ଲୋଡ୍ ହେଉଛି…
ଲୋଡ୍ ହେଉଛି…
ଋତୁର ନାଁ ବର୍ଷା - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଋତୁର ନାଁ ବର୍ଷା
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୫୫ ଅଧ୍ୟାୟ
ଋତୁର ନାଁ ବର୍ଷା
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
ମେଘ ମହ୍ଲାର
ନୀଳାମ୍ବୁ ଆକାଶେ ବାରିଦ-ରମଣୀ, ଘନକୃଷ୍ଣ ଶାଢ଼ି ପିନ୍ଧି। ଶୂନ୍ୟ ସବାରୀରୁ ଆସ ଗୋ ଓହ୍ଲାଇ, ଲଗାଇ ସଜଳ ବିନ୍ଦି।ା
ଖୋଲା
ଅଧ୍ୟାୟ ୨
ବରଷା ବରଣ
କାହିଁଅଛୁ ବର୍ଷା ତୋ ବାଟ ଚାହିଁଛି ଧରା ସିଝି ନିଦାଘରେ। ଶୁଖିଲା କଣ୍ଠରେ ଚାତକ ଚାହିଁଛି ଆଶା ନେଇ ଆକାଶରେ ।ା
ଖୋଲା
ଅଧ୍ୟାୟ ୩
ସୁସ୍ୱାଗତମ୍
ସୁସ୍ୱାଗତମ୍ ବରଷା ରାଣୀ ଚାତକ ପରାଏ ଚାହିଁ ଧରଣୀ ରହିଥିଲା ଆଜିଯାଏଁ। ତୁମ ଆଗମନେ ପୁଲକିତ ଆଜି ପ୍ରଫୁଲ୍ଲିତ ଆଜି ଆଉ କହିବନି ହାଏ ।ା
ଖୋଲା
ଅଧ୍ୟାୟ ୪
ଋତୁର ନାଁ ବର୍ଷା
ଓଦାଓଦା ଦେହେ ଭିଜାଭିଜା ମନେ ରିମ୍ଝିମ୍ ଗୀତ ଗାଇ। ଧରାକୁ ଓହ୍ଲାଇ ଆସେ ଯେ' ଲଳନା ସବୁଜିମା ଭରି ଦେଇ। ନାଁଟି ତାହାର ବର୍ଷା। ଛଅ ଋତୁ ଛଅ ଭଉଣୀ ପରିକା କାହାଠି ନାହିଁ କା' ଈର୍ଷା ।ା
ଖୋଲା
ଅଧ୍ୟାୟ ୫
ମୌସୁମୀ ଗୋ
ମୌସୁମୀ ଗୋ ! ତୁମେ ଆସ ଛପିଛପି କଳାମେଘ ଘୋଟି ଯାଉ। ମୟୂର ଚାହଁଛି କେବେଠୁ ତୁମକୁ ବିଳମ୍ବ କରନା ଆଉ ।ା
ଖୋଲା
ଅଧ୍ୟାୟ ୬
ପହିଲି ଆଷାଢ଼ ସଞ୍ଜରେ
ପହିଲି ଆଷାଢ଼ ସଞ୍ଜରେ କିଏ ସେ ମେଘ-ମହ୍ଲାର ଗାଏ, ଛମ୍ଛମ୍ ବାଜେ କାହାର ପାଉଁଜି ହୃଦୟ ବତୁରି ଯାଏ... ପହିଲି ଆଷାଢ଼ ସଞ୍ଜରେ କିଏ ସେ ମେଘ-ମହ୍ଲାର ଗାଏ।୦।
ଖୋଲା
ଅଧ୍ୟାୟ ୭
କଦମ୍ୱିତ ଋତୁ
ଏମିତି ବର୍ଷାଋତୁ ଆସୁଥିବ ଆଉ ଯାଉଥିବ ତୁମେ ଅଛ, ମୁଁ ବି ଅଛି କିନ୍ତୁ ସେଦିନ ପରି ଆଉ ନ ଥିବ ସେ ଅନୁଭବ କି ଶିହରଣ। ସେଦିନ ସେ ବର୍ଷା ଭିଜାଇ ଦେଇଥିଲା କୁଆଁରୀ ଦେହକୁ ଜୁଡ଼ୁବୁଡ଼ୁ କରି ପ୍ରୀତିର ଛିଟାଦେଇ ଅଙ୍ଗେ ଅଙ୍ଗେ... ଆମେ ଥିଲେ ଗୋଟିଏ ଛତାତଳେ ଭିଜୁଥିଲେ ଖୁବ୍ ନୀରବରେ। ମୁଁ ଡରିଯାଇ ଜାବୁଡ଼ି ଧରୁଥିଲି ତୁମକୁ ଘଡ଼ଘଡ଼ିର ଗର୍ଜନରେ ଆଉ ତୁମେ ଭିଜିଯାଉଥିଲ ବର୍ଷାରେ ପ୍ରାଣଖୋଲା ହସ ଆଉ ଖୁସିରେ। ସେଦିନ…
ଖୋଲା
ଅଧ୍ୟାୟ ୮
ଆ'ରେ ବର୍ଷା ଆ
ଆକାଶ ପୃଥିବୀ ମିଳନ ପର୍ବରେ ଓଦାଓଦା ଆଲିଙ୍ଗନ। ଭିଜୁଅଛି ମାଟି ମୁକୁଳା ଦେହରେ କେତେ ମିଠା ଶିହରଣ !
ଖୋଲା
ଅଧ୍ୟାୟ ୯
ଶେଷ ଶ୍ରାବଣ
ଆଉ ଥରେ ଆସ ଭିଜିଯିବା ସାଥୀ ଏଇ ଶେଷ ଶ୍ରାବଣରେ। କୁଆଁରୀ ମନର ଭିଜିଲା ଦେହଟା ଆଜି କାହିଁ ମନେ ପଡ଼େ।ା
ଖୋଲା
ଅଧ୍ୟାୟ ୧୦
ଆକାଶ
ତୁମେ ଅନନ୍ତ ତୁମେ ଅସୀମ ତୁମେ ସୁନୀଳ ସୀମାହୀନ ପରିବ୍ୟାପ୍ତ ତୁମ ବିଶାଳତାରେ ଭରିରହିଛି କେତେ ଉପାଦେୟ ତଥ୍ୟ। କେବେକେବେ ମନହୁଏ, ଚାହେଁ ମୁହିଁ ନିର୍ଲିପ୍ତ ନୟନେ ଆକାଶକୁ ମାପିବାକୁ ଇଚ୍ଛାହୁଏ ତା’ର ବିଶାଳ ହୃଦୟର ପରିଧିକୁ କେଉଁଠୁ ଆରମ୍ଭ କେଉଁଠି ଶେଷ ସିଏ ନାହିଁ ଯା'ର ଆଦି ଅନ୍ତ ।ା
ଖୋଲା
ଅଧ୍ୟାୟ ୧୧
ପାନ୍ଥଶାଳା
ତୁମେ ବୁଝିବ କି ପାନ୍ଥଶାଳା ମନ ପଥର କାନ୍ଥକୁ ଦେଖି। କେତେ ଯେ ଆବେଗ ଥାଏ ତା' ଅନ୍ତରେ କେତେ ସୁଖୀ କେତେ ଦୁଃଖୀ ।ା
ଖୋଲା
ଅଧ୍ୟାୟ ୧୨
ମାନିନୀ
ମାନିନୀ ମନର ଚିଠି ରହିଗଲା ଲଫାପାରେ ମୁଦ ହୋଇ। ଅଭିମାନଭରା କୋହ ଦସ୍ତାବିଜ ତୁମେ ବା ବୁଝିବ କାହିଁ ?
ଖୋଲା
ଅଧ୍ୟାୟ ୧୩
ଭିନ୍ନ ରାଗିଣୀ
ମୋ ମନ ବୀଣାରେ ଭିନ୍ନ ଏ ରାଗିଣୀ ବୁଝି ବି ଅବୁଝା ଆଜି । ଜୀବନ ବୀଣାଟି ବାଜେ ରହିରହି ସ୍ୱର ତାଳ ଗଲାହଜି।ା
ଖୋଲା
ଅଧ୍ୟାୟ ୧୪
ଲୁହର ସାଗର
ଜୀବନଟା କେତେ ଦୁଃଖଦ ସଙ୍ଗାତ ଅଙ୍ଗନିଭା କଥା ଏଇ। ତା' ଭିତରେ ମିଛ ହସ ହସିବାରେ ଜୀଇଁବାର କଳାଥାଇ ।ା
ଖୋଲା
ଅଧ୍ୟାୟ ୧୫
ପ୍ରେମ
ପ୍ରେମ ଗୋଟେ କ’ଣ କି ? ମିଠାମିଠା ଅନାବନା କଥା ଅସି ନ ଥିବା ଭବିଷ୍ୟତ ସପନର ରାତି। ମିଛିମିଛିକା ରାଗ ଏବଂ ଅନୁରାଗ ଭାଷା ଅନ୍ଧାର ଓ ଆଲୋକର ଖେଳ କିତିକିତି ।ା
ଖୋଲା
ଅଧ୍ୟାୟ ୧୬
ଆସନ୍ତ କି ଥରେ
ଆସନ୍ତ କି ଥରେ ଏ ଶୁଭ୍ର ବସନ୍ତେ, ଘେନି ଅନୁରାଗ ରଙ୍ଗ। ଧୂସର ଜୀବନେ ସଂଚରି ଯାଆନ୍ତା ନବ ପ୍ରାଣର ତରଙ୍ଗ।ା ଫିକା ଏ ଜୀବନ ହୁଅନ୍ତା ରଙ୍ଗିନ, ପ୍ରୀତି-ଅଭିଷେକେ ବୁଡ଼ି। ଆସନ୍ତ କି ଥରେ ଏଇ ଫାଲ୍ଗୁନରେ, ଦେଖାଇ ସ୍ୱପ୍ନର କଢ଼ÿି।ା ଗୋଧୂଳି ବେଳାରେ ସଞ୍ଜ ନଇଁଲାଣି କ୍ଲାନ୍ତ ଜୀବନ-ତରୀ। ପରଳ ଆଖିରେ ଝାପ୍ସା ଦିଶଇ, ଆୟୁଷର ଶେଷ ଧାଡ଼ି।ା ଶତଦଳ କୋଳୁ ସାଉଁଟି ସୁରଭି ବୋଳି ଦିଅନ୍ତ କି ଦେହେ। ପୁଲକିତ ସାରା ଜୀବନ…
ଖୋଲା
ଅଧ୍ୟାୟ ୧୭
ନୀରବ ପ୍ରେମର ଭାଷା
କୁହାଯାଏ ନାହିଁ କେବେ ମନଖୋଲି ପ୍ରେମର କି ଗଭିରତା। ଅନୁମାନ ଯାହା କରିବାକୁ ହୁଏ ନୀରବ ପ୍ରେମର କଥା।ା
ଖୋଲା
ଅଧ୍ୟାୟ ୧୮
ଭିନ୍ନ ଏକ ଇତିହାସ
ବିନା ରକ୍ତ ପାତେ ଯୁଦ୍ଧ ହୁଏ ଏଠି ନିତି ହୃଦୟ ଭିତରେ। ନିଜ ସହ ନିଜ ବିବେକ ବିଚାର ଚେତନାର ଛାତ ତଳେ।ା
ଖୋଲା
ଅଧ୍ୟାୟ ୧୯
ଆସିବାର ଥିଲା ବୋଧେ
ଆସିବାର ଥିଲା ବୋଲି ଏ ଜୀବନେ ତୁମେ ସିନା ଆସିଗଲ। ଅଶାନ୍ତ ମନରେ ଶାନ୍ତି-ଗଙ୍ଗା ହୋଇ ପାପ ସବୁ ଧୋଇଦେଲ।ା
ଖୋଲା
ଅଧ୍ୟାୟ ୨୦
ଅବାସ୍ତବ
ଯାଇଥିଲି ଦିନେ ଶୀତ ସକାଳରେ ତୋଳିବାକୁ ଘରଟିଏ। ଜାଣି ତ ନଥିଲି ଅବାସ୍ତବ କଥା କୁହୁଡ଼ି ଘର କି ହୁଏ ।ା
ଖୋଲା
ଅଧ୍ୟାୟ ୨୧
ଅନୁରାଗ
ମନ ବୋଲି ଯାହା ଥିଲା ମୋ ପାଖରେ ତୁମକୁ ତ ଦେଇଦେଲି। କେମିତି ଆଙ୍କିବି ସ୍ମୃତି ଚିତ୍ରପଟ ହାତେ ଧରି ପ୍ରେମ ତୂଳି।ା ମନ ଆଇନାରେ ତୁମ ଛବି ଆସେ ସତେ କି ଭସା ବାଦଲ। ବରଷିଗଲେ ତ ଭିଜିଯାନ୍ତି ମୁହିଁ ହୁଅନ୍ତିନି କଲବଲ।ା ଆସନ୍ତନି ତୁମେ ଭିଜା ଶ୍ରାବଣରେ ଭିଜାଇ ଦେବାକୁ ଥରେ। ପହିଲି ଛୁଆଁରେ ସନ୍ତୋଷ ମିଳନ୍ତା ପହିଲି ବରଷା ଝରେ।ା ମନ କାନଭାସେ ତୁମରି ଛବିଟା ରହିଥାଉ ଚିରଦିନ, ଶ୍ରାବଣ ଛୁଆଁରେ ଛମ୍ଛମ୍ ଶୁଭୁ ପାଦର…
ଖୋଲା
ଅଧ୍ୟାୟ ୨୨
ସ୍ୱପ୍ନରେ
ବାସ୍ତବରେ କିଛି ନ ହେଲା ତ ନାହିଁ ଆସ ଥରେ ସ୍ୱପ୍ନ ହୋଇ। ହଜିଯିବା ଦୁହେଁ ପୀରତି ରାଇଜେ ଅନ୍ତଃ ଆବେଗକୁ ନେଇ।ା
ଖୋଲା
ଅଧ୍ୟାୟ ୨୩
ମୁଁ ନୁହେଁ, ତୁମେ କୁହ
କହିବିନି କିଛି,ତୁମକୁ ପଚାରୁଛି ତୁମେ ତ କୁହ.. ଅନ୍ୟକୁ କଷ୍ଟ ଦେଇ କି ଲାଭ ପାଅ... ଯଦି ପାରିବନି ପୋଛି କା’ଲୁହ ଦୁଃଖ ଦେବାର ଅଧିକାର କେ ଦେଲା ତୁମକୁ କୁହ।ା
ଖୋଲା
ଅଧ୍ୟାୟ ୨୪
ଅବ୍ୟକ୍ତ ସମ୍ପର୍କ
ଭାରି ମନେ ପଡ଼ ତୁମେ, ଗୋଧୂଳିର ନିରବ ସଞ୍ଜରେ, ଝିପ୍ଝିପ୍ ବର୍ଷାର ଭିଜା ପାଗରେ, ବତୁରା ହୃଦୟର ଉଦାସ ବେଳାରେ।
ଖୋଲା
ଅଧ୍ୟାୟ ୨୫
ଏ କେମିତିକା ପ୍ରେମ
ଯେଉଁଠି ନାହିଁ ସାମାଜିକ ସ୍ୱୀକୃତି ସବୁବେଳେ ଡରଡର ଭାବ ଲାଜର ଓଢ଼ଣା ତଳେ ବଂଚିବାର ବାଧ୍ୟବାଧକତା। ସମ୍ପର୍କର ପରିଭାଷା ପରୀକ୍ଷାଗାରରେ ବନ୍ଧା ପଡୁଥିବା ବେଳେ ଦୁଇଟି ହୃଦୟର ମିଳନ ନାହିଁ ଯହିଁ ଜୀବନର କ୍ରୂର ବାସ୍ତବତା।ା
ଖୋଲା
ଅଧ୍ୟାୟ ୨୬
ମୁହଁ ସଞ୍ଜର ମାୟା
ଏଇ ମିଠାମିଠା ମୁହଁସଞ୍ଜ ବେଳେ କାହାର ଏ ଶବ୍ଦ ଆଜି ମିଳନର ବିଗୁଲ ବଜାଏ ? ଅବଶ କରେ ତନୁ ମନ ରୂପେଲି ଜ୍ୟୋତ୍ସ୍ନା କଅଁଳ ସଞ୍ଜରେ ମିଳନ-ବିଧୁରା ରଜନୀରେ ମନ ଭାରି ଭାରାକ୍ରାନ୍ତ ହୁଏ।ା
ଖୋଲା
ଅଧ୍ୟାୟ ୨୭
ଏଇ ପ୍ରେମ
ପ୍ରେମ ନୁହେଁ ଖାଲି ମଲ୍ଲୀ ଫୁଲ ବାସ୍ନା ଝରା ଶେଫାଳୀ ବି ସିଏ। କିଛିକ୍ଷଣ ଆସି ଅନେକ ସପନ ଆଖିରେ ସେ ବୁଣି ଦିଏ।ା
ଖୋଲା
ଅଧ୍ୟାୟ ୨୮
ନଷ୍ଟ ଗୋଧୂଳି
ଆଜି କାହିଁକି ଯେ ମନେପଡ଼େÿ ସେଇ ଶୈଶବ ଅଭୁଲା କଥା। ଚେଷ୍ଟାକରି ମଧ୍ୟ ଆଡେଇ ହୁଏନି ଚେଷ୍ଟା ହିଁ ଦେଉଛି ବ୍ୟଥା।ା
ଖୋଲା
ଅଧ୍ୟାୟ ୨୯
ପ୍ରେମିକା
ପ୍ରେମିକା ! କେତେ ମିଠା ଶବ୍ଦଟିଏ, ପ୍ରେମରେ ଜୁଡୁବୁଡୁ ଜୀବନ୍ତ କଣ୍ଢେଇଟିଏ। କହିଲ ଦେଖି ! ପ୍ରେମିକା ହେବା କ’ଣ ସହଜ କି ? ଯିଏ ପ୍ରତି ମୁହୂର୍ତ୍ତରେ ଆବେଗର ଖୁବ୍ ଦୂରରେ ରହି ମଧ୍ୟ ଆବେଗର ମାଳା ଗୁନ୍ଥୁଥାଏ। ।
ଖୋଲା
ଅଧ୍ୟାୟ ୩୦
ଅନୁଭୂତି
ଅନୁଭୂତିରୁ ହିଁ ଜନ୍ମ ନିଏ ସଦା ଜୀବନର ଅଭିଜ୍ଞତା। ଚାଲିବା ଶିଖାଏ ସଂସାର ଦାଣ୍ଡରେ ଆଣିଦିଏ ସରସତା।ା
ଖୋଲା
ଅଧ୍ୟାୟ ୩୧
ଏଇ ଆଖି
ଲାଜର ଗହଣା ପିନ୍ଧେ ଏଇ ଆଖି ପ୍ରେମର ଶିକୁଳି ବାନ୍ଧେ। କେତେ ଯେ ଲୁହର ବରଷା କରେ ସେ ଶ୍ରାବଣୀ ପରି ସେ କାନ୍ଦେ।ା
ଖୋଲା
ଅଧ୍ୟାୟ ୩୨
ବେଳେ ବେଳେ
ବେଳେବେଳେ ଇଚ୍ଛା ହୁଏ ଛୁଇଁ ବାକୁ ଆକାଶର ଜହ୍ନଟାକୁ। ବେଳେବେଳେ ଇଚ୍ଛା କଳା ଆକାଶରୁ ତାରା ଫୁଲ ତୋଳିବାକୁ।ା
ଖୋଲା
ଅଧ୍ୟାୟ ୩୩
ଏବେ ମୁଁ ବୁଝିଲି
ଏବେ ମୁଁ ବୁଝିଲି କାହିଁ ମନା କର ଭିଜିବାକୁ ଶବ୍ଦର ବର୍ଷାରେ। କାହିଁକି ବା ମନା କର ଚାଲିବାକୁ ଭିନ୍ନ କେଉଁ ଏକ ବଳୟ ଭିତରେ। କାହିଁକି ଯେ ମନା କର ଧରିବାକୁ ମନର ଅଝଟ ପଣେ ଛିଟ ପ୍ରଜାପତି । ଗାଇବାକୁ ଫଗୁଣର ଗୀତ ନାଚିବାକୁ ଫୁଲ ସହ ନିତି।ା
ଖୋଲା
ଅଧ୍ୟାୟ ୩୪
ବିରହ
ମନର ଯମୁନା କୂଳରେ ବିରହି ରାଧିକା ସାଜିଲି ଆଜି। ଅତୀତ ହୋଇଛି ମୋ ପାଇଁ କେବଳ ଜୀବନର କିଛି ପୁଞ୍ଜି।ା
ଖୋଲା
ଅଧ୍ୟାୟ ୩୫
ଏଇ ସନ୍ଧ୍ୟାରେ
ଅଳସୀ ସନ୍ଧ୍ୟାରେ ଯେବେ ଧୀରେଧୀରେ ମନର ଝରକା ଖୋଲେ। ମୁରୁକି ମୁରୁକି ହସି ଦେଇ ଜଣେ ଲୁଚିଯାଏ କୌତୁହଳେ।ା
ଖୋଲା
ଅଧ୍ୟାୟ ୩୬
ଦାନ
ସାଉଁଟିଲେ କାହିଁ ମିଳେନି ଆନନ୍ଦ ଆନନ୍ଦ ମିଳେ ଦାନରେ। ଦକ୍ଷିଣ ହସ୍ତର ନିଃସ୍ୱାର୍ଥ ଦାନଟି ପୁଣ୍ୟ ଶାସ୍ତ୍ରୀୟ ବିଚାରେ।ା
ଖୋଲା
ଅଧ୍ୟାୟ ୩୭
ମନରେ ଲାଗେନା ବୟସ ଦାଗ
ବୟସଟା ସିନା ଗଡ଼ିଯାଏ ଧୀରେ ଦାଗ ଲାଗେନା ମନରେ। ଜୀବନଟା ବଡ଼ ବିଚିତ୍ର ସଖୀ ଲୋ ଭାସିଯାଏ ସମୟରେ।ା
ଖୋଲା
ଅଧ୍ୟାୟ ୩୮
ମଣିଷ ପଣିଆ
ଘରେ ଖୋଜୁଅଛି ବାହାରେ ଖୋଜୁଛି ଦେଖୁଛି ଦୁନିଆଁ ହାଟ। ସବୁଠାରେ ଖାଲି ଜନ୍ତୁଙ୍କ ଗହଳି ନ ହେଲା ମଣିଷ ଭେଟ।ା
ଖୋଲା
ଅଧ୍ୟାୟ ୩୯
ମିଛ ଆଶ୍ୱାସନା
କାହିଁକି ଦେଉଛ ମିଛ ଆଶ୍ୱାସନା ଭାଙ୍ଗେ ମନ ବାରମ୍ୱାର। ତୁମେକି ଜାଣନା ଏ ଆଶ୍ୱାସନାରେ ବନ୍ଧା ମୋ ଜୀବନ ସ୍ୱର।ା
ଖୋଲା
ଅଧ୍ୟାୟ ୪୦
ଫୁଲେଇ ଫଗୁଣ
ଛପି ଛପି ଆସେ ଫୁଲେଇ ଫଗୁଣ ମିଳନର ଗୀତ ଗାଇ। ଫୁଲ ସବାରୀରେ ବସିଛି ଖୁସିରେ ରଙ୍ଗର ପସରା ନେଇ।ା
ଖୋଲା
ଅଧ୍ୟାୟ ୪୧
ହଁ କରିବି ଅପେକ୍ଷା
ହେଲେ ମୋ ପାଖରେ ଏତେ ସମୟ କାହିଁ ଯେ! ମୋ ଚାରିପାଖରେ ଜଞ୍ଜାଳମାନେ ଭିଡ଼ ଜମାଇଛନ୍ତି ଜନ୍ଦା ପିମ୍ପୁଡ଼ି ପରି ତାଙ୍କ ଇଚ୍ଛାମତେ। ନା ମୁଁ ଚେଷ୍ଟା କରି ସେମାନଙ୍କୁ ଆଡ଼େଇ ପାରୁଛି ନା ସେମାନଙ୍କଠାରୁ ଦୂରେଇ ପାରୁଛି ବୋଧହୁଏ ସହିବାକୁ ଅଛି ପୂର୍ବ ଜନ୍ମ କେଉଁ ପାପର ପ୍ରାୟଶ୍ଚିତ ମୋତେ।ା
ଖୋଲା
ଅଧ୍ୟାୟ ୪୨
ପଥ ଯେ ଅନେକ ବାକି
କଥା ସିନା ଦେଇଦେଲି ମୁଁ ସେଦିନ ଚାଲିବାକୁ ସାଥୀ ହୋଇ। ଜୀବନ ରାସ୍ତାରେ ପାଖାପାଖି ହୋଇ ହାତ ତୁମ ଧରି ନେଇ।ା
ଖୋଲା
ଅଧ୍ୟାୟ ୪୩
ନୀରବି ଯାଇଛି ମନ
କାହିଁକି କେଜାଣି ଆଜି ଏ ମଳୟ ମିଠା ଛୁଆଁ ଦେଉ ନାହିଁ। ନୀରବି ଯାଇଛି ମନପକ୍ଷୀ ମୋର ଗୀତ ଜମା ଗାଉ ନାହିଁ।ା
ଖୋଲା
ଅଧ୍ୟାୟ ୪୪
ଯୁଦ୍ଧ ବିଭିଷିକା
ସ୍ରଷ୍ଟା ହେ! କୁହ ତୁମରି ସୃଷ୍ଟିରେ ବିଭ୍ରାଟ ଆଜି କାହିଁ ହେଉଛି ? ସତ୍ୟ ସୁନ୍ଦର ଧରଣୀ ପିଠିରେ ରକ୍ତର ନଦୀ ବୋହି ଯାଉଛି ।ା
ଖୋଲା
ଅଧ୍ୟାୟ ୪୫
ଜୀବନ ଜୀଇଁବାର କଳା
ଛିନ୍ନ ମୋର ଏ ଜୀବନ ବୀଣାରେ ଦିଅ ତାଳ ଲୟ ଭରି। ଆତ୍ମବିଶ୍ୱାସ ରଖିଲେ ମନରେ ଯିବାନି କେବେ ବି ହାରି।ା
ଖୋଲା
ଅଧ୍ୟାୟ ୪୬
ହଜିଛି ସ୍ୱର
ଫଗୁଣ ଆସିଛି ଗାଉନାହିଁ ଗୀତ ମୋ ମନ କୋକିଳ ଆଜି। ଅଭିମାନ କରି ବସିଛି ଡାଳରେ ବିରହି ପ୍ରେମିକା ସାଜି।ା
ଖୋଲା
ଅଧ୍ୟାୟ ୪୭
ମାନମୟୀ ରାଧା
କାହ୍ନା ! ଏମିତି କ’ଣ ଥରେ ଆସିଲେ ମେଂଟିଯିବକି ଏ ତୃଷ୍ଣା ?
ଖୋଲା
ଅଧ୍ୟାୟ ୪୮
ଅଭୁଲା ସମ୍ପର୍କ
ର୍
ଖୋଲା
ଅଧ୍ୟାୟ ୪୯
କାହିଁ ପାହିଛି ରଜନୀ
କିଏ କହେ ଆଜି ରଜନୀ ସରିଛି ତିମିରର ସ୍ପର୍ଶ ଏବେ ବି ତ ଅଛି ଶରୀରର ପ୍ରତ୍ୟେକ ଅଙ୍ଗରେ। ସତ୍ୟଟିଏ ଦେଖିବାକୁ ଅସମର୍ଥ ଆଖି କାନ ମଧ୍ୟ ଅସମର୍ଥ ଶୁଣିବାକୁ ସତ୍ୟ ଉଦ୍ଘୋଷଣା ଅନୁଭବ ପ୍ରତିକ୍ଷେତ୍ରେ ଅସତ୍ୟର ଯେବେ କେମିତି କହୁଛ ତେବେ ସରିଛି ରଜନୀ ଅନ୍ଧାର ରହିଛି ଯେବେ ପ୍ରତ୍ୟେକ ଅନ୍ତରେ ।ା
ଖୋଲା
ଅଧ୍ୟାୟ ୫୦
ପାଉଁଜି ବାଜିଲା ବଇଁଶୀ ସୁରେ
ବଇଁଶୀ ବାଜୁଛି ଯମୁନା କୂଳରେ ରାଧା ରାଧା ନାମ ଧରି। ପାଉଁଜି ଶୁଭୁଛି ନିକୁଞ୍ଜ ବନରେ କାହ୍ନୁ କାହ୍ନୁ ମନେ ସ୍ମରି।ା
ଖୋଲା
ଅଧ୍ୟାୟ ୫୧
ସଞ୍ଜବତୀ
ଚଉରା ମୂଳରେ ସନ୍ଧ୍ୟା ଦୀପ ଜାଳି ସୌଭାଗ୍ୟ ପ୍ରାର୍ଥନା କରି। ନାରୀଟିଏ ଡାକେ ନିତି ସାୟାହ୍ନରେ ଜୁଇ ଅନଳକୁ ବରି।ା
ଖୋଲା
ଅଧ୍ୟାୟ ୫୨
ପ୍ରେମିକା
ଆବେଗରେ ଭରା ହୃଦୟ ଭିତରେ ମିଠା ମିଠା ସ୍ପନ୍ଦନର ଟିକ୍ଟିକ୍ ଶବ୍ଦର ଅନ୍ୟନାମ ପ୍ରେମିକା। ଅଭିମାନର ଗନ୍ତାଘର ସିଏ ଜଉମୁଦ ହୋଇ ଥିବା ଜୀବନ ସ୍ୱପ୍ନର ଜାଲରେ ବନ୍ଧା ନୀଳନୟନା ହିଁ ପ୍ରେମିକା।ା
ଖୋଲା
ଅଧ୍ୟାୟ ୫୩
ପ୍ରେମିକା
ପ୍ରେମିକା ! କେତେ ମିଠା ଶବ୍ଦଟିଏ, ପ୍ରେମରେ ଜୁଡୁବୁଡୁ ଜୀବନ୍ତ କଣ୍ଢେଇଟିଏ। କହିଲ ଦେଖି ! ପ୍ରେମିକା ହେବା କ’ଣ ସହିଜ କି ? ଯିଏ ପ୍ରତି ମୁହୂର୍ତ୍ତରେ ଆବେଗର ଖୁବ୍ ଦୂରରେ ରହି ମଧ୍ୟ ଆବେଗର ମାଳା ଗୁନ୍ଥୁଥାଏ। ।
ଖୋଲା
ଅଧ୍ୟାୟ ୫୪
ଚାଲ ଆମେ ଭୁଲିଯିବା
ଚାଲ ଆମେ ଭୁଲିଯିବା ଅତୀତର ସେଇ ମିଠାମିଠା କାହାଣୀ ସବୁକୁ। ଫର୍ଦ୍ଦ ପରେ ଫର୍ଦ୍ଦ ଚିରିଦେବା ଆଜି, ଅତି ନିର୍ଦ୍ଦୟରେ ଏଇ ମନ ଡାଏରୀରେ ଲେଖାଥିବା ସମସ୍ତ ସ୍ମୃତିର ପୃଷ୍ଠାକୁ। ।
ଖୋଲା
ଅଧ୍ୟାୟ ୫୫
ଭସା ବାଦଲକୁ ଭରସା ନାହିଁ
କାହିଁକି କରିବି ଭସା ବାଦଲକୁ ଭରସା,ବରଷେ ନାହିଁ । ଯଦି ସେ କେବଳ ବଉଦ ମାଳାରେ ହୃଦୟକୁ ଯାଏ ଛୁଇଁ ।ା
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍