ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଏଇ ବେପଥୁ ମନ ଭାଷା
ଅକୁହା ଛାତି ତଳର କଥା
ଅବ୍ୟକ୍ତ କୋହର ଗନ୍ତାଘର
ଅବୁଝା ରହିଯାଏ ପୁଣି କିଛି
କେତେ କଥା ଛାତି ଚାପିଥାଏ
କେତେ କଥା ଓଠ ଚାପିଦିଏ
କେତେ କଥା ଲୁହ ପିଇଯାଏ
ସବୁ କ'ଣ କହିପାରେ ତୁମକୁ ।
ମୁଁ ପରା ନାରୀଟିଏ
ଫୁଲ ପରି କୋମଳ ଏ ହୃଦୟ
ସରଳ ମନ ନେଇ ରହିଯାଏ
ଅବୁଝା ହୋଇ ରହିଯାଏ କିଛି
ଆମ ଭିତରର କଥା
ଆଖିରେ ଲୁହ ସବୁ ଚାପିଦିଏ
ଓଠରେ ମଧୁର ଚୁମ୍ବନ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ