ଅଧ୍ୟାୟ ୪୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଜୟ? ଲକ୍ଷ୍ମୀ ପତି କରୁଛି ପ୍ରଣତି
ଶ୍ରୀ ପଦେ ସମର୍ପି ମତି।
ଜାଣେନା ଭକତି ଅର୍ଥ କିଛି ପ୍ରଭୁ
ଭଜେ ତୁମ ନାମ ନିତି।
ବିପତ୍ତିର ଦାଉ ବଢ଼େ ମହାବାହୁ
ଶାନ୍ତି ହେଲା ବାଟବଣା।
ବିଛଣା ଛାଡ଼ିଲେ ଚିନ୍ତା ମାଡ଼ି ଆସେ
କେଉଁଠୁ ନ ପଡ଼େ ଜଣା।
ବୟସର ଚଲାପଥରେ ଅନେକ
ମୋଡ଼ ପାରି ହେଲା ପରେ।
ତଥାପି ଭାବୁଛି ବୋଧହୁଏ କିଛି
ଅବୁଝା ଲାଗି ଠାକୁରେ ।ା
ଅନାୟାସେ କିଛି ଅଯଥା ଚରିତ୍ର
ଜୀବନ ଭିତରେ ପସି।
ଦ୍ୱନ୍ଦର ବନ୍ଧନୀ ତିଆରି କରନ୍ତି
ଜାଣନି କି ନୀଳ ଶଶୀ?
ତୁମେ ତ ଗଢ଼ିଛ ମୋହରି ଜୀବନ
ଚଲାଇଛ ହାତ ଧରି।
ବିପତ୍ତି ଆସିଲେ କଣେଇ ଚାହିଁଛ
ସମର୍ପଣ ।ାା ୧୨୬
ପ୍ରିୟତମ ନୀଳଗିରି ।ା
ତୁମ ଚାହାଁଣୀର ତିର୍ଯ୍ୟକ ଠାଣିରେ
ବିପତ୍ତି ହୋଇଛି ଦୂର।
ଜୀବନ ଚାଲିଛି ଜୀବନ ଢଙ୍ଗରେ
ଏହା ମୋ ଅନ୍ତର ସ୍ୱର ।ା
ତୁମ ଶ୍ରୀ ଚରଣେ କୃତଜ୍ଞତା ଲାଗି
କିଛି ବି ପାରିନି କରି।
ଯଦିଓ ତୁମରି ଆଶିଷେ ବଞ୍ଚିଛି
ଦିନ ଯାଏ ଧୀରେ ସରି ।ା
ତୁମରି ଦାନର ପ୍ରତିଦାନ ପାଇଁ
କ'ଣ ବା ଅଛି ମୋ ପାଖେ ?
ସବୁତ ତୁମରି କୃପା ମହାପ୍ରଭୁ
ଯାହା ମୋ ପାଖରେ ଦେଖେ ।ା
ସଂସାର ସନ୍ତାନ ସମାଜ ସମ୍ମାନ
ସବୁ ତୁମ ଅବଦାନ।
କି ଦେଇ ତୁମକୁ ସନ୍ତୋଷ କରିବି
ଭାବିଲେ ଲାଗୁଛି ନ୍ୟୁନ ।ା
ଯାହା ଅବଦାନେ ଜୀବନ ବଞ୍ଚୁଛି
ସେଥିରୁ କିଛିଟା ଦେଇ।
କିପରି ସନ୍ତୋଷ କରିବି ଠାକୁର
ଯମା ବୁଝି ପାରେ ନାହିଁ ।ା
ମୋହର ହୋଇକି ଯାହା ବି ରହିଛି
ତାହା ମୋ ଅଶାନ୍ତ ମନ।
ଏ ମନକୁ ମୋର ଗ୍ରହଣ କର ହେ
ଦାରୁବ୍ରହ୍ମ ଜନାର୍ଦ୍ଦନ ।ା
ତୁମ ଶ୍ରୀ ଚରଣେ ମୋ ଅଶାନ୍ତ ଚିତ୍ତ
ସ୍ଥିର ହୋଇଯାନ୍ତା ହରି।
ମୁକ୍ତି ମିଳିଯାନ୍ତା ସଂସାର ଭିଡ଼ରୁ
କୃପା କର ନୀଳଗିରି ।ା
ସମର୍ପଣ ।ାା ୧୨୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ