ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହିଁଅଛୁ ବର୍ଷା ତୋ ବାଟ ଚାହିଁଛି
ଧରା ସିଝି ନିଦାଘରେ।
ଶୁଖିଲା କଣ୍ଠରେ ଚାତକ ଚାହିଁଛି
ଆଶା ନେଇ ଆକାଶରେ ।ା
ଝାଉଁଳି ପଡ଼ିଛି ଶ୍ୟାମଳିମା ଶୋଭା
ଫାଟିଯାଏ ଭୂଇଁ ବୁକୁ।
ନିଷ୍ପ୍ରାଣ ପ୍ରକୃତି ଅପେକ୍ଷା କରିଛି
ତୋ’ ଶୀତଳ ପରଶକୁ ।ା
ହଠାତ୍ ଆକାଶେ ମେଘ ମାଳମାଳ
ସାଜିଲେଣି କଳା ସାଜ।
ଗୁୁମୁଗୁମୁ ନାଦେ ଗର୍ଜିଲା ଗଗନ
ବାଜିଲା ମେଘର ବାଜ ।ା
ଚପଳା ତେଜରେ ଝଲସିଲା ଦିଗ
ପବନେ ମାଦକ ଭରା।
ତୋ’ ଆଗମନର ସଂକେତ ପାଇ କି
ଶିହରି ଉଠିଲା ଧରା ।ା
ଟପ୍ ଟପ୍ ହୋଇ ଖସିବ ବିନ୍ଦୁ କି
ପ୍ରଥମ ବରଷା ବିନ୍ଦୁ।
ମାଟିର ମହକ ପବନେ ଚହଟି
ଭେଟିବ ଆନନ୍ଦ ସିନ୍ଧୁ।ା
ଋତୁର ନା ବର୍ଷା ।ାା ୧୭
ଉଛୁଳି ଉଠିବ ନଈ ନାଳ କୂଳ
ନୂତନ ପାଣିର ସୁଏ।
ବ୍ୟତିବ୍ୟସ୍ତ ମନେ ସଂଚରିବ ଆଶା
ମନକୁ ବୁଝାଉ ଥାଏ ।ା
ମାଟି ବୁକୁ ଚିରି କଅଁଳିବ ଘାସ
ହସିବ ବନାନୀମାଳ
କଦମ୍ବ ଫୁଲର ସୁବାସେ ଭରିବ
ଧରଣୀର ଋତୁ କାଳ।ା
ପୁଚ୍ଛକୁ ମେଲାଇ ନାଚିବ ମୟୂର
ବେଙ୍ଗ ଛାଡୁଥିବ ରଡ଼ି।
ତୁମେ ନାଚୁଥିବ ତୋଳି ରାଗ ଛନ୍ଦ
ଫୁଟାଇ ଆବେଗ କଢ଼ି ।ା
ତୁମେ ଆସିଗଲେ ସବୁତ ସବୁଜ
ସବୁଠି ପ୍ରେମର ରଙ୍ଗ।
ନୂଆ ଜୀବନରେ ଆସିବ ସ୍ପନ୍ଦନ
ଖେଳାଇ ନୂଆ ତରଙ୍ଗ ।ା
ବର୍ଷା ତୁମେ ଶାନ୍ତି, ବର୍ଷା ତୁମେ ଶକ୍ତି
ତୁମେ ଧରାର ଜୀବନ।
ତୁମରି ସ୍ୱାଗତେ ଉଛୁଳଇ ମନ
ହୁଏ ତୁମରି ବରଣ।ା
ସ୍ୱାଗତ ତୁମକୁ ବର୍ଷାରାଣୀ ହେ
ନ କର ନ କର ଡେରି।
ଅର୍ଘ୍ୟଥାଳୀ ସଜା ହୋଇଲାଣି ପରା
ବାଜିଲାଣି ଭେରି ତୁରି।ା
ଋତୁର ନା ବର୍ଷା ।ାା ୧୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ