ଅଧ୍ୟାୟ ୫୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହିଁକି କରିବି ଭସା ବାଦଲକୁ
ଭରସା,ବରଷେ ନାହିଁ ।
ଯଦି ସେ କେବଳ ବଉଦ ମାଳାରେ
ହୃଦୟକୁ ଯାଏ ଛୁଇଁ ।ା
ନୀଳ ଆକାଶର ବିସ୍ତୀର୍ଣ୍ଣ ବୁକୁରେ
ତୁମେ ଚଂଚଳା ଗୀତିକା।
ଭସା ବାଦଲର ଭରସା କାହିଁ ଯେ
ବନାଏ ଅଭିସାରିକା ।ା
କେତେବେଳେ ସିଏ ନୀରବ ଅପେକ୍ଷା
କେବେ ଶ୍ରାବଣର ସ୍ୱର।
କେବେ ସୀମାହୀନ ଯାତ୍ରା ପଥେ ସିଏ
ସାଉଁଟେ ପ୍ରୀତି ସିନ୍ଦୂର ।ା
ଭସା ବାଦଲର ଭରସା ନାହିଁ ତ
କେତେବେଳେ ସିଏ ଆସେ।
ମନ ଆକାଶରେ ରଙ୍ଗ ବୋଳିଦେଇ
ପବନେ ପବନେ ଭାସେ ।ା
ନିଜ ସାଥେ ସିଏ ନେଇଯାଏ ଟାଣି
ଅମାନିଆ ମୋ ମନକୁ।
ଋତୁର ନା ବର୍ଷା ।ାା ୧୩୯
ଅଧାଗଢ଼ା କେତେ ସପନ ଦେଖାଇ
ଛୁଏଁ ସେ ପ୍ରୀତିସୀମାକୁ ।ା
ତୁମେ ତ ମୋ ପାଇଁ ଭାସନ୍ତା ବାଦଲ
ଯାହାକୁ ମନ ମୋ ଖୋଜେ।
ତୁମ ଅପେକ୍ଷାର ପ୍ରତିଟି ମୁହୂର୍ତ୍ତ
ବିରହ ବିଗୁଲ୍ ବାଜେ ।ା
ଭରସା ନାହିଁ ସେ ବାଦଲଠି କାଳେ
କାହା ବୁକେ ବର୍ଷିଯିବ।
ହେଲେ ଏ ମନର ଚାତକ ପକ୍ଷୀଟା
ତୁମକୁ ହିଁ ଖୋଜୁଥିବ।ା
ଆସ ହେ ବାଦଲ! ମୋ ପ୍ରାଣ ପ୍ରଣୟ
ହୋଇଯାଅ ଚିରନ୍ତନ।
ଭାସି ଭାସି ଯଦି ଯିବାକୁ ହିଁ ଅଛି,
ନିଅ ଏ ଉଦାସ ମନ ।ା
ଭରସା ନଥାଉ,ଭାବନା ତ ଅଛି,
ପ୍ରେମରେ ବଂଚି ରହିବ।
ମନ ଆକାଶରେ ହେ ଭସା ବାଦଲ,
ଉତ୍ସବ ସଦା ଚାଲିବ ।ା
ହେ ଭସା ବାଦଲ ! ତୁମେ ଭାସୁଥାଅ
ମେଘୁଆ ମନ ଆକାଶେ।
ସତେ ବରଷିବ ମନ ଅଗଣାରେ
ଜାଣିଛି ଅବା କିଏ ସେ ?
ଋତୁର ନା ବର୍ଷା ।ାା ୧୪୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ