ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ନୀଳାମ୍ବୁ ଆକାଶେ ବାରିଦ-ରମଣୀ,
ଘନକୃଷ୍ଣ ଶାଢ଼ି ପିନ୍ଧି।
ଶୂନ୍ୟ ସବାରୀରୁ ଆସ ଗୋ ଓହ୍ଲାଇ,
ଲଗାଇ ସଜଳ ବିନ୍ଦି।ା
ଶୀତଳ ପବନ ଉନ୍ମାଦନା ନେଇ
ଆସିଅଛି ଆକାଶରେ।
ମେଘ ମହ୍ଲାରରେ ମୂର୍ଚ୍ଛନା ତୋଳି
ଚୁମିଯାଅ ଧରା ଥରେ ।ା
ଧରଣୀ ଆକାଶ ମିଳନ ଋଚୁ ଗୋ,
ଶୁଣାଇ ପ୍ରେମର ସ୍ୱର।
ତୃଷିତ ଏ ମାଟି ହେଉ ଋତୁମତୀ,
ସବୁଜିମା ସୃଷ୍ଟି କର ।ା
ସାଇଁ ସାଇଁ ହୋଇ ପବନ ବୋହୁଛି,
ଆବେଗ ସଙ୍ଗୀତ ଗାଇ।
ଶୀତଳ ପରଶେ ପୁଲକିତ ତନୁ,
ଭିଜେ ଆଜି ପ୍ରିୟ ପାଇଁ ।ା
ଅଧିର ହେଉଛି ମନ ବୃନ୍ଦାବନ
ସକାମ ପ୍ରେମରେ ସାଥୀ।
ଋତୁର ନା ବର୍ଷା ।ାା ୧୫
ଖୋଜୁଛି କେବଳ ପ୍ରୀତିର ପୁଲକ
ପାଇବାକୁ ଯାହା ବାକି ।ା
ଛମଛମ ହୋଇ ମନ-ମୟୂରୀ ମୋ
ଆଗ୍ରହରେ ନାଚିଯାଏ।
କଣ୍ଠରେ ସତେ କି ମେଘମହ୍ଲାର
ଗୁଣୁଗୁଣୁ ଗାଉଥାଏ ।ା
କାହିଁକି କେଜାଣି ସହିପାରେ ନାହିଁ,
ଧରା-ଅମ୍ବରର ଗୀତ,
ମେଘ ମହ୍ଲାରେ ବରଷା ଆସୁଛି,
ଅପେକ୍ଷାର କରି ଅନ୍ତ।ା
ଆଗୋ ମଉସୁମୀ ଆସ ମୋ ପାଖକୁ
ଆସ ସଜ ଶରଧାରେ।
ଆଲିଙ୍ଗନେ ତୁମ ସିହରିତ ହେଉ
ମନ ପ୍ରାଣ ନୀରବରେ।ା
ମହକି ଯାଉ ଏ ନିଶ୍ୱାସ ପ୍ରଶ୍ୱାସ,
ତୁମରି ସୋହାଗ ପାଇ।
ଆଷାଢ଼ ଛୁଆଁରେ ଚାଲ ହଜିଯିବା
ମଧୁଗୀତି ଗାଇଗାଇ ।ା
ସପନ ରାଇଜ ଦୂରତା ଦୂରେଇ
ଆସି ଯାଉ ଆଷାଢ଼ରେ।
ମେଘ ମହ୍ଲାରର ଅନୁଭବ ନେଇ
ମଜ୍ଜିଯିବା ପୀରତିରେ ।ା
ଋତୁର ନା ବର୍ଷା ।ାା ୧୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ