର୍ବଳ ତ ସମ୍ପର୍କ ସେଇଠି ସୁନ୍ଦର ।
ଖୋଲା
ଅଧ୍ୟାୟ ୮୩
ଯେଉଁଠି ଜଣଙ୍କ ପାଇଁ ଜଣେ
ଅତି ଆପଣାର ହୃଦୟର ଆବେଗରେ ଏ ଜୀବନ ବନ୍ଧା ପଡିଥାଏ ସମ୍ପର୍କ ସେତୁ ମମତାର ବାଲି ବିଶ୍ୱାସର ଇଟା ଆଉ ନିଃସ୍ୱାର୍ଥପରତାର ସିମେଣ୍ଟରେ ତିଆରି। ମଜବୁତ ଡୋରିଟା ହୃଦୟରେ ସହାନୁଭୂତିର ଅଠାରେ ଯୋଡିହୁଏ ବୁଡିଆଣୀ ଜାଲ ପରି ଗୁଡେଇ ଦିଏ ଜୀବନକୁ ସେ ହିଁ ସମ୍ପର୍କ । କାହିଁକି ଆସେ ମିଛ ସମ୍ପର୍କ ରଜ୍ଜୁ ଏତେ ଦୁର୍ବଳ କ’ଣ ପାଇଁ ଭରସା ପାଏନା ବିଶ୍ୱାସ ନଥାଏ ସେ ସମ୍ପର୍କର ମାନେ କଣ? କହିପାରିବ! ଆମ ସଂପର୍କ ରଜ୍ଜୁଟା…
ଖୋଲା
ଅଧ୍ୟାୟ ୮୪
କାହା ପାଇଁ କେମିତି
କିଏ ଛଳନାରେ ଗେଇ ତ କିଏ ସ୍ୱାର୍ଥରେ । କିଏ ସମ୍ପର୍କକୁ ନେଇ ପ୍ରତାରଣା କରେ କିଏ ହୃଦୟରୁ ମମତା ଦେଇ ତିଆରି କରେ ତା'ର ରକ୍ତର ପ୍ରତି ବିନ୍ଦୁରେ ତା’ ସ୍ପନ୍ଦନ ଧକ୍ଧକ୍ ରେ ଖୋଜେ ସମ୍ପର୍କକୁ । କ୍ଷଣସ୍ଥାୟୀ ମିଛ ସମ୍ପର୍କ ସତ୍ୟ ଦିନେ ସାମ୍ନାକୁ ଆସେ ମିଛ ସମ୍ପର୍କର ତାଜମହଲଟା ଭାଙ୍ଗି ଖଣ୍ଡଖଣ୍ଡ ହୋଇ ଯାଏ। ସେଇଠି ମରେ ମମତାର ଗଛଟି ଝାଉଁଳିପଡ଼େ ବିଶ୍ୱାସର ଫୁଲଟି ଭାଙ୍ଗିଯାଏ ସରଳ ହୃଦୟଟା ବିନା ଶବ୍ଦରେ ପିଇଯାଏ ଗରଳ…
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍